ଭୁବନେଶ୍ବର: କେନ୍ଦ୍ରାପଡା ବିଜେଡିର ଟାଣୁଆ ନେତା ପ୍ରମୋଦ ସାହୁ। ବିଜେଡିର ବହୁ ହେଭିୱେଟ ନେତାଙ୍କ ଗହଣରେ ଅନେକ ସମୟରେ ତାଙ୍କୁ ଦେଖିବାକୁ ମିଳିଥାଏ। ହେଲେ ବର୍ତ୍ତମାନ ସମୟରେ ତାଙ୍କ ନାଁରେ ଯେଉଁ ସଙ୍ଗୀନ ଅଭିଯୋଗ ଆସିଛି ତାହା କାହାକୁ ବି ଅଛପା ନାହିଁ। ସେ କଥା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି। କାର୍ଯ୍ୟ କ୍ଷେତ୍ରରେ ଜଣେ କର୍ମଜୀବୀ ମହିଳାଙ୍କୁ ଅସଦାଚରଣ ମାମଲାରେ ଏବେ ଜେଲର ଚାରିକାନ୍ଥ ଭିତରେ ସଜ୍ଜା କାଟୁଛନ୍ତି ସେ।
ତେବେ ଏହି ଘଟଣା ପରେ ଏବେ ବିଜେଡିକୁ ଘାରିଛି ବଦନାମ ଭୟ। ପ୍ରମୋଦଙ୍କ କେଳେଙ୍କାରୀରୁ ରକ୍ଷା ପାଇବା ପାଇଁ ପ୍ରମୋଦ ବିଜେଡି ଦଳର ନେତା ନୁହେଁ ବୋଲି ବିଜେଡି ନିଜ ପକ୍ଷରୁ କ୍ଲିନଚିଟ୍ ଦେଇଛି। ଖୋଦ୍ ଦଳୀୟ ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ପ୍ରମୋଦ ସାହୁ ବହୁ ପୂର୍ବରୁ ଇସ୍ତଫା ଦେଇସାରିଛନ୍ତି। ସେ ଦଳ ସହିତ ଏବେ ଜଡିତ ନାହାଁନ୍ତି।

ବିରୋଧୀ ଦଳର ଭୟରେ ବିଜେଡି ଏପରି ସ୍ପଷ୍ଟୀକରଣ ଦେଇଛି। ଯଦି ନୁହେଁ ତେବେ ଦଳ ହଠାତ କାହିଁକି ସ୍ପଷ୍ଟୀକରଣ ଦେଲା। କାହିଁକି ଆଜି ଯାଏ ଦଳ ଚୁପ ବସିଥିଲା। ଏପରିକି ଘଟଣା ନେଇ ଦଳର କୌଣସି ନେତା କାହିଁକି ନିରବ ରହୁଥିଲେ। ଏପରି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଆନ୍ଦୋଳିତ ହେଉଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ