ETV Bharat / city

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ: ପଞ୍ଚାୟତରାଜ ମନ୍ତ୍ରୀ

author img

By

Published : Oct 22, 2021, 6:16 PM IST

ଆଗାମୀ ପଞ୍ଚାୟତ ନିର୍ବାଚନ ୨୦୨୨କୁ ନେଇ ଚଳଚଞ୍ଚଳ ରାଜନୈତିକ ଦଳ । ପ୍ରସ୍ତୁତିରେ ଲାଗିପଡିଛନ୍ତି ନେତା କର୍ମୀ । ଏହାସହ ରାଜ୍ୟ ନିର୍ବାଚନ କମିଶନର ମଧ୍ୟ ସମସ୍ତ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଅଧିକ ପଢନ୍ତୁ...

Pratap Jena
Pratap Jena

ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନ ୨୦୨୨ କୁ ନେଇ ଚଳଚଞ୍ଚଳ ରାଜନୈତିକ ଦଳ । ପ୍ରସ୍ତୁତିରେ ଲାଗିପଡିଛନ୍ତି ନେତା କର୍ମୀ । ଏହାସହ ରାଜ୍ୟ ନିର୍ବାଚନ କମିଶନର ମଧ୍ୟ ସମସ୍ତ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଆଉ ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି ନେତା ତଥା ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ନିର୍ବାଚନ ପାଇଁ ବିଜୁ ଜନତା ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ: ପଞ୍ଚାୟତରାଜ ମନ୍ତ୍ରୀ

ଆଜି (ଶୁକ୍ରବାର) ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ପଞ୍ଚାୟତ ନିର୍ବାଚନ ନେଇ ବିଜୁ ଜନତା ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ନିର୍ବାଚନକୁ ବିଜେଡି ସବୁବେଳେ ଗୁରୁତ୍ବର ସହ ନିଏ । ସେଥିପାଇଁ ବର୍ଷତମାମ ପ୍ରସ୍ତୁତି ଜାରି ରହିଥାଏ । କେବଳ ନିର୍ବାଚନ ନୁହେଁ ବିଜେଡି ବର୍ଷକ ବାର ମାସ ଲୋକଙ୍କ ସାଙ୍ଗରେ ଥାଏ ବୋଲି ପ୍ରତାପ କହିଛନ୍ତି ।

ସେହିପରି ପ୍ରତାପ କହିଛନ୍ତି ଆମ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ସାଥିରେ ଅଛନ୍ତି । ବନ୍ୟା, ବାତ୍ୟା, ମରୁଡି ସହ କୋଭିଡ ଭଳି ସବୁ ସ୍ଥିତିରେ ଲୋକଙ୍କ ସହିତ ଅଛନ୍ତି । ଲୋକ ମଧ୍ୟ ଆମ ନେତାଙ୍କ ସହିତ ରହିଛନ୍ତି ।

ସେହିଭଳି ସଂରକ୍ଷଣ ନେଇ ଆସୁଥିବା ଅଭିଯୋଗ ନେଇ ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି ଯାହା ବି ଅଭିଯୋଗ ରହିବ ସମସ୍ତ ଅଭିଯୋଗର ଅନାଲିସିସ କରି ପଦକ୍ଷେପ ନେବୁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.