ETV Bharat / city

ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ: ବିଜେପିର ସ୍ପଷ୍ଟୀକରଣ ଦାବି କଲା ବିଜେଡି

ବିଧାନସଭାରେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ । ବିଜେପିକୁ ଘେରିଲା ବିଜେଡ଼ି । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଘେରିଛି ବିଜେଡି । ଅଧିକ ପଢନ୍ତୁ...

author img

By

Published : Mar 15, 2021, 8:06 PM IST

BJD Pressmeet on mla suicide attemt issue in assembly
ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ: ବିଜେପିର ସ୍ପଷ୍ଟୀକରଣ ଦାବି କଲା ବିଜେଡି

ଭୁବନେଶ୍ବର: ବିଧାନସଭାରେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ । ବିଜେପିକୁ ଘେରିଲା ବିଜେଡ଼ି । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଘେରିଛି ବିଜେଡି । ଜାତୀୟ ଦଳ ବିଜେପି ଘଟଣାରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି କଲେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ସ୍ନେହାଙ୍ଗିନୀ ଛୁରିଆ ।

ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲେ । ଘଟଣା କେବଳ ବିଧାନସଭାର ଗାରିମା ନଷ୍ଟ କରିନି । ଏହା ସମଗ୍ର ରାଜ୍ୟର ଗାରିମାକୁ ଭୁଲୁଣ୍ଠିତ କରିଛି । ଭାରତରେ ଏଭଳି ଘଟଣା ଦେଖିବାକୁ ମିଳିନି । ଲୋକସଭା, ରାଜ୍ୟସଭା କିମ୍ବା କୌଣସି ବିଧାନସଭାରେ ଏପରି ଘଟଣା ଦେଖିବାକୁ ମିଳିନଥିଲା । ତେଣୁ ଏ ଘଟଣାକୁ ଯେତେ ନିନ୍ଦା କଲେ ବି କମ୍ ହେବ । ବର୍ତ୍ତମାନ କୋଭିଡ୍ ସମୟ । ପ୍ରତ୍ୟେକ ଘରେ ସାନିଟାଇଜର ଅଛି । ତେଣୁ ତାଙ୍କର ଏହି ପଦକ୍ଷେପ ସଭ୍ୟ ସମାଜକୁ ଭୁଲ ବାର୍ତ୍ତା ଦେଉଛି । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ବିଧାନସଭାରେ ବିଭିନ୍ନ ଫୋରମ ରହିଛି । ସବୁ ପ୍ରସଙ୍ଗରେ ଆଲୋଚନା ହୋଇପାରିବ । ହେଲେ ସେ ଆଲୋଚନାକୁ ନଯାଇ ଏଭଳି କାମ କଲେ । ବିଜେଡି ପ୍ରଶ୍ନ କରୁଛି, ବିଜେପି ଦଳ ଏହି ଘଟଣାରେ କାହିଁକି ଚୁପ ରହିଛି ? ବିଜେପି ଏହି ଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛି କି ? ବିଧାନସଭାର ପବିତ୍ରତାକୁ ନଷ୍ଟ କରି ବିଧାୟକ ଯେଉଁ ପଦକ୍ଷେପ ନେଲେ ବିଜେପି ତାହାର ଷ୍ଟାଣ୍ଡ ସ୍ପଷ୍ଟ କରୁ । ତାଙ୍କ ଦଳର ବିଧାୟକ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ବିଧାନସଭାର ଗାରିମା ନଷ୍ଟ କରିବା ଉପରେ ବିଜେପି ତାର ସ୍ପଷ୍ଟୀକରଣ ରଖିବାର ଆବଶ୍ୟକତା ରହିଛି ବୋଲି ଅତନୁ ଦାବି କରିଛନ୍ତି ।

ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, ବିଧାୟକମାନେ ଲୋକଙ୍କ ଆଦର୍ଶ । ବିଧାୟକ ଯଦି ଏପରି ଅପରାଧ କରିଛନ୍ତି । ଲୋକଙ୍କୁ କିପରି ସଚେତନ କରାଯିବ ? ସାନିଟାଇଜର ବିଷ ପରି ବ୍ୟବହାର କରିବାକୁ ପ୍ରବର୍ତ୍ତାଉଛନ୍ତି ବିଧାୟକ । ବିଜେପି ଏହି ବାର୍ତ୍ତା ଦେଉଛି କି ଯେ ସାନିଟାଇଜର ପିଇ ଆତ୍ମହତ୍ୟା କରାଯାଇପାରିବ ? କାହା ଇଙ୍ଗିତରେ ଦେଓଗଡ଼ ବିଧାୟକ ସାନିଟାଇଜର ପିଇ ଏପରି ଭୁଲ ଉଦାହରଣ ସୃଷ୍ଟି କଲେ ? ରାଜ୍ୟର ସ୍ୱାସ୍ଥ୍ୟ ଓ ରାଜ୍ୟର ଗାରିମା ରକ୍ଷା ଲାଗି ବିଜେପି ଷ୍ଟାଣ୍ଡ କ୍ଲିୟର କରିବାର ଆବଶ୍ୟକତା ରହିଛି ବୋଲି ସ୍ନେହାଙ୍ଗିନୀ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.