ETV Bharat / city

NCRB ରିପୋର୍ଟକୁ ନେଇ ବର୍ଷିଲେ ଲେଖାଶ୍ରୀ - ଲେଖାଶ୍ରୀ ସାମନ୍ତ ସିଂହାର

ଜାତୀୟ କ୍ରାଇମ ବ୍ୟୁରୋ ରେକର୍ଡକୁ ନେଇ ରାଜ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀ । ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ ଲେଖାଶ୍ରୀ ସାମନ୍ତ ସିଂହାର ।

Bjp
Bjp
author img

By

Published : Sep 21, 2021, 8:48 AM IST

ଭୁବନେଶ୍ବର: ଜାତୀୟ କ୍ରାଇମ ବ୍ୟୁରୋ ରେକର୍ଡକୁ ନେଇ ରାଜ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀ । ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ ଲେଖାଶ୍ରୀ ସାମନ୍ତ ସିଂହାର । ବିଜେଡି ସରକାର ମା’କୁ ସମ୍ମାନର ଡିଣ୍ଡିମ ପିଟୁଛନ୍ତି । ମାତ୍ର NCRB ରିପୋର୍ଟ କହୁଛି ଏମାନେ କେବଳ କଥାରେ କୁହନ୍ତି । ଭୋଟ ବେଳେ ମା କୁ ସମ୍ମାନ କହି ଭୋଟ ହାତେଇଥାନ୍ତି । ମହିଳାଙ୍କ ଠୁ ନେଇ ନାବାଳିକା ପର୍ଯ୍ୟନ୍ତ ସମସ୍ତେ ଏଠି ଅସୁରକ୍ଷିତ ।

ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଏଠି କ୍ରାଇମ ବଢୁଛି । ରାଜ୍ୟ ସରକାରଙ୍କ ଛତ୍ର ଛାୟାରେ ଅପରାଧୀ ମାନେ ଅପରାଧ ଘଟାଉଛନ୍ତି । ଥାନାକୁ ଗଲେ ପୋଲିସ ଏତଲା ରଖୁନି । ବରଂ ପୋଲିସ ପଡୀତାଙ୍କୁ ଧମକାଉଛନ୍ତି । ଶାରୀରିକ ସମ୍ପର୍କ ରଖିବାକୁ ବି ବାଧ୍ୟ କରୁଛନ୍ତି । ଏସବୁ ଅପରାଧୀ ଙ୍କୁ ବିଜେଡିର ନେତା ମାନେ ସୁରକ୍ଷା ଦେଉଛନ୍ତି । ଚାପ ସୃଷ୍ଟି କରି ଅପରାଧୀକୁ ଖସାଇ ଦେଉଛନ୍ତି । ଯାହାର ଉଧାହରଣ ହେଉଛି କଳାହାଣ୍ଡି ସିନାପାଲିର ଘଟଣା । ଓଡିଶାରେ ଲକ୍ଷ ଲକ୍ଷ ମହିଳାଙ୍କ କ୍ଷେତ୍ରରେ 113 ଜଣ ମହିଳାଙ୍କୁ ନିର୍ଯାତନା ଦିଆଯାଇଛି । 20 ଟି ଗଣଦୁଷ୍କର୍ମ ହୋଇଛି । 30 ହଜାର ରୁ ଉର୍ଦ୍ଧ୍ବ ମହିଳାଙ୍କୁ ଅପହରଣ ହୋଇଛି । କୁନି କୁନି ପିଲାଙ୍କ ଅପହରଣ ମାମଲା ଏବେ ବଢିଛି । ଏବେ ଏହି ଘଟଣାରେ ରାଜ୍ୟ ସରକାର ଶ୍ବେତପତ୍ର ପ୍ରକାଶ କଲେ ନାହିଁ । ଦୋଷୀକୁ ଦଣ୍ଡ ଦେଲେନି । କ୍ରାଇମ ସିନକୁ ଡ୍ରାମା ସିନ ଭାବେ ପୋଲିସ ବ୍ୟବହାର କରୁଛି ।

ସୌମ୍ୟ ଘଟଣାରେ ଏପର୍ଯ୍ୟନ୍ତ ପୋଲିସ ନିଷ୍କର୍ଷରେ ପହଁଞ୍ଚିନି । ତଦନ୍ତ ବାଟବଣା କରିବା, ତଥ୍ୟ ପ୍ରମାଣ ନଷ୍ଟ କରିବାର କାର୍ଯ୍ୟ ପୋଲିସ କରୁଛି । କୋଭିଡ ଭଳି ସମୟରେ ସବୁ ସ୍ଥାନରେ ମହିଳାଙ୍କ ପ୍ରତି ହିଂସା କମିଥିବା ବେଳେ ଆମ ରାଜ୍ୟରେ 10 ପ୍ରତିଶତ ବଢିଛି । ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କ କ୍ଷେତ୍ରରେ 60 ପ୍ରତିଶତ ମାମଲା ଓଡିଶାରେ ବଢିଛି । ଏହି ଲିଷ୍ଟ ସବୁଠୁ ଅଧିକ ରହିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ।

ସେହିପରି ଲେଖାଶ୍ରୀ କହିଛନ୍ତି ମାତ୍ର 550 ପୋଲିସ ଷ୍ଟେସନକୁ ମୁଖ୍ୟମନ୍ତ୍ରୀ ନିୟନ୍ତ୍ରଣ କରି ନିର୍ବାଚନ ଜିତୁଛନ୍ତି । ପୋଲିସ ଭିଆଇପି ସୁପରକ୍ଷା ଛାଡି ଓଡିଶାର ଆଇନଶୃଙ୍ଖଳା କୁ ସଜାଡିବାକୁ ପୋଲିସ କାମ କରୁ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.