ETV Bharat / city

ରାତିସାରା ଧାରଣାରେ ବସିଲେ ବିଜେପି ବିଧାୟକ, ଆଜି କରିବେ ପ୍ରେସମିଟ - ରାଜ୍ୟକାର୍ଯ୍ୟାଳୟରେ କରିବେ ପ୍ରେସମିଟ

ବିଧାନସଭା ଗାନ୍ଧୀ ମୂର୍ତ୍ତି ତଳେ ରାତି ସାରା ଧାରଣାରେ ବିସିଲେ ବିରୋଧୀ ଦଳ ନେତା ଓ ବିଜେପିର ସମସ୍ତ ବିଧାୟକ । ଆଜି ଦିନ 10ଟା ବେଳେ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିବେ ସମସ୍ତ ବିଧାୟକ ।

bjp mla whole night protest in gandhi statue in assembly
ରାତିସାରା ଧାରଣାରେ ବସିଲେ ବିଜେପି ବିଧାୟକ, ଆଜି ରାଜ୍ୟ କାର୍ଯ୍ୟାଳୟରେ କରିବେ ପ୍ରେସମିଟ
author img

By

Published : Apr 4, 2021, 7:25 AM IST

ଭୁବନେଶ୍ବର: ବିଧାନସଭା ଗାନ୍ଧୀ ମୂର୍ତ୍ତି ତଳେ ରାତି ସାରା ଧାରଣାରେ ବିସିଲେ ବିରୋଧୀ ଦଳ ନେତା ଓ ବିଜେପିର ସମସ୍ତ ବିଧାୟକ । ଆଜି ଦିନ 10 ଟା ବେଳେ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିବେ ସମସ୍ତ ବିଧାୟକ । ଏହାସହ ରାଜ୍ୟପାଳଙ୍କୁ ଭେଟି ବିଧେୟକ ପାରିତ ହେବା ସମୟରେ ବିରୋଧୀ ଦଳର ନେତାଙ୍କୁ କହିବାକୁ ନ ଦିଆଯିବା ପ୍ରସଙ୍ଗ ରଖିବେ ବିଜେପି ସଦସ୍ୟ କହିଛନ୍ତି ।

ରାତିସାରା ଧାରଣାରେ ବସିଲେ ବିଜେପି ବିଧାୟକ, ଆଜି ରାଜ୍ୟ କାର୍ଯ୍ୟାଳୟରେ କରିବେ ପ୍ରେସମିଟ

ଚପଲ ଫିଙ୍ଗିବା ଘଟଣାରେ ବିଜେପିର ତିନି ବିଧାୟକ ନିଲମ୍ବିତ ହୋଇଛନ୍ତି । ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏବଂ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ବାଚସ୍ପତି ନିଲମ୍ବିତ କରିଛନ୍ତି । ଏହିଘଟଣାକୁ ବିରୋଧ କରି ବିରୋଧୀଦଳ ନେତା ବିରୋଧୀଦଳନେତା ସମେତ ସମସ୍ତ ବିଧାୟକ ଗାନ୍ଧୀମୂର୍ତ୍ତୀତଳେ ରାତିସାରା ଧାରଣାରେ ବସିଛନ୍ତି । ଘଟିଥିବା ଘଟଣା ପାଇଁ ବିଧାୟକମାନେ କ୍ଷମା ମାଗିବାକୁ ପ୍ରସ୍ତୁତ ଥିଲେ । ପକ୍ଷ ରଖିବାକୁ ସୁଯୋଗ ଦିଆଗଲା ନାହିଁ ବୋଲି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।

ସୂଚନାଥାଉକି, ଗତକାଲି(ଶନିବାର) ବିଧାନସଭାର ଶେଷ ଦିନରେ ବିନା ଆଲୋଚନାରେ ବିଲଗୁଡିକ ପାରିତ ନେଇ ବିରୋଧୀ କ୍ଷୁବ୍ଧ ହୋଇଥିଲା । ବାଚସ୍ପତି ଓ ସରକାରୀ ଦଳ ଅଗଣତାନ୍ତ୍ରିକ ଉପାୟରେ ବିଲଗୁଡିକ ପାରିତ କରିଛନ୍ତି । ଏହାକୁ ବିରୋଧ କରି ଗୃହରେ ବିଜେପି ବିଧାୟକମାନେ ଚପଲ ଫୋପାଡିବା ସହ ଇୟର ଫୋନ ଓ ଡଷ୍ଟର ମଧ୍ୟ ବାଚସ୍ପତିଙ୍କ ପୋଡିୟମକୁ ପିଙ୍ଗିଛନ୍ତି । ବିରୋଧୀଦଳ ନେତାଙ୍କୁ ମଧ୍ୟ କହିବାକୁ ସୁଯୋଗ ଦିଆଯାଇନାହିଁଁ । ତେଣୁ ଏଭଳି ଘଟଣା ଘଟିଛି ବୋଲି ବିରୋଧୀ କହିଛନ୍ତି । ଚଳିତ ଅଧିବେଶନର ଶେଷ ପର୍ଯ୍ୟନ୍ତ ଗୃହରେ ଯୋଗ ଦେଇ ପାରିବେନି ଏହି ତିନି ସଦସ୍ୟ । ଏହି ଘଟଣାକୁ ବିରୋଧ କରି ବିଜେପି ସଦସ୍ୟମାନେ ଗୃହ ତ୍ୟାଗ କରିବା ସହ ବିଧାନସଭାରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.