ETV Bharat / city

‘ରାଜ୍ୟ ସରକାର ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି, ଗତବର୍ଷ ହୋଇନି ଗୋଟିଏ ବି ରାଜନୈତିକ ହତ୍ୟା’ - bjd's press meet

ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେଡିର ପ୍ରେସମିଟ। ବିଜେଡି ମୁଖପାତ୍ର ଚିନ୍ମୟ ସାହୁ କହିଛନ୍ତି, ଓଡିଶା ସରକାର ସବୁବେଳେ ଜିରୋ ଟଲେରାନ୍ସ ନୀତି ଆପଣେଇଛନ୍ତି । ଅଧିକ ପଢନ୍ତୁ...

ମାହାଙ୍ଗା ପ୍ରସଙ୍ଗରେ ବିଜେଡିର ପ୍ରେସମିଟ
ମାହାଙ୍ଗା ପ୍ରସଙ୍ଗରେ ବିଜେଡିର ପ୍ରେସମିଟ
author img

By

Published : Jan 4, 2021, 5:32 PM IST

ଭୁବନେଶ୍ବର: ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ବିଜେଡିର ପ୍ରେସମିଟ । ବିଜେଡି ମୁଖପାତ୍ର ଚିନ୍ମୟ ସାହୁ କହିଛନ୍ତି, ଓଡିଶା ସରକାର ସବୁବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି । ଦୁଃଖର ବିଷୟ ଯେଉଁମାନେ ଆରୋପ ଲଗାଉଛନ୍ତି ସେମାନେ ଅନେକ ରାଜ୍ୟରେ ଶାସନ କରୁଛନ୍ତି । କିନ୍ତୁ ସେଠାରେ ଯେଉଁ ହିଂସା ହୋଉଛି ତାହା ସମସ୍ତଙ୍କୁ ଜଣା ।

ମାହାଙ୍ଗା ପ୍ରସଙ୍ଗରେ ବିଜେଡିର ପ୍ରେସମିଟ

ଏଭଳି ଅଭିଯୋଗ ଆଣିବା ପାଇଁ ବିଜେପିର କୌଣସି ନୈତିକ ଅଧିକାର ନାହିଁ ବୋଲି ସେ କହିଛନ୍ତି । NCRB ରିପୋର୍ଟ ଅନୁସାରେ ଗତବର୍ଷ ଓଡିଶାରେ ଗୋଟିଏ ବି ରାଜନୈତିକ ହିଂସା ଓ ହତ୍ୟାକାଣ୍ଡ ଘଟିନାହିଁ । କିନ୍ତୁ ବିଜେପି ଶାସିତ ରାଜ୍ୟରେ ଏହା ଦେଖିବାକୁ ମିଳିଛି ।

ସେ ଏହା ମଧ୍ୟ କହିଛନ୍ତି ଯେ, ଏସପି ଦୃଢୋକ୍ତି ପ୍ରକାଶ କରିଛନ୍ତି ଦୋଷୀକୁ ଗିରଫ କରାଯିବ ଓ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆରୋପ ପ୍ରତ୍ୟାରୋପ କରିବା ଦୁର୍ଭାଗ୍ୟଜନକ ଆଇନ ତା ବାଟରେ ଯିବ ବୋଲି କହିଛନ୍ତି ଚିନ୍ମୟ ସାହୁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.