ETV Bharat / city

MP Aparajita Visit To Puri: ନାଁ ନେବାକୁ ଏମିତି କରୁଛନ୍ତି ଅପରାଜିତା କହିଲା BJD

author img

By

Published : Apr 27, 2022, 5:43 PM IST

ପ୍ରଶାସନ ବିନା ଅନୁମତିରେ ପୁରୀରେ ପଦଯାତ୍ରା କରିଛନ୍ତି ଅପରାଜିତା । ଏନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ନାଁ ନେବାକୁ ଅପରାଜିତା ଏପରି କରୁଥିବା ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ଅଧିକ ପଢନ୍ତୁ

ବିଜେଡି
ବିଜେଡି

ଭୁବନେଶ୍ବର: ପ୍ରଶାସନ ବିନା ଅନୁମତିରେ ପୁରୀରେ ପଦଯାତ୍ରା କରିଛନ୍ତି ଅପରାଜିତା । ଏନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ନାଁ ନେବାକୁ ଅପରାଜିତା ଏପରି କରୁଥିବା ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ ।

ନାଁ ନେବାକୁ ଏମିତି କରୁଛନ୍ତି ଅପରାଜିତା : ବିଜେଡି

ଅପରାଜିତାଙ୍କ ପୁରୀ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ । ମୁନ୍ନା କହିଛନ୍ତି ଯେ, ନିୟମ ମାନିବା ସମସ୍ତଙ୍କ କର୍ତ୍ତବ୍ୟ । ଯଦି ପ୍ରଶାସନ କୌଣସି କାରଣ ବସତ ଅନୁମତି ଦେଇ ନାହାନ୍ତି, ଜବରଦସ୍ତି କିଛି କରିବା ଉଚିତ ହେବନି । ଲୋକ ଦେଖାଣିଆ କରିବା ଉଚିତ ନୁହେଁ । ଯଦି ପ୍ରଶାସନ ଅନୁମତି ଦେଇନି କିଛି କାରଣ ଥାଇପାରେ ବୋଲି କହିଛନ୍ତି ମୁନ୍ନା ଖାଁ ।

ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଅନୁମତି ଦିଆଯାଇନଥିବ । ରାଲି ପାଇଁ ନିୟମ କାନୁନ ରହିଛି । ଜଣେ ସାଂସଦ ହିସାବରେ ସେ କଥା ବୁଝିବା ଦରକାର । ଦର୍ଶନ କରିବା କାହାକୁ ମନା ନାହିଁ । କିନ୍ତୁ ରାଲି ପାଇଁ ମନା ଅଛି କାହିଁକି ସେ ରାଲି କରିବେ । ପୁରୀରେ କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ । ଯାହା ହୋଇଛି ନିୟମ ଅନୁସାରେ ହୋଇଛି । ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ବିକାଶ ମୂଳକ କାର୍ଯ୍ୟକ୍ରମ କରୁଛନ୍ତି ସରକାର । ବିଭିନ୍ନ ଆଳ ଦେଖାଇ ନିନ୍ଦା କଲେ କାହାକୁ ମନା କରି ହେବନି । ଘଟଣାକୁ ନେଇ ରାଜନୀତି କାରଣ କରାଯାଉଛି ।

ଶ୍ରୀମନ୍ଦିର କାର୍ଯ୍ୟକୁ ସ୍ଥାନୀୟ ବିଧାୟକ, ଗଜପତି ବି ସମର୍ଥନ କରୁଛନ୍ତି । ଏ ପ୍ରସଙ୍ଗ ମଧ୍ୟ ସେ ସଂସଦରେ ଉଠାଇଥିଲେ, ସ୍ଥାନୀୟ ସାଂସଦ ବି ପ୍ରତିକ୍ରିୟା ରଖିଥିଲେ । ନିଜ ନାଁ ନେବାକୁ ବଢ଼େଇ ଚଢ଼େଇ କରିବାକୁ ଉଦ୍ୟମ କରୁଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.