ETV Bharat / city

ନବୀନ ନମ୍ବର ଓ୍ଵାନ: ଶୋଭାଯାତ୍ରା କରି ଶୁଭେଚ୍ଛା ଜଣାଇଲା ମହିଳା ମୋର୍ଚ୍ଚା

author img

By

Published : Jan 18, 2021, 7:13 PM IST

ମୁଖ୍ୟମନ୍ତ୍ରୀ ନବୀନ ଦେଶର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ବିବେଚନା ହେବା ପରେ ମହିଳା ବିଜୁ ଜନତା ଦଳ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

BJD Women wing congratulated CM Naveen pattanaik becoming the NO.1 cm in India
ନବୀନ ନମ୍ବର ଓ୍ଵାନ: ଶୋଭାଯାତ୍ରା କରି ଶୁଭେଚ୍ଛା ଜଣାଇଲା ମହିଳା ମୋର୍ଚ୍ଚା

ଭୁବନେଶ୍ବର: ଏବିପି-ସି ଭୋଟର ସର୍ଭେ ରିପୋର୍ଟରୁ ଦେଶରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ସୋମବାର ମହିଳା ବିଜୁ ଜନତା ଦଳ ବିଜେଡି଼ ରାଜ୍ୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦଳର କର୍ମୀ ଓ ଅନ୍ୟ ଦଳର କର୍ମୀମାନେ ଶୁଭେଚ୍ଛା ଜଣାଇଥିଲେ । ଦଳର ମହିଳା କର୍ମୀମାନେ ବିଜେଡି ରାଜ୍ୟ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ନବୀନ ନିବାସରେ ପହଞ୍ଚି ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଶୋଭାଯାତ୍ରାର ନେତୃତ୍ବ ରାଜ୍ୟ ମହିଳା ବିଜେଡି ସଭାପତି ସ୍ନେହାଙ୍ଗିନୀ ଛୁରିଆ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି । ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ଶ୍ରୀମୟୀ ମିଶ୍ର, ଲାତିକା ପ୍ରଧାନ, ଶର୍ମିଷ୍ଠା ସେଠୀ, ସୁନନ୍ଦା ଦାସ, କସ୍ତୁରୀ ମହାପାତ୍ର, ସୁମିତ୍ରା ଜେନା, ମୀରା ପରିଡା ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.