ETV Bharat / city

Dhamnagar Bypoll: BJD ଏକ ବାରୁଦ ଗଦା ଉପରେ ବସିଛି କହିଲା BJP - ଧାମନଗର ଉପନିର୍ବାଚନ ନେଇ ବିଜେପିର ପ୍ରତିକ୍ରିୟା

ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ଏବେଠାରୁ ଅଙ୍କାକଷା ଆରମ୍ଭ ହେଲାଣି । ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢ଼ନ୍ତୁ

Dhamnagar Bypoll: BJD ଏକ ବାରୁଦ ଗଦା ଉପରେ ବସିଛି କହିଲା BJP

author img

By

Published : Oct 16, 2022, 6:37 PM IST

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ଏବେଠାରୁ ଅଙ୍କାକଷା ଆରମ୍ଭ ହେଲାଣି । ଏହି ଆସନ ହାତେଇବାକୁ ତିନି ପ୍ରମୁଖ ରାଜନୈତିକ ଦଳ ଆଶାବାଦୀ ହୋଇ ରହିଛନ୍ତି । ବିଧାୟକ ବିଷ୍ଣୁସେଠୀଙ୍କ ଅକାଳ ବିୟୋଗ ପରେ ନଭେମ୍ବର ୩ ତାରିଖରେ ଏଠାରେ ଉପନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ସେପଟେ ଏହି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ତେବେ ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

Dhamnagar Bypoll: BJD ଏକ ବାରୁଦ ଗଦା ଉପରେ ବସିଛି କହିଲା BJP

ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ନିର୍ବାଚନରେ ଫଳାଫଳ କଣ ହେବ ତାହା ଏବେ ଗଣନା କରିବା ଠିକ୍ ନୁହେଁ । କିନ୍ତୁ ଏକଥା ସ୍ପଷ୍ଟ ଯେ, ଧାମନଗରରେ ଜନମତ ଏବଂ ଲୋକମାନଙ୍କର ସମର୍ଥନ ବିଜେପି ସପକ୍ଷରେ ଅଛି । ବିଜେଡିର ଅନ୍ତର୍ଦ୍ବନ୍ଦ୍ବ ନିଶ୍ଚିତ ଭାବରେ ସହାୟକ ହେବ । ଧାମନଗରରେ ବିଜୟର ସମ୍ଭାବନା ଅଛି ଏବଂ ବିଜେପି ଠିକ ଭାବରେ ନିର୍ବାଚନ ଲଢୁଛି । ବିଷ୍ଣୁ ସେଠୀଙ୍କ ପ୍ରତି ଯେଉଁ ସମବେଦନା ଅଛି ଦଳ ପାଇଁ ଲାଭ ହେବ । ୟୁନାଇଟେଡ ଫେସ୍ ନେଇ ବିଜେପି ଲଢୁଛି ତେଣୁ ପୁରା ଦମରେ ସଫଳତା ସହିତ ନିର୍ବାଚନ ବୈତରଣୀ ପାର ହେବାକୁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ ।"

ସେପଟେ ବିଜେଡିର ଦୁର୍ନୀତି ଲୋକଲୋଚନକୁ ଆଣି ବିଜେପି ନିର୍ବାଚନ ଲଢ଼ିବ । ତା ସହିତ ବିଜେଡି ବିଦ୍ରୋହୀ ନେତା ରାଜେନ୍ଦ୍ର ଦାସଙ୍କୁ ନେଇ ମଧ୍ୟ ବିଜେପି ପ୍ରତିକ୍ରିୟା ରଖିଛି । ଏହାକୁ ନେଇ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ବିଜୁ ଜନତା ଦଳ ଏକ ବାରୁଦ ଗଦା ଉପରେ ବସିଛି । ଧାମନଗରରେ ନେତୃତ୍ବ ବିରୁଦ୍ଧରେ ଯେଉଁ ବିଦ୍ରୋହର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସେଇଠି ରାଜେନ୍ଦ୍ର ଦାସ ଅଗ୍ନି ସ୍ଫୁଲିଙ୍ଗ ଯୋଡ଼ିଛନ୍ତି । ଏହା ଆହୁରି ଆଗକୁ ଯିବ ଏବଂ ବିଜେଡିର ଆଗାମୀ ଦିନରେ ଅବସ୍ଥା ତାଠାରୁ ଆହୁରି ଭୟାନକ ହେବ । ଯେଉଁଭଳି ଭାବେ ଏକଛତ୍ରବାଦୀ, ଏକଚାଟିଆ, ଏବଂ ଦୁର୍ନୀତିଗସ୍ତ ଶାସନ ଓଡ଼ିଶାରେ ଏକପ୍ରକାର ଦେହସୁହା ଘଟଣାରେ ପରିଣତ କଲାଣି ବିଜେଡି ତାହାର ପରିଣାମ ନିଶ୍ଚିତ ଭାବରେ ଭୋଗିବ । ଯେଉଁମାନେ ଭଦ୍ର ଲୋକ ଅଛନ୍ତି ଯାହାର ସ୍ବାଭିମାନ ଅଛି ସେମାନେ ଆଗାମୀ ଦିନରେ ବିଜେଡିର ରହିପାରିବେ ନାହିଁ ଏହା ତାହାର ଗୋଟିଏ ଜ୍ବଳନ୍ତ ଉଦାହରଣ ।"

ସେପଟେ କଂଗ୍ରେସ ମଧ୍ୟ ଏହାପୂର୍ବରୁ ସମାନ କଥା ଦୋହରାଇ ସାରିଛି । ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଧାମନଗର ଉପନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । ଦରଦାମ ବୃଦ୍ଧି, ବେରୋଜଗାରୀ,ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ରାଜ୍ୟ ସରକାର ଖଣି ଦୁର୍ନୀତିରେ ଲିପ୍ତ ରହିଛନ୍ତି । ଏଣୁ ଧାମନଗରରେ ଲୋକେ କଂଗ୍ରେସକୁ ବାଛିବେ । ଆଜି ରାଜେନ୍ଦ୍ର ଦାସଙ୍କୁ ବିଜେଡି ଟଙ୍କା ପ୍ରଲୋଭନ ଦେଖାଇଛି । କିନ୍ତୁ ରାଜେନ୍ଦ୍ର ଦାସ ଏହାକୁ ଗ୍ରହଣ କରି ନାହାନ୍ତି । କଂଗ୍ରେସକୁ ଏହାର ଫାଇଦା ମିଳିବ । ଧାମନଗରରେ କଂଗ୍ରେସ ଜିତିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.