ETV Bharat / city

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ BJPର ବିରୋଧ, ଆରମ୍ଭ କରିବ ସାମାଜିକ ବାସନ୍ଦ ଅଭିଯାନ - ବିଜେପି ପ୍ରେସମିଟ

ଆସନ୍ତା ୮ ତାରିଖରେ କଳାହାଣ୍ଡି ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରିବା ପାଇଁ ବିଜେପି କରିଛି ଅପିଲ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ  BJPର ବିରୋଧ, ଆରମ୍ଭ କରିବ ସାମାଜିକ ବାସନ୍ଦ ଅଭିଯାନ

author img

By

Published : Nov 6, 2021, 3:15 PM IST

Updated : Nov 6, 2021, 3:50 PM IST

ଭୁବନେଶ୍ବର: ଆସନ୍ତା ୮ ତାରିଖରେ କଳାହାଣ୍ଡି ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ତେବେ ନବୀନଙ୍କୁ କଳାହାଣ୍ଡି ସମେତ ରାଜ୍ୟରେ ସାମାଜିକ ବାସନ୍ଦ କରିବା ପାଇଁ ରାଜ୍ୟବାସୀଙ୍କୁ ଅପିଲ କରିଛି ବିଜେପି । 8 ତାରିଖ ଠାରୁ କଳାହାଣ୍ଡି ଜିଲ୍ଲାରୁ ରାଜ୍ୟ ସାରା ମୁଖ୍ୟମନ୍ତ୍ରୀଙ୍କ ସାମାଜିକ ବାସନ୍ଦର କାର୍ଯ୍ୟକ୍ରମ ଆରମ୍ଭ ହେବ । ସମ୍ପୂର୍ଣ୍ଣ ଅହିଂସା ନୀତିରେ କାର୍ଯ୍ୟକ୍ରମ ହେବ ବୋଲି ବିଜେପି ପ୍ରେସମିଟ କରି ସୂଚନା ଦେଇଛି ।

ଆସନ୍ତା ୮ ତାରିଖରେ 314 ବ୍ଲକରେ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର କୁଶପୁତ୍ତଳିକା ଦାହ କରିବ ବିଜେପି । ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ଏହି ସମୟରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିକୁ ରାଜନୀତି କରିବାକୁ ଯାଉଛନ୍ତି ବୋଲି ଅଭିଯୋଗ କରିଛି ଦଳ । ଏଇଟା ରାଜନୀତିର ସମୟ ନୁହେଁ । ଏଣୁ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀଙ୍କୁ ବାସନ୍ଦ କରିବା ପାଇଁ ଦଳ ଅପିଲ କରିଛି । ଓଡିଶାରେ ଯେକୌଣସି ସ୍ଥାନକୁ ମୁଖ୍ୟମନ୍ତ୍ରୀ ଯିବେ, ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ପାଦ ଦେବାକୁ ଦିଆଯିବ ନାହିଁ ବୋଲି ଦଳ ପ୍ରେସମିଟରେ କହିଛି ।

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ BJPର ବିରୋଧ, ଆରମ୍ଭ କରିବ ସାମାଜିକ ବାସନ୍ଦ ଅଭିଯାନ

ଓଡିଶାରେ ବିଜେଡ଼ି ସରକାର ଆସିବା ପରେ ଅନେକ ଝିଅ ନିର୍ଯାତନାର ଶିକାର ହୋଇଛନ୍ତି । ପାଖାପାଖି 1 ଲକ୍ଷରୁ ଊର୍ଦ୍ଧ୍ବ ମହିଳା ନିର୍ଯାତିତ ହୋଇଛନ୍ତି । ପୀଡ଼ିତାର ପରିବାରକୁ କିପରି ନ୍ୟାୟ ଦିଆଯିବ ତାହା ଶାସକ ଦଳର ଉତ୍ତରଦାୟିତ୍ବ ଥାଏ । କିନ୍ତୁ ଓଡି଼ଶାରେ ତାହା ଦେଖିବାକୁ ମିଳୁନାହିଁ । ମମିତା ମେହେରଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଇଛି । ଏ ଘଟଣା ଏକ ଭୟଙ୍କର ସ୍ଥିତିକୁ ସୂଚାଉଛି । ଶାସକ ଦଳର ବଡ଼ପଣ୍ଡା ସାଜିଥିବା ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି ।

ଦଳ ଆହୁରି ଅଭିଯୋଗ କରିଛି ଯେ, ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତମାନେ ସବୁ ଜାଳି ଦେଇଛନ୍ତି । ମନ୍ତ୍ରୀ ଏ ଅପରାଧରେ ପୃଷ୍ଠପୋଷକ ସାଜିଛନ୍ତି । ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସମେତ ଏକାଧିକ ଶାସକ ଦଳର ନେତା ଏ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି । ଗୋଟିଏ ଜନ କଲ୍ୟାଣକାରୀ ସରକାର ସମ୍ବେଦନ ବିନା ଚାଲିପାରିବ ନାହିଁ । 21 ବର୍ଷ ଭିତରେ କୌଣସି ଗୋଟିଏ ଘଟଣାରେ ସରକାର ନ୍ୟାୟ ଦେଇ ପାରିନାହାନ୍ତି । ଓଡି଼ଶା ମୁଖ୍ୟମନ୍ତ୍ରୀଙ୍କର ମୌନବ୍ରତ ଭାଙ୍ଗୁନାହିଁ । ଓଡିଶାର ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ଭଳି ନିଜ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ବିଜେପି କହିଛି ।

ବିଜେପି ମମିତାଙ୍କୁ ନ୍ୟାୟ ଦେବା ପାଇଁ ଲଢେଇ ଜାରି ରଖିବ ଓ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର କରାନଯିବା ଯାଏଁ ଓ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ନଯାଏଁ ବିଜେପି ଆନ୍ଦୋଳନ ଜାରି ରଖିବ । ସରକାର ରୀତିମତ ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Nov 6, 2021, 3:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.