ETV Bharat / city

ଜୁଲାଇ ପହିଲାରେ ମଣ୍ଡି ସମସ୍ୟା ନେଇ ବିଜେପିର ବିକ୍ଷୋଭ - ଜୁଲାଇ ପହିଲାରେ ବିଜେପିର ବିକ୍ଷୋଭ

ରାଜ୍ୟରେ ଧାନ କିଣାବିକାରେ ଅବ୍ୟବସ୍ଥାକୁ ନେଇ ଆସନ୍ତା 1 ଏବଂ 2 ରେ ରାଜରାସ୍ତାକୁ ଓହ୍ଲାଇବ ବିଜେପି । ଅଧିକ ପଢନ୍ତୁ...

ଜୁଲାଇ ପହିଲାରେ ମଣ୍ଡି ସମସ୍ୟା ନେଇ ବିଜେପିର ବିକ୍ଷୋଭ

author img

By

Published : Jun 29, 2021, 1:03 PM IST

Updated : Jun 29, 2021, 2:08 PM IST

ଭୁବନେଶ୍ୱର: ଆସନ୍ତା 1 ଏବଂ 2 ରେ ମଣ୍ଡି ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେପି । ଏନେଇ ଆଜି(ମଙ୍ଗଳବାର) ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସରକାର ବିକାଶ ଏଜେଣ୍ଡାକୁ ଫୋକସ କରୁଛି । ମାତ୍ର ଗରିବ କଲ୍ୟାଣ ଯୋଜନାରେ କେନ୍ଦ୍ର ଦେଉଥିବା ଅର୍ଥ ଗରିବଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ଜୁଲାଇ ପହିଲାରେ ମଣ୍ଡି ସମସ୍ୟା ନେଇ ବିଜେପିର ବିକ୍ଷୋଭ

କୃଷକମାନଙ୍କ ପ୍ରତି ରାଜ୍ୟ ସରକାର ଅନ୍ୟାୟ କରିଛନ୍ତି । ରାଜ୍ୟ ସାର, ଧାନ ଠାରୁ ଆରମ୍ଭ କରି ସବୁ ସମସ୍ୟା ଭିତରେ ରହିଛି । ଏମସପି ମଧ୍ୟ ଠିକ୍ ଭାବରେ ଦିଆଯାଉନାହିଁ । ଧାନ ମଧ୍ୟ ଠିକରେ ଚାଷୀଙ୍କ ଠାରୁ କିଣାଯାଉନାହିଁ । ଚାଷୀଙ୍କ ପାଇଁ ବିଜେପି ଆନ୍ଦୋଳନ କରିଚାଲିଛି । କେନ୍ଦ୍ର ଦେଉଥିବା ଅର୍ଥ ଚାଷୀଙ୍କ ପାଖରେ ପହଞ୍ଚୁ ନାହିଁ ବୋଲି ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।

ଧାନମଣ୍ଡିର ଅବ୍ୟବସ୍ଥା ନେଇ କେନ୍ଦ୍ର ସରକାରଙ୍କ ଟିମ ଆସି ଅନୁଧ୍ୟାନ କରିବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ରିପୋର୍ଟ ଦିଆଯାଇଛି । ଭାରତୀୟ ଜନତା ପାର୍ଟି ଜୁଲାଇ ୧ ଏବଂ ୨ ତାରିଖରେ ଚାଷୀଙ୍କ ସହ ଆନ୍ଦୋଳନ କରିବ । ମଣ୍ଡି ଓ ସିଏସଓ ଅଫିସରେ ମଧ୍ୟ ଧାରଣା ଦିଆଯିବ ବୋଲି ସମୀର ମହାନ୍ତି କହିଛନ୍ତି ।

ଭୁବନେଶ୍ୱରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jun 29, 2021, 2:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.