ଭୁବନେଶ୍ବର: ସାରୁଅ ଜମି ହଡପ ମାମଲାରେ ଓଡିଶାର ନିର୍ଦ୍ଧିଷ୍ଟ ଘରୋଇ ଟିଭି ଚ୍ୟାନେଲକୁ ବାରମ୍ବାର ଘେରିବାରେ ବ୍ୟସ୍ତ ରାଜ୍ୟ ସରକାର । ଏନେଇ ଓଡିଶା ସରକାରଙ୍କୁ ବିଜେପିର ବରିଷ୍ଠ ନେତା ତଥା ଦଳର ସାଧାରଣ ସମ୍ପାଦକ ରାମ ମାଧବଙ୍କ ଟାର୍ଗେଟ ପରେ ଏହାର ପାଲଟା ଜବାବ ରଖିଛି ବିଡେଡି ।
ମାମଲା ହାଇକୋର୍ଟରେ ଥିବା ବେଳେ ବିନା ହସ୍ତକ୍ଷେପରେ ନ୍ୟାୟ ହେବ ବୋଲି ରାମ ମାଧବଙ୍କ ଟ୍ବିଟର ଜବାବରେ କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସସ୍ମିତ ଟ୍ବିଟ କରି କହିଛନ୍ତି, ପ୍ରିୟ ରାମମାଧବ ଜୀ ଆପଣ ଅତ୍ୟାଚାର ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି | ବୈଜୟନ୍ତ ପଣ୍ଡା ତାଙ୍କ ଦଲିତ ଡ୍ରାଇଭରକୁ ବ୍ୟବହାର କରି 22 ଦଳିତଙ୍କୁ ସେମାନଙ୍କ ଜମିରୁ ଜାଲିଆତି କରି ସ୍ଥାନାନ୍ତର କରିଛନ୍ତି । ମୁଁ ନିଶ୍ଚିତ ଯେ ଆପଣ ଏହି ଅପରାଧର ଅନୁସନ୍ଧାନ ହେଉ ବୋଲି ଚାହୁଁଛନ୍ତି | ଏପରିକି ଓଡ଼ିଶା ହାଇକୋର୍ଟ ମଧ୍ୟ ଏହା ଚାହାନ୍ତି ।
ସସ୍ମିତ କହିଛନ୍ତି, ଜୟ ପଣ୍ଡାଙ୍କ ଭଉଣୀଙ୍କ କମ୍ପାନୀ ଓଡିଶା ସରକାରୀ ଭିତ୍ତିଭୂମି ପ୍ରକଳ୍ପରୁ କୋଟି କୋଟି ଟଙ୍କା ରୋଜଗାର କରୁଛି । ତାଙ୍କ ପରିବାରିକ ବ୍ୟବସାୟ ଓଡିଶା ସରକାରଙ୍କ ସହଯୋଗରେ ହଜାରେ କୋଟି ଟଙ୍କା ରୋଜଗାର କରେ | ତେବେ ଏ ବିଷୟରେ ଦୟାକରି ଆପଣଙ୍କର ସାଙ୍ଗଙ୍କୁ ପଚାରନ୍ତୁ ବୋଲି କହିଛନ୍ତି ସସ୍ମିତ ।
ବିଜେଡି ସାଂସଦ ରାମ ମାଧବଙ୍କୁ ଆହୁରି ମଧ୍ୟ କହିଛନ୍ତି ଯେ ଆପଣଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି | ଓଡିଶା ହାଇକୋର୍ଟ ତାଙ୍କ ରାୟରେ ଦଳିତଙ୍କ 'ଜମି ଦଖଲ' ମାମଲାରେ ଜୟ ଏବଂ ଜଗି ପଣ୍ଡାଙ୍କୁ ଗିରଫ କରିବାର ରାସ୍ତା ସଫା କରିଛନ୍ତି । ଯେତେବେଳେ ହାଇକୋର୍ଟରେ ମାମଲା ହେବ, ଏଥିରେ ହସ୍ତକ୍ଷେପ ବିନା ନ୍ୟାୟ କରାଯିବ ବୋଲି କହିଛନ୍ତି ସସ୍ମିତ ।
ସାରୁଅ ଜମି ମାମଲାରେ ଓଡିଶାର ନିର୍ଦ୍ଧିଷ୍ଟ ଘରୋଇ ଟିଭି ଚ୍ୟାନେଲକୁ ଶାସକ ଦଳ ବାରମ୍ବାର ଟାର୍ଗେଟ କରୁଥିବାରୁ ରାଜ୍ୟ ସରକାରଙ୍କୁ ମହାରାଷ୍ଟ୍ର ସରକାରଙ୍କ ସହ ତୁଳନା କରିଥିଲେ ବିଜେପି ନେତା ରାମ ମାଧବ । ଜଗିମଙ୍ଗତ ଓ ବୈଜୟନ୍ତଙ୍କୁ ପୋଲିସ ହଇରାଣ କରିଥିବା କହିଥିଲେ ସେ । ରାଜନୈତିକ ଆକ୍ରୋଶ ପାଇଁ ଏଭଳି ହେଉଛି ବୋଲି ଟ୍ବିଟରରେ ପ୍ରତିକ୍ରିୟା ରଖିଥିଲେ ରାମମାଧବ ।