ETV Bharat / city

Panchayat Vote Counting: ୨୬୮ ଆସନରେ BJD ବିଜୟୀ, ପଛରେ ପଡିଗଲା BJP

author img

By

Published : Feb 27, 2022, 12:08 PM IST

ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିର ଜିଲ୍ଲା ପରିଷଦ ଫଳାଫଳ ସାମ୍ନାକୁ ଆସିଛି । ୩୧୫ଟି ଆସନ ମଧ୍ୟରୁ ୩୦୦ ଆସନର ଫଳାଫଳ ଘୋଷଣା ହୋଇଛି । ଅଧିକ ପଢ଼ନ୍ତୁ

Panchayat Vote Counting:  ୨୬୮ ଆସନରେ ବିଜେଡି ବିଜୟୀ, ପଛରେ ପଡ଼ିଗଲା ବିଜେପି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିର ଜିଲ୍ଲା ପରିଷଦ ଫଳାଫଳ ସାମ୍ନାକୁ ଆସିଛି । ୩୧୫ଟି ଆସନ ମଧ୍ୟରୁ ୩୦୦ ଆସନର ଫଳାଫଳ ଘୋଷଣା ହୋଇଛି । ସେଥିମଧ୍ୟରେ ୨୬୮ ଆସନରେ ବିଜେଡି ବାଜିମାତ କରିଥିବା ବେଳେ ବିଜେପିର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଗତ ନିର୍ବାଚନରେ ଦମ ଦେଖାଥିବା ବିଜେପି ଚଳିତ ନିର୍ବାଚନରେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୪ଟି ଆସନରେ ବିଜୟୀ ହେବାରେ ସକ୍ଷମ ହୋଇ ପାରିଛି ।

ସେପଟେ କଂଗ୍ରେସ ୧୪ଟିରେ ବିଜୟୀ ହୋଇ ନିଜ ସ୍ଥିତି ଜାହିର କରିଛନ୍ତି । ଅନ୍ୟାନ୍ୟ ୪ଟି ଆସନରେ ବିଜୟୀ ହୋଇଛନ୍ତି । ସେଥିମଧ୍ୟରେ ଜେଏମ୍‌ଏମ୍‌ ଓ ସିପିଆଇଏମ୍‌ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଥିବା ବେଳେ ଦୁଇଟି ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଦ୍ବିତୀୟ ପର୍ଯ୍ୟାୟରେ ୩୦୫ଟି ଆସନ ପାଇଁ ଗଣତି ଆରମ୍ଭ ହୋଇଛି । ଦ୍ବିତୀୟ ପର୍ଯ୍ୟାୟ ଗଣତିରେ ବିଜେଡି ଲିଡ କରୁଥିବା ନଜର ଆସିଛି । ଏ କ୍ଷେତ୍ରରେ ବିରୋଧୀ ବିଜେପି ବହୁ ପଛରେ ପଡିଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.