ETV Bharat / city

Panchayat Vote Counting: କ୍ଲିନସୁଇପ୍ କରିବ BJD !

author img

By

Published : Feb 28, 2022, 10:49 AM IST

ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ସୁଦ୍ଧା ବିଜେଡି ମୋଟ ୫୧୮ଟି ଆସନରେ ଲିଡ୍‌ କରୁଛି । ଅଧିକ ପଢ଼ନ୍ତୁ

Panchayat Vote Counting: କ୍ଲିନସୁଇପ୍ ମୁହାଁ BJD

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିଜୟ ମୁହାଁ ହେଉଛି ବିଜେଡି । ପ୍ରଥମ ଓ ଦ୍ବିତୀୟ ରାଉଣ୍ଡ ସୁଦ୍ଧା ପ୍ରାୟ ଅଧିକାଂଶ ଆସନରେ ବିଜେଡି ଲିଡ୍‌ କରୁଛି । ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିରେ ୩୧୫ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ୨୮୨ରେ ବିଜୟୀ ହୋଇଛି । ତା ପଛକୁ ବିଜେପି ୧୫ଟି ଆସନ ହାତେଇଥିବା ବେଳେ କଂଗ୍ରସ ୧୪ଟି ଆସନ ହାତେଇଛି । ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ପରେ ଅଧିକାଂଶ ଆସନରେ ବିଜେଡି ବିଜୟୀ ହୋଇଥିବା ଜଣାପଡ଼ିଥିଲା ।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତିରେ ମୋଟ ୩୦୬ଟି ଆସନ ମଧ୍ୟରୁ ୨୩୬ଟି ଆସନରେ ବିଜୟୀ ହୋଇଛି । ତା ପଛକୁ ବିଜେପି ୧୬ଟି ଆସନ ହାତେଇଥିବା ବେଳେ କଂଗ୍ରସ ୧୫ଟି ଏବଂ ଅନ୍ୟାନ୍ୟ ଦଳ ବା ସ୍ବାଧୀନ ପ୍ରାର୍ଥୀ ୨ଟି ଆସନରେ ବିଜୟୀ ହୋଇଛି ।

ଆଜି ଶେଷ ପର୍ଯ୍ୟାୟରେ ୨୩୦ ଜୋନରେ ଭୋଟ ଗଣତି ହେଉଛି । ସକାଳ ୮ଟା ସମୟରୁ ଏହି ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ଗତଥର ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ଏଥର ପଛରେ ପଡ଼ିଯାଇଥିବା ଦେଖା ଦେଇଛି । ଚଳିତ ନିର୍ବାଚନରେ ସେହି ଅଙ୍କ ପୁଣି ଅକ୍ତିଆର କରିବାରେ ବିଜେପି ଫେଲ ମାରିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.