ETV Bharat / city

ନଦୀଜଳ ସୁରକ୍ଷା ଦାବି: ବିଜେପି ନଦୀ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର

author img

By

Published : Aug 1, 2022, 9:39 PM IST

ରାଜ୍ୟର ବିଭିନ୍ନ ନଦୀ ସୁରକ୍ଷା ଦାବିରେ ବିଜେପି ନଦୀ ସୁରକ୍ଷା ସମିତିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଛନ୍ତି । ଓଡ଼ିଶାରେ ଥିବା ନଦୀ ଗୁଡିକ ଶୁଷ୍କ ଓ ପ୍ରଦୂଷିତ ହେଉଥିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ନଦୀ ସୁରକ୍ଷା ସମିତି । ଅଧିକ ପଢ଼ନ୍ତୁ

bjp river protection committee meet governor
ନଦୀଜଳ ସୁରକ୍ଷା ଦାବି: ବିଜେପି ନଦୀ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ନଦୀ ସୁରକ୍ଷା ଦାବିରେ ବିଜେପି ନଦୀ ସୁରକ୍ଷା ସମିତିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଛନ୍ତି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନଦୀଜଳ ପରିଚାଳନା ପାଇଁ ଦେଖାଦେଉଥିବା ସମସ୍ୟାକୁ ନେଇ ରାଜ୍ୟପାଳଙ୍କ ସହ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।

ନଦୀଜଳ ସୁରକ୍ଷା ଦାବି

ଓଡ଼ିଶାରେ ଥିବା ନଦୀ ଗୁଡିକ ଶୁଷ୍କ ଓ ପ୍ରଦୂଷିତ ହେଉଥିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ନଦୀ ସୁରକ୍ଷା ସମିତି । ସଭାପତି ମହେଶ୍ବର ସାହୁ ବିଜେଡି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, "ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଏବଂ ସରକାରଙ୍କ ନିୟମକୁ ଉଲ୍ଲଂଘନ କରି କଳକାରଖାନା ଓ ଶିଳ୍ପ ପ୍ରତିଷ୍ଠାନଗୁଡିକ ଅନୁମତିଠାରୁ ଅଧିକ ପାଣି ନେଉଛନ୍ତି । ବର୍ଷା ଦିନରେ ବେଆଇନ ଭାବେ ବାଲି ଉଠାଣ ଚାଲିଛି । ସେହିପରି ପାଇପ ଯୋଗେ ଲୁହାପଥର ପରିବହନ ଯୋଗୁଁ ନଦୀ ଜଳ ନଷ୍ଟ ହେଉଛି । ଏଥିସହ କଳକାରଖାନାଗୁଡିକ ସିଧାସଳଖ ନଦୀକୁ ଦୂଷିତ ପାଣି ଛାଡୁଛନ୍ତି । ଫଳରେ ରାଜ୍ୟର ପ୍ରମୁଖ ନଦୀ ଏବେ ବିପଦରେ ବୋଲି ମହେଶ୍ବର ସାହୁ କହିଛନ୍ତି ।"

ତେଣୁ ସରକାରଙ୍କ ନିୟମକୁ ଠିକ ଭାବେ ପାଳନ କରିବା ସହ ନଦୀ ସୁରକ୍ଷା ପାଇଁ ରାଜ୍ୟପାଳଙ୍କ ନିକଟରେ ବିଜେପି ପ୍ରତିନିଧି ଦଳ ଦାବି ଉପସ୍ଥାପନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.