ETV Bharat / city

'କୋଭିଡ କଟକଣା ସହ ସଂସ୍କୃତି ଓ ଇତିହାସକୁ ସମ୍ମାନ ଜଣାନ୍ତୁ ସରକାର'

author img

By

Published : Jun 19, 2021, 2:25 PM IST

କେନ୍ଦ୍ରାପଡା ବଳଦେବଜୀଉଙ୍କ ସମେତ ରାଜ୍ୟରେ ଅନ୍ୟ ବୈଷ୍ଣବ ପୀଠରେ ରଥଯାତ୍ରା ପ୍ରସଙ୍ଗ । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

bjp leader bijay  mahapatra pressmeet
କୋଭିଡ କଟକଣା ସହ ସଂସ୍କୃତି ଓ ଇତିହାସକୁ ସମ୍ମାନ ଜଣାନ୍ତୁ ସରକାର:- ବିଜୟ ମହାପାତ୍ର

ଭୁବନେଶ୍ବର : କେନ୍ଦ୍ରାପଡା ବଳଦେବଜୀଉଙ୍କ ସମେତ ରାଜ୍ୟରେ ଅନ୍ୟ ବୈଷ୍ଣବ ପୀଠରେ ରଥଯାତ୍ରା ପ୍ରସଙ୍ଗ । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ସରକାର ଏକ ବିକଳ୍ପ ନିଷ୍ପତ୍ତି ନେବା ପାଇଁ ଦାବି କଲେ ବିଜୟ ମହାପାତ୍ର । ସଂସ୍କୃତି ଓ ଇତିହାସକୁ ସମ୍ମାନ ଜଣାଇବା ସହ କୋଭିଡ କଟକଣା ପାଳନ କରି କେମିତି ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜିତ କରିହେବ, ସେ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର ।

ରଥଯାତ୍ରାକୁ ନେଇ ଓଡିଶାବାସୀଙ୍କ ମନରେ ଭାବାବେଗ ରହିଛି । ସୁପ୍ରିମକୋର୍ଟ ଗତବର୍ଷ ବିନା ଭକ୍ତରେ ପୁରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଥିଲେ । ଚଳିତ ବର୍ଷ ମଧ୍ୟ ସରକାର ସେହି ଅନୁମତି ଆଧାରରେ ପୁରୀରେ ରଥଯାତ୍ରା କରୁଛନ୍ତି । ଯାହାକି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଓଡିଶାରେ ଅନ୍ୟାନ୍ୟ ସ୍ଥାନରେ ଦାବି ଉଠିବା ସ୍ଵାଭାବିକ । କେନ୍ଦ୍ରାପଡା ଓ ପୁରୀ ମନ୍ଦିରର ଇତିହାସ ଅତ୍ୟନ୍ତ ଘନିଷ୍ଠ । ତୁଳସୀ କ୍ଷେତ୍ର ଓ ଶ୍ରୀକ୍ଷେତ୍ରର ସମ୍ପର୍କ 1700 ଖ୍ରୀଷ୍ଟାବ୍ଦ ସମୟର । ଏତେ ବର୍ଷର ସମ୍ପର୍କ ଆଉ କେଉଁଠି ଓଡିଶାରେ ନାହିଁ ।

କାର୍ତ୍ତିକ ମାସରେ ବଳଦେବଜୀଉ ମନ୍ଦିରକୁ ପୁରୀ ମନ୍ଦିରରୁ ପାଟବସ୍ତ୍ର ଯାଏ । ପୁରୀ ମନ୍ଦିର ଓ ବଳଦେବ ଜୀଉ ମନ୍ଦିର ସମାନ ସମୟରେ ହେଲା । ରଥ ଉପରେ ନୀତିକାନ୍ତି କେବଳ ରଥ ଉପରେ ହୋଇପାରିବ । ମନ୍ଦିର ଭିତରେ ହୋଇପାରିବ ନାହିଁ । 5ଟି କ୍ଷେତ୍ର ଓଡିଶାରେ ଅଛି । ସରକାର ରଥ ନିର୍ମାଣ ପାଇଁ ଅନୁମତି ଦେବା ସହ ମହାପ୍ରଭୁଙ୍କ ରଥ ଉପରକୁ ଆଣିବା ପାଇଁ ଅନୁମତି ଦିଅନ୍ତୁ । କେବଳ ସେବାୟତମାନେ ରଥ ଉପରେ ନୀତିକାନ୍ତି କରିବେ ।

କୌଣସି ଭକ୍ତ ଯେମିତି ଯିବେ ନାହିଁ ସରକାର 144 ଧାରା ମଧ୍ୟ ଲାଗୁ କରିପାରିବେ । ମୁଖ୍ୟମନ୍ତ୍ରୀ ମଧ୍ୟ ହସ୍ତକ୍ଷେପ କରନ୍ତୁ । ଯେତେବେଳେ କଳାପାହାଡ଼ ପୁରୀ ଉପରକୁ ଆକ୍ରମଣ କରିଥିଲା । ସେତେବେଳେ କେନ୍ଦ୍ରାପଡା ବଳଦେବ ଜୀଉଙ୍କ ପାଖରେ ରଥଯାତ୍ରା ହୋଇଥିଲା । ଭକ୍ତମାନଙ୍କ ଭାବାବେଗ ଆଘାତ ହେବ ନାହିଁ । କୋଭିଡ କଟକଣା ମଧ୍ୟ ବଜାୟ ରହିବ । ଏଭଳି ଏକ ବିକଳ୍ପ ବ୍ୟବସ୍ଥା କରନ୍ତୁ ସରକାର ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.