ETV Bharat / city

Brajarajanagar Bypoll: ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ - ବ୍ରଜରାଜନଗର ଉପନିର୍ବାଚନ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ । ଅଳକା ମହାନ୍ତି ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ । ଅଧିକ ପଢନ୍ତୁ

ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ
ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ
author img

By

Published : May 9, 2022, 12:15 PM IST

Updated : May 9, 2022, 4:20 PM IST

ଭୁବନେଶ୍ବର: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟାଇ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ତା'ର ପ୍ରାର୍ଥୀ ଘୋଷଣା କରିଛି । ସ୍ବର୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ତେବେ ଆଜି ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଳକାଙ୍କ ନାଁରେ ମୋହର ମାରିଛନ୍ତି ।

ସେପଟେ ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଲୀ ଦାସ ଏହି ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା । ଦୀପାଲୀ ବ୍ରଜରାଜନଗରରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରନ୍ତୁ ବୋଲି ନବ ଦାସ ଏକ ପ୍ରକାର ଚାହୁଁଥିବା ଚର୍ଚ୍ଚା ହେଉଥିଲା ।

ହେଲେ ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ପ୍ରାର୍ଥୀ ହେବା ନେଇ ଖୋଲାଖୋଲି ଗଣମାଧ୍ୟମ ଆଗରେ ଦାବି ରଖିଥିଲେ ନବ ।ତେବେ ବିଜେଡି ନିଜର ଚିରାଚରିତ ରଣନୀତି ଅନୁସାରେ ଅଳକାଙ୍କୁ ପ୍ରାର୍ଥୀ କରିଛି । ଅତୀତରେ ଯେତେ ସବୁ ଉପନିର୍ବାଚନ ହୋଇଛି, ସବୁଠି ବିଜେଡି ସ୍ବର୍ଗତ ବିଧାୟକଙ୍କ ପରିବାର ଲୋକଙ୍କୁ ପ୍ରାର୍ଥୀ କରିଛି । ସେ ପତ୍ନୀ ହୁଅନ୍ତୁ ଅବା ପୁଅ ଏହି ଢଙ୍ଗରେ ନିଜର ରାଜନୈତିକ ଗୋଟି ଚାଳନା କରିଥାଏ ବିଜେଡି ।

ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ
ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ

ସୂଚନା ଅନୁସାରେ, କିଶୋରଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଥିଲା । ଏପଟେ ଝାରସୁଗୁଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୁବାଷ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବ୍ରଜରାଜନଗର ଯାଇ ପରିସ୍ଥିତି ଅନୁଧ୍ୟାନ କରି ପାର୍ଟି ସୁପ୍ରିମୋଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ସେପଟେ ଏହି ରିପୋର୍ଟ ଆଧାରରେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ଅଳକା ମହାନ୍ତିଙ୍କ ନାଁ ଘୋଷଣା କରିଛନ୍ତି ।

Brajarajanagar Bypoll: ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ

ଅନ୍ଯପଟେ ଅଳକାଙ୍କ ନାମ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ଅଳକା ମହାନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଅଳକା । ସ୍ୱାମୀଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି ବୋଲି ସେ କହିଛନ୍ତି । ବ୍ରଜରାଜନଗରର ବିକାଶ କିପରି ତ୍ୱରାନ୍ୱିତ ହେବ ସେନେଇ ପ୍ରୟାସ କରିବି ବୋଲି ଅଳକା କହିଛନ୍ତି ।

ସେହିପରି ସମସ୍ତ ଜନ ସାଧାରଣଙ୍କୁ ସାଥିରେ ନେଇ ଆଗକୁ କାମ କରିବି ବୋଲି ଅଳକା ମହାନ୍ତି କହିଛନ୍ତି । ଏଥିସହ ବିଜେପି ପ୍ରାର୍ଥୀନୀ ରାଧାରାଣୀ ପଣ୍ଡା ମୋ ବଡ଼ ଭଉଣୀ ବୋଲି ଅଳକା ତାଙ୍କୁ ସମ୍ବୋଧନ କରିଛନ୍ତି । ସେ ତାଙ୍କ ପାର୍ଟି ଲାଗି ଲଢେଇ କରିବେ ମୁଁ ବିଜୟ ପାଇଁ ପ୍ରୟାସ କରିବି ।

ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ

ଗତକାଲି ବିଜେପି ପକ୍ଷରୁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନାମ ଘୋଷଣା କରାଯାଇଛି । ହେଲେ କଂଗ୍ରେସ ପକ୍ଷରୁ କାହାରି ନାମ ବିଧିବଦ୍ଧ ଭାବେ ଘୋଷଣା କରାଯାଇନଥିଲେ ବି ବରିଷ୍ଠ କଂଗ୍ରେସ ନେତା କିଶୋର ପଟେଲଙ୍କ ନାମ ପ୍ରାର୍ଥୀ ହେବା ଏକ ପ୍ରକାରର ସୁନିଶ୍ଚିତ ହୋଇଛି । ଏଥିସହ ମଇ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବା ସହ ଜୁନ୍ ୩ ତାରିଖରେ ଭୋଟ ଗଣତି ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated : May 9, 2022, 4:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.