ETV Bharat / city

’ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନ ସୁହାଇଲେ ଅସନ୍ତୋଷ ସ୍ୱାଭାବିକ କଥା’

author img

By

Published : Oct 9, 2021, 8:45 PM IST

ପଞ୍ଚାୟତ ଭୋଟ ପାଇଁ ଚିଠା ସଂରକ୍ଷଣ ତାଲିକା କିିଛି ସ୍ଥାନରେ ଦେଖିବାକୁ ମିଳିଲାଣି ଅସନ୍ତୋଷ । ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି । ଅଧିକ ପଢନ୍ତୁ...

’ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନସୁହାଇଲେ ଅସନ୍ତୋଷ ସ୍ୱାଭାବିକ କଥା’

ଭୁବନେଶ୍ବର: ଫେବୃଆରୀରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବାବେଳେ ପ୍ରକାଶ ପାଇଛି ଚିଠା ସଂରକ୍ଷଣ ତାଲିକା । ଓ୍ବାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ସହ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଚିଠା ସଂରକ୍ଷଣ ତାଲିକା ଜାରି ହୋଇଛି । ସଂରକ୍ଷଣ ତାଲିକା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅନେକ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଆଶାୟୀଙ୍କ ଅସନ୍ତୋଷ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି । ବିଜ୍ଞପ୍ତି ନ ସୁହାଇଲେ ଅସନ୍ତୋଷ ସ୍ବାଭାବିକ କଥା ବୋଲି କହିବା ସହ ସଂରକ୍ଷଣ ତାଲିକା ଫର୍ମାଟ ଅନୁସାରେ ହୋଇଛି ବୋଲି କହିଛନ୍ତି ପ୍ରଶାନ୍ତ ।

’ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନ ସୁହାଇଲେ ଅସନ୍ତୋଷ ସ୍ୱାଭାବିକ କଥା’

ବିଧାୟକ ପ୍ରଶାନ୍ତ କହିଛନ୍ତି ଯେ, ବିଜ୍ଞପ୍ତି ଯାହାକୁ ସୁହାଇଲା ପରି ହୋଇଥିବା ସେ ଖୁସି ଥିବେ । ଯାହାକୁ ସୁହାଉ ନଥିବ ସେ ଅସନ୍ତୋଷ ପ୍ରକାଶ କରିବା ମଧ୍ୟ ସ୍ବାଭାବିକ । ଏଥିରେ ଦଳର କିଛି ଭୂମିକା ନାହିଁ । ଦଳ ସଂଗଠନ ଅନୁସାରେ ଚାଲେ । ସଂଗଠନ ଥିଲେ ଯିଏ ଯେଉଁ ବର୍ଗର ପ୍ରାର୍ଥୀ ହେଲେ ବି ଜିତିବେ ।

ପ୍ରଶାନ୍ତ ଆହୁରି ମଧ୍ୟ କହିଛନ୍ତି, ସ୍ବାଭାବିକ ଭାବେ ବିଜେଡି ସଙ୍ଗଠନ ଭିତ୍ତିକ ଦଳ । ତେଣୁ ସଂରକ୍ଷଣ ନେଇ ଦଳକୁ କୌଣସି ସମସ୍ୟା ହେବନି । ଯାହାକୁ ନସୁହାଇବ ସେ ଆପତ୍ତି ଉଠାଇବା ସ୍ବାଭାବିକ କଥା । ଆପତ୍ତି କିମ୍ବା ଅଭିଯୋଗରେ ସତ୍ୟତା ଥିଲେ ଆବଶ୍ୟକସ୍ଥଳେ ପରିିବର୍ତ୍ତନ କରାଯାଇପାରେ । ନଚେତ କୌଣସି ଆବଶ୍ୟକତା ନଥିଲେ ନିଷ୍ପତ୍ତି ଅପରିବର୍ତ୍ତିତ ରହିପାରେ । ସେହିପରି ନିଜ ଗୃହ ଜିଲ୍ଲା ଜଗତସିଂହପୁରରେ ସଂରକ୍ଷଣ ତାଲିକା ସମ୍ପର୍କର ପ୍ରତିକ୍ରିୟା ରଖି ପ୍ରଶାନ୍ତ କହିଛନ୍ତି ସଂରକ୍ଷଣ କାଟାଗୋରୀକୁ ହିସାବ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ଦଳର କିଛି ସମସ୍ୟା ହେବ ନାହିଁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.