ETV Bharat / city

କେନ୍ଦ୍ର ଅନୁଦାନରେ BJD ନିର୍ବାଚନୀ କାର୍ଡ ଖେଳୁଛି: BJP ରାଜ୍ୟ ସାଧାରଣ ସମ୍ପାଦକ

ମୁଖ୍ୟମନ୍ତ୍ରୀଙ୍କ ଘର ମରାମତି ସହାୟତା ଟଙ୍କା ବଣ୍ଟନ ପୂର୍ବରୁ ସହାୟତା ରାଶି ପ୍ରଦାନକୁ ନେଇ କାଉଣ୍ଟର କଲା BJP । କେନ୍ଦ୍ର ସରକାର ଘର ବାବଦକୁ ଦେଇଥିବା 1 ଲକ୍ଷ 70 ହଜାର ବଦଳରେ ସରକାର 3 ହଜାର 5 ହଜାର ଦେଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଅଧିକ ପଢନ୍ତୁ

author img

By

Published : Jan 7, 2022, 10:22 PM IST

କେନ୍ଦ୍ର ଅନୁଦାନରେ BJD ନିର୍ବାଚନୀ କାର୍ଡ ଖେଳୁଛି: BJP ରାଜ୍ୟ ସାଧାରଣ ସମ୍ପାଦକ
କେନ୍ଦ୍ର ଅନୁଦାନରେ BJD ନିର୍ବାଚନୀ କାର୍ଡ ଖେଳୁଛି: BJP ରାଜ୍ୟ ସାଧାରଣ ସମ୍ପାଦକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଘର ମରାମତି ସହାୟତା ଟଙ୍କା ବଣ୍ଟନ ପୂର୍ବରୁ ସହାୟତା ରାଶି ପ୍ରଦାନକୁ ନେଇ କାଉଣ୍ଟର କଲା BJP । ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ କରି ଏନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ପକ୍କା ଘର ମରାମତି ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଥିବା ସହାୟତା ରାଶି ପ୍ରଦାନକୁ ନେଇ BJP ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସରକାରଙ୍କୁ 8 ଟି ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଗୃହ ନିର୍ମାଣ ବାବଦକୁ 1 ଲକ୍ଷ 70 ହଜାର ଦେଉଛନ୍ତି । ହେଲେ ରାଜ୍ୟ ସରକାର କଣ ପାଇଁ ସମ୍ପୂର୍ଣ୍ଣ ଟଙ୍କା ନ ଦେଇ ଗୃହ ମରାମତି ଆଳ ଦେଖାଇ 3 ହଜାର କି 5 ହଜାର ବାଣ୍ଟୁଛନ୍ତି । ରାଜ୍ୟ ସରକାର ନିଜର ନିର୍ବାଚନୀ ପ୍ରଚାର ପାଇଁ ଏପରି କରୁଥିବା ଗୋଲକ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଆଜି ମିଳିବ ଘର ମରାମତି ସହାୟତା ଟଙ୍କା

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟଙ୍କା ବଣ୍ଟନ ପୂର୍ବରୁ ନବୀନଙ୍କ ଫଟୋ ଥିବା ଏକ କ୍ୟାଲେଣ୍ଡର ବଣ୍ଟନର ଅର୍ଥ କଣ । ଏହିପରି ନିର୍ବାଚନ ପୂର୍ବରୁ ସରକାର କ୍ୟାଲେଣ୍ଡର ଏବଂ ପୋଷ୍ଟର ଲଗାଇ କେନ୍ଦ୍ର ଅନୁଦାନକୁ ଆତ୍ମସାତ କରୁଛନ୍ତି ।

ଗୋଲକ ମହାପାତ୍ର ପଚାରିଥିବା 8 ପ୍ରଶ୍ନ:-

1. କେନ୍ଦ୍ରର 1 ଲକ୍ଷ 70 ହଜାରରୁ 3 ହଜାର, 5 ହଜାର ବାଣ୍ଟିବର ଅର୍ଥ କଣ ।

2. ସହାୟତା ରାଶି ଦେବା ନାଁରେ ନବୀନଙ୍କ ଫଟୋ ଥିବା କ୍ୟାଲେଣ୍ଡର ଦେବାର ମାନେ କଣ ।

3. ଘର ପାଇନଥିବା ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଏପରି କରୁଛନ୍ତି କି ସରକାର ।

୪. ଦୁର୍ନୀତି ସାମ୍ନାକୁ ଆସିବାରୁ ମାହାଙ୍ଗାରେ ଡ଼ବଲ ମର୍ଡ଼ର ହେଲା କି ।

୫. କେନ୍ଦ୍ରୀୟ ଟିମ ଆସି ଦେଖିଲେ ଯେ ଏଠାରେ ହଜାରେ କୋଟିର ଦୁର୍ନୀତି ହୋଇଛି । ମାତ୍ର ତାହାର ଆକ୍ସନ ଟେକେନ ରିପୋର୍ଟ କାହିଁ ।

୬. କେନ୍ଦ୍ର ସରକାର ବାରମ୍ବାର ଉଇଣ୍ଡୋ ଖୋଲିଥିଲେ ବି ରାଜ୍ୟ ସରକାର ସେଥିରେ ଲିଷ୍ଟ ଦେଲେ ନାହିଁ । ମାତ୍ର ବିଜେଡି ଉଇଣ୍ଡୋ ନ ଖୋଲା ଯିବାର ନାଟକ ରଚିଲେ ।

୭ . ଯେଉଁମାନଙ୍କୁ ଆପଣ ଏ ଟଙ୍କା ବାଣ୍ଟିବେ ତାହାର ତାଲିକା ସାର୍ବଜନୀନ କରନ୍ତୁ ।

୮. 5 ହଜାର ଦେଇ ମୁହଁ ଲୁଚାଇବାକୁ ପ୍ରୟାସ କରୁଛନ୍ତି କି ରାଜ୍ୟ ସରକାର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.