ETV Bharat / city

ଆତ୍ମହତ୍ୟା ଉଦ୍ୟମ ଅପରାଧ, କ୍ଷମା ମାଗନ୍ତୁ ସୁବାଷ: ପ୍ରତାପ ଦେବ

author img

By

Published : Mar 13, 2021, 1:03 PM IST

ବିଧାନସଭାରେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ନିନ୍ଦା କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ସେ କ୍ଷମା ମାଗନ୍ତୁ ବୋଲି କହିଲେ ପ୍ରତାପ । ଅଧିକ ପଢନ୍ତୁ...

ପ୍ରତାପ ଦେବ
ପ୍ରତାପ ଦେବ

ଭୁବନେଶ୍ବର: ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ବିଧାନସଭାରେ ଯାହା କରିଛନ୍ତି ତାହାକୁ କଡା ଭାଷାରେ ବିଜେଡି ନିନ୍ଦା କରୁଛି । ବିଧାନସଭା ଏକ ସ୍ଵତନ୍ତ୍ର ଗୃହ ଆଜି ପର୍ଯ୍ୟନ୍ତ କେବେ ଏଭଳି ଘଟଣା ହୋଇନାହିଁ । ସାନିଟାଇଜର ପିଇ ପ୍ରତିବାଦ କରିବା ଓଡିଶା ନୁହେଁ ସାରା ଭାରତରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

ପ୍ରତାପ ଦେବ

ଏହା ବିଜେପିର ଦଳୀୟ ପ୍ରରୋଚନାରେ କରାଯାଇଛି ନା ସୁବାଷ ବ୍ୟକ୍ତିଗତ ଭାବରେ ଏଭଳି କରିଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ବାଚସ୍ପତିଙ୍କ ପାଖରେ ଆମେ ଦାବି କରିଛୁ ସେ କ୍ଷମା ମାଗନ୍ତୁ । ସେ କ୍ଷମା ନମାଗିଲେ ବିଜେଡି ତା ଷ୍ଟାଣ୍ଡରେ ଅଟଳ ରହିବ ବୋଲି ପ୍ରତାପ କହିଛନ୍ତି ।

ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି ସୁବାଷ ପାଣିଗ୍ରାହୀ । ପ୍ରତିବାଦର ଭିନ୍ନ ତରିକା ରହିଛି । ସାନିଟାଇଜର ପିଇ ସେ କଣ ଦର୍ଶାଇବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିବା ସହ ଆତ୍ମହତ୍ୟା ଗୁରୁତର ଅପରାଧ ବୋଲି କହିଛନ୍ତି ପ୍ରତାପ ଦେବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.