ETV Bharat / city

ନବୀନଙ୍କ ‘ଶେଷର ଆରମ୍ଭ’: ସୁର - କଂଗ୍ରେସ ବିଧାୟକ ସୁର ରାଉତରାୟ

ନିଜ ସ୍ୱଚ୍ଛ ଭାବମୂର୍ତ୍ତିରେ ଦାଗ ଲାଗିବାକୁ ଦେଉ ନ ଥିବା ନବୀନ କିଭଳି ଦିବ୍ୟଶଙ୍କରଙ୍କୁ ମଞ୍ଚରେ ବସାଇଲେ ତାକୁ ନେଇ ବିରୋଧୀ ଉଠାଇଛନ୍ତି ଅନେକ ପ୍ରଶ୍ନ । ଅଧିକ ପଢନ୍ତୁ...

BJP and congress target to naveen patnaik for minister dibya shankar mishra
ନବୀନଙ୍କ ଶେଷର ଆରମ୍ଭ
author img

By

Published : Nov 9, 2021, 8:52 PM IST

Updated : Nov 9, 2021, 8:58 PM IST

ଭୁବନେଶ୍ବର : ତେଜୁଛି ରାଜନୀତି। ନିଜ ସ୍ୱଚ୍ଛ ଭାବମୂର୍ତି ରେ ଦାଗ ଲାଗିବାକୁ ଦେଉ ନ ଥିବା ନବୀନ କିଭଳି ଦିବ୍ୟଶଙ୍କରଙ୍କୁ ମଞ୍ଚରେ ବସାଇଲେ ତାକୁ ନେଇ ବିରୋଧୀ ଉଠାଇଛନ୍ତି ଅନେକ ପ୍ରଶ୍ନ। ଏହା ନବୀନଙ୍କ ଶେଷର ଆରମ୍ଭ ବୋଲି କରିଛନ୍ତି ଅଭିଯୋଗ। ଏପରିକି ନବୀନ ଏବେ ଆଗଭଳି ନାହାନ୍ତି ବଦଳି ଯାଇଛନ୍ତି ବୋଲି ବି ବିରୋଧୀ କହିଛନ୍ତି। ସେପଟେ ବିଜେଡି ବି ରଖିଛି କଡା ଜବାବ।

ନବୀନଙ୍କ ଶେଷର ଆରମ୍ଭ
ନୂଆ ମୋଡ଼ ନେଇଛି ମମିତା ମେହେର ହତ୍ୟା ପ୍ରସଙ୍ଗ। ମୁଖ୍ୟମନ୍ତ୍ରୀ କଳାହାଣ୍ଡି କାର୍ଯ୍ୟକ୍ରମରେ ମଞ୍ଚରେ ଦିବ୍ୟଶଙ୍କର ମିଶ୍ରଙ୍କୁ ବସାଇବା ପରେ ମୋଡ଼ ନେଇଛି ରାଜନୀତି। ବିରୋଧୀ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତିକୁ ନେଇ ନିଶାନା କରିଛନ୍ତି। ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଓ ବହିଷ୍କାର ତଥା ଗିରଫ ଦାବି ହେଉଥିବାବେଳେ ତାଙ୍କୁ ବହିଷ୍କାର ତ ଦୂରର କଥା ନିଜ ମଞ୍ଚରେ ବସାଇ ନବୀନ ଗୋଟେ ବଡ଼ ଭୁଲ କରିଥିବା ବିରୋଧୀ କହିଛନ୍ତି। ଯାହାକୁ ତାଙ୍କ ନିରଙ୍କୁଶ ଶାସନର ଶେଷର ଆରମ୍ଭ ବୋଲି ବିରୋଧୀ କଂଗ୍ରେସ ଓ ବିଜେପି କହିଛନ୍ତି। ଏପରିକି ନବୀନ ଏବେ ଆଗଭଳି ନାହାନ୍ତି ବହୁତ ବଦଳି ଯାଇଛନ୍ତି ବୋଲି କୁହାଯାଇଛି। ଯାହାର ଜବାବ ଲୋକେ ଖୁବ ଶୀଘ୍ର ଦେବେ ବୋଲି କହିଛନ୍ତି ବିରୋଧୀ। ଏପରିକି ଯେତେ ଯାହା କଲେ ବି ମମିତାଙ୍କୁ ନ୍ୟାୟ ଓ ମହଲିଙ୍ଗ ଘଟଣାର ସତର ପର୍ଦାଫସ ନ କରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ବିରୋଧୀ ଚେତାଇ ଦେଇଛନ୍ତି।

ଅନ୍ୟପକ୍ଷରେ ଶାସକ ବିଜେଡି ମଧ୍ୟ ଏ ପ୍ରସଙ୍ଗରେ ବିରୋଧୀଙ୍କୁ କଡା ଜବାବ ଦେଇଛି। ନବୀନ କେବେହେଲେ ଦୁର୍ନୀତିକୁ ପ୍ରଶ୍ରୟ ଦେଇନାହାନ୍ତି କି ଆଜି ବି ଦେଉ ନାହାନ୍ତି ବୋଲି କହିଛି ବିଜେଡି। ଆଜି ବି ନବୀନ ସେମିତି ଅଛନ୍ତି ଯେମିତି ପୂର୍ବରୁ ଥିଲେ। ସେ କିଛି ବଦଳି ନାହାନ୍ତି ବୋଲି କହିଛି ବିଜେଡି। ଏପରିକି ନବୀନଙ୍କ ଏହା ଶେଷର ଆରମ୍ଭ ନା ବିରୋଧୀଙ୍କ ପାଇଁ ଏହା ଶେଷ ତାହାକୁ ଅପେକ୍ଷା କରନ୍ତୁ ବୋଲି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Nov 9, 2021, 8:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.