ETV Bharat / city

'40 ହଜାରରୁ ଅଧିକ ଭୋଟରେ ଜିତିବୁ ପିପିଲି ବ୍ୟାଟେଲ'

author img

By

Published : Sep 28, 2021, 8:16 PM IST

ପିପିଲି ଉପନିର୍ବାଚନରେ 40 ହଜାରରୁ ଅଧିକ ଭୋଟରେ ବିଜେିଡି ଦଳ ଜିତିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ଅଧିକ ପଢ଼ନ୍ତୁ..

'40 ହଜାରରୁ ଅଧିକ ଭୋଟରେ ଜିତିବୁ'
'40 ହଜାରରୁ ଅଧିକ ଭୋଟରେ ଜିତିବୁ'

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଅକ୍ଟୋବର 30 ତାରିଖରେ ହେବ ମତଦାନ । ମତଦାନ ପୂର୍ବରୁ ଫଳାଫଳ ନେଇ ଦମ୍ଭୋକ୍ତି କରିଛି ବିଜେଡି । ପିପିଲି ବ୍ୟାଟେଲରେ 40 ହଜାରରୁ ଅଧିକ ଭୋଟରେ ବିଜେିଡି ଦଳ ଜିତିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ।

ପ୍ରମିଳା କହିଛନ୍ତି ଯେ, "ପିପିଲିରେ ମୁଁ ବୁଲି କି ଆସିଛି । ଭୋଟରଙ୍କ ମୁଡ୍‌ ପରଖିଛି । ଲୋକଙ୍କର ଗୋଟିଏ ମତ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେବେ । ସେଠାକାର ଲୋକମାନେ ଏନେଇ ମନସ୍ଥିର କରି ସାରିଛନ୍ତି । ଆମେ 40 ହଜାରରୁ ଅଧିକ ଭୋଟରେ ଜିତିବୁ ।"

ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ମତରେ ନବୀନ ବାବୁଙ୍କର ଉନ୍ନତି ମୂଳକ କାର୍ଯ୍ୟ ଓ ଲୋକମାନଙ୍କ ପାଇଁ ଯେଉଁ ସବୁ ଯୋଜନା କରିଛନ୍ତି ତାହା ପିପିଲିବାସୀ ବୁଝିଛନ୍ତି । ଲୋକମାନେ ଜାଣିଛନ୍ତି ନବୀନ ବାବୁଙ୍କୁ ଭୋଟ ଦେଲେ ପିପିଲିରେ କିଛି କାମ ହେବ । ଅନ୍ୟ ଦଳକୁ ଦଳେ କିଛି କାମ ହେବନି । ଏହା ହିଁ ପିପିଲି ବିଜୟର ମୁଖ୍ୟ ଆଧାର ହେବ ବୋଲି ପ୍ରମିଳା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.