ETV Bharat / city

ଯୋଗ୍ୟତା କାର୍ଡ ବଣ୍ଟନକୁ ନେଇ ବର୍ଷିଲା ବିଜେପି, ଆଣିଲା ସାଂଘାତିକ ଅଭିଯୋଗ

author img

By

Published : Mar 5, 2020, 8:40 PM IST

ବିଜୁ ଜୟନ୍ତି ତଥା ପଞ୍ଚାୟତିରାଜ ଦିବସରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ପ୍ରଶ୍ନ ଉଠାଇଛି ଯୋଗ୍ୟତା କାର୍ଡ ଦେବାକୁ ବିଜେଡିକୁ ଅଧିକାର ଦେଲା କିଏ ? ପଢନ୍ତୁ ସମ୍ପୂର୍ଣ୍ଣ ଖବର...

bjp criticised
bjp criticised

ଭୁବନେଶ୍ବର: ପଞ୍ଚାୟତିରାଜ ଦିବସରେ ରାଜ୍ୟ ସରକାର 20 ଲକ୍ଷ ଯୋଗ୍ୟତା କାର୍ଡ ବାଣ୍ଟିବା ପାଇଁ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ କଡା ଆକ୍ରମଣ କରିଛି ରାଜ୍ୟ ବିଜେପି ।

ଯୋଗ୍ୟତା କାର୍ଡ ବଣ୍ଟନକୁ ନେଇ ବର୍ଷିଲା ବିଜେପି; ଆଣିଲା ସାଂଘାତିକ ଅଭିଯୋଗ

ଗୁରୁବାର ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆବାସର ଘୋଟାଲା ନେଇ ରାଜ୍ୟ ସରକାରଙ୍କୁ ହିସାବ ମାଗିଛନ୍ତି ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ସେ ଅଭିଯୋଗ କରିଛନ୍ତି ସରକାର ରାଜ୍ୟରେ ଫନି ପରଠାରୁ ଆବାସ ଯୋଜନାରେ ଗୋଟିଏ ବି କାର୍ଯ୍ୟାଦେଶ ଦେଇନାହାନ୍ତି କି ହିତାଧିକାରୀଙ୍କ ଚୟନ ତାଲିକା ଚୂଡାନ୍ତ କରିନାହାଁନ୍ତି । ସଂଗୀନ ଅଭିଯୋଗ ଆଣି କହିଛନ୍ତି ସାମାଜିକ ଅର୍ଥନୈତିକ ସର୍ଭେରେ ଥିବା 27 ଲକ୍ଷ ହିତାଧିକାରୀଙ୍କୁ ପ୍ରଥମେ ଘର ଦେବାପାଇଁ ଘୋଷଣା କହିଥିଲେ, କାହିଁକି ଦ୍ୱିତୀୟ ପର୍ଯ୍ୟାୟ ସର୍ଭେରେ 9 ଲକ୍ଷ ନାଁ କଟିଲା ବୋଲି ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାର ନିଜେ ୨୫ ଲକ୍ଷ ଘର ନିର୍ମାଣ କରିଥିବା କହୁଥିବା ବେଳେ ୨୧ ଲକ୍ଷ ଘର ପାଇଁ କେନ୍ଦ୍ର ସରକାର ଅର୍ଥ ଦେଇଛନ୍ତି । ବର୍ତ୍ତମାନ ଯୋଗ୍ୟ ହିତାଧିକାରୀ କାର୍ଡ ଦେବା ବିଜେଡି ପାଖରେ ଅଧିକାର କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି । ତଥ୍ଯ ଦେଇ ବିଜେପି କହିଛି ୩ ବର୍ଷରେ ଆବାସ ଯୋଜନାରେ କେନ୍ଦ୍ର ୧୪ ହଜାର ୭୯୬ କୋଟି ଟଙ୍କା ଦେଇଛନ୍ତି। କିନ୍ତୁ ଏହି ତିନି ବର୍ଷର ରାଜ୍ୟ ସରକାର ବଜେଟରେ ବିଜୁ ପକ୍କାଘର ପାଇଁ କେତେ ଟଙ୍କା ବ୍ୟୟ ବରାଦ କରିଛନ୍ତି ବୋଲି କହିଛି ବିଜେପି ।

ତେଣୁ ଦଳ କହିଛି ଏହିସବୁ ପ୍ରସଙ୍ଗରେ ବିଜେପିର ସାଂସଦ, ବିଧାୟକ, ବିରୋଧୀ ଦଳନେତା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.