ETV Bharat / city

ସୌମ୍ୟଙ୍କ ତେରଚ୍ଛା ବାଣ: କ୍ରିୟାର ପ୍ରତିକ୍ରିୟା ହେବ, ପ୍ରତିକ୍ରିୟା ସ୍ଵାଗତଯୋଗ୍ୟ - ସୌମ୍ୟରଞ୍ଜନ ପଟ୍ଟନାୟକ

ନିଜ ଖବରକାଗଜରେ ପ୍ରକାଶିତ ନିଜସ୍ଵ ଆଲେଖ୍ୟକୁ ନେଇ ମତ ରଖିଲେ ସୌମ୍ୟରଞ୍ଜନ । ସିଧାସିଧା ନ ହେଲେ ମଧ୍ୟ ତେରଚ୍ଛା ବାଣ ମାରିଛନ୍ତି ସୌମ୍ୟ । ମୁଁ ଲେଖିଛି; କ୍ରିୟାର ପ୍ରତିକ୍ରିୟା ହେବ, ପ୍ରତିକ୍ରିୟା ସ୍ଵାଗତଯୋଗ୍ୟ ବୋଲି କହିଛନ୍ତି ସୌମ୍ୟ । ଅଧିକ ପଢନ୍ତୁ...

ମୁଁ ଲେଖିଛି; କ୍ରିୟାର ପ୍ରତିକ୍ରିୟା ହେବ, ପ୍ରତିକ୍ରିୟା ସ୍ଵାଗତଯୋଗ୍ୟ

author img

By

Published : Jul 11, 2021, 8:31 PM IST

ଭୁବନେଶ୍ବର: ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିସ୍ଫୋରକ ବୟାନ । ନିଜ ଖବରକାଗଜରେ ପ୍ରକାଶିତ ନିଜସ୍ଵ ଆଲେଖ୍ୟକୁ ନେଇ ମତ ରଖିଲେ ସୌମ୍ୟରଞ୍ଜନ । ସିଧାସିଧା ନ ହେଲେ ମଧ୍ୟ ତେରଚ୍ଛା ବାଣ ମାରିଛନ୍ତି ସୌମ୍ୟ । ମୁଁ ଲେଖିଛି; କ୍ରିୟାର ପ୍ରତିକ୍ରିୟା ହେବ, ପ୍ରତିକ୍ରିୟା ସ୍ଵାଗତଯୋଗ୍ୟ ବୋଲି କହିଛନ୍ତି ସୌମ୍ୟ ।

ଗତ କିଛିଦିନ ହେଲା ନିଜର ସମ୍ପାଦକୀୟକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ବିଭିନ୍ନ ପ୍ରସଙ୍ଗରେ ସିଧାସଳଖ ନ ହେଲେ ବି ତେରଚ୍ଛା ବାଣ ମାରୁଛନ୍ତି ସୌମ୍ୟ । କୋଭିଡ଼ ମୃତ୍ୟୁକୁ ନେଇ ସୌମ୍ୟଙ୍କ ଆଲେଖ୍ୟ ବିଜେଡି ସରକାରଙ୍କୁ କାଠଗଡାରେ ଛିଡା କରିଥିଲା ।

ସୌମ୍ୟ କହିଛନ୍ତି; ମୁଁ ଲେଖିଛି । କ୍ରିୟାର ପ୍ରତିକ୍ରିୟା ହେବ, ପ୍ରତିକ୍ରିୟା ସ୍ଵାଗତଯୋଗ୍ୟ । ସବୁ ମତର ବିକଳ୍ପ ମତ ରହିବ । ଭିନ୍ନ ମତକୁ ବିଚାର କରିବା ବା ଗ୍ରହଣ କରିବାର ଅଭ୍ୟାସ ନକଲେ ଗଣତନ୍ତ୍ର ତିଷ୍ଠିବ ନାହିଁ । ଆମେ ସମସ୍ତେ ଭାବୁଛେ, ମୋ ମତ ଠିକ୍ । ଅନ୍ୟ ମତ ଠିକ୍ ନୁହେଁ । ଏହା ଭାବିବା ଠିକ୍ ନୁହେଁ । ଅନ୍ୟ ମତକୁ ସମ୍ମାନ ନ ଜଣାଇଲେ ଆପଣ ନିଜେ ନିଜ ମର୍ଯ୍ୟାଦା ହରାଇବେ । ସଚେତନ ନାଗରିକମାନେ ନିଜ ମତକୁ ପ୍ରକାଶ କରିବାରେ ସଙ୍କୋଚ କରନ୍ତୁ ନାହିଁ । ଦଳ ଭିତରେ କଣ ହେଉଛି, ଛାଡି ଦିଅନ୍ତୁ । ନାଗରିକ, ବୁଦ୍ଧିଜୀବୀମାନେ ନିଜ ମତ ପ୍ରକାଶ କରିବାରେ ଅସୁବିଧା ରହିଲା କେଉଁଠି ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.