ETV Bharat / city

ଗ୍ୟାସ ଦର ବୃଦ୍ଧି ନେଇ ଆସନ୍ତାକାଲିଠୁ ବିଜେଡିର 3 ଦିନିଆ ଆନ୍ଦୋଳନ

author img

By

Published : Nov 21, 2021, 4:18 PM IST

ଗ୍ୟାସ ଦର ବୃଦ୍ଧି ନେଇ କେନ୍ଦ୍ର ଉପରେ ବର୍ଷିଲା ବିଜେଡ଼ି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିବା ସହ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

ଗ୍ୟାସ ଦର ବୃଦ୍ଧି ନେଇ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ନେଇ କେନ୍ଦ୍ର ଉପରେ ବର୍ଷିଲା ବିଜେଡ଼ି । ଆଜି(ରବିବାର) ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି । ଏହାସହ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ, ଛାତ୍ର, ମହିଳା ଦଳ ତିନି ଦିନ ଧରି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ତେବେ ସାଢ଼େ ୩ ବର୍ଷରେ ଗ୍ୟାସ ଦର ୭୦ ପ୍ରତିଶତ ବଢ଼ିଛି । ଫଳରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିଙ୍କୁ ଅତିଶୟ କରିସାରିଲାଣି । ଉଜ୍ବଳା ଯୋଜନାରେ ମହିଳା ରିଫିଲ କରି ନପାରି ସମସ୍ୟା ଭୋଗୁଛନ୍ତି। କେବଳ ଗ୍ୟାସ ଦର ନୁହେଁ, ସବୁ ଅତ୍ୟାବଶକୀୟ ସାମଗ୍ରୀ ଦର ବଢ଼ିଛି । ଏପଟେ ସିଏଜି ମଧ୍ୟ ରିଫିଲ ନେଇ ତାଙ୍କ ରିପୋର୍ଟରେ କ୍ଷୋଭ ପ୍ରକାଶ କରିଛନ୍ତି। ନ୍ୟାସନାଲ ହେଲଥ୍‌ ସର୍ଭେ ବି କହିଛି ଯେ, ମାତ୍ର ୨୦ ପ୍ରତିଶତ ଗ୍ୟାସ ବ୍ୟବହାର ବଢ଼ିଛି । ତେବେ ଦର ନ କମିଲେ ଆନ୍ଦୋଳନ ପୁର ପଲ୍ଲୀ ଯାଏଁ ଯିବ ବୋଲି ଚେତାବନୀ ଦେଇଛି ବିଜେଡ଼ି ।

କେନ୍ଦ୍ର ସରକାର ଲୋକମାନଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ, ତାହା ପାଳନ କରିନାହାନ୍ତି । ତେଣୁ ଏନେଇ ୨୨ ତାରିଖରେ କଟକ ଆରଡିସି ଅଫିସ ସମ୍ମୁଖରେ ଧାରଣା ଦେବ ବିଜେଡିର ସମସ୍ତ ଛାମୁଆ ସଙ୍ଗଠନ । ଏହାସହ ସବୁ ବ୍ଲକ ସମ୍ମୁଖରେ ମଧ୍ୟ ଧାରଣା ଦିଆଯିବ। ୨୩ରେ ସମ୍ବଲପୁର ଓ ୨୪ ବ୍ରହ୍ମପୁର ଆରଡିସି ଅଫିସ ସହ ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ବିଜେଡ଼ି କହିଛି । ତଥାପି ଯଦି କେନ୍ଦ୍ର ସରକାର ନ ଚେତନ୍ତି, ତେବେ ବିଜେଡ଼ି ପ୍ରତି ଲୋକଙ୍କ ପାଖକୁ ଏ ପ୍ରସଙ୍ଗ ନେବ ଏବଂ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.