ETV Bharat / city

ShriMandir Heritage Row: ପୁରୀବାସୀଙ୍କୁ ସମ୍ବିତ ଭୁଆଁ ବୁଲାଉଛନ୍ତି କହିଲେ ବିଜେଡ଼ି ନେତ୍ରୀ ସୁଲତା

author img

By

Published : May 22, 2022, 4:53 PM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଟାର୍ଗେଟ କଲେ ବିଜେଡ଼ି ନେତ୍ରୀ ସୁଲତା ଦେଓ । ପୁରୀବାସୀଙ୍କୁ ସମ୍ବିତ ଭୁଆଁ ବୁଲାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ShriMandir Heritage Row: ପୁରୀବାସୀଙ୍କୁ ସମ୍ବିତ ଭୁଆଁ ବୁଲାଉଛନ୍ତି କହିଲେ ବିଜେଡ଼ି ନେତ୍ରୀ ସୁଲତା
ShriMandir Heritage Row: ପୁରୀବାସୀଙ୍କୁ ସମ୍ବିତ ଭୁଆଁ ବୁଲାଉଛନ୍ତି କହିଲେ ବିଜେଡ଼ି ନେତ୍ରୀ ସୁଲତା

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ(ShriMandir Heritage Project)କୁ ନେଇ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ଆଜି(ରବିବାର) ପୁଣି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀର କଡା ଜବାବ ଦେଇଛି ବିଜେଡି । ବିଜେଡ଼ି ନେତ୍ରୀ ସୁଲତା ଦେଓ ଟ୍ବିଟ ଯୋଗେ ସମ୍ବିତଙ୍କୁ କାଉଣ୍ଟର କରିଛନ୍ତି ।

  • @sambitswaraj babu, the sevayats of Puri who have donated their land and the Jagannath premis will not forgive you for obstructing the Puri project and regularly making false and misleading statements on it.

    — Sulata Deo (@DeoSulata) May 22, 2022 " class="align-text-top noRightClick twitterSection" data=" ">

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବାଧା ନେଇ ବର୍ଷିଛନ୍ତି ବିଜେଡି ମୁଖପାତ୍ର ସୁଲତା । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତଙ୍କୁ ସେ ଟାର୍ଗେଟ କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ବିକାଶ ପାଇଁ ସ୍ବତଃ ପ୍ରବୃତ୍ତ ଭାବେ ନିଜ ଜମି ଦେଇଥିଲେ ସେବାୟତ। ତେବେ ମିଛ ଓ ବିଭ୍ରାନ୍ତିକର ତଥ୍ୟ ଦେଇ ବିକାଶ କାମରେ ବାଧା ସୃଷ୍ଟି କରୁଥିବା ସମ୍ବିତଙ୍କୁ ପୁରୀବାସୀ କେବେ କ୍ଷମା ଦେବେ ନାହିଁ ବୋଲି ସୁଲତା କହିଛନ୍ତି । ସରକାର ପୂର୍ବରୁ ସମସ୍ତ ବ୍ୟବସ୍ଥା କରିଛନ୍ତି । ଜିପିଆରଏସ(GPRS) ପୂର୍ବରୁ କରାଯାଇ ଏହାର ଡିପିଆର NMAକୁ ଦିଆଯାଇଛି ।

ଏକଥା ଜାଣି ମଧ୍ୟ ସମ୍ବିତ ପାତ୍ର ପୁରୀବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଅଭ୍ୟର୍ଥନା ଗୃହକୁ ଅଳ୍ପ ଉଚ୍ଚତା ବିଶିଷ୍ଟ କରିବା ପାଇଁ ଏନଏମଏ ଅନୁମତି ଦେଇଥିଲେ । ତେବେ ରାଜ୍ୟ ସରକାର ଏହାକୁ ଉଚ୍ଚତା ବୃଦ୍ଧି ପାଇଁ ଚାହୁଁଥିବାରୁ ଏହାକୁ ରେଗୁଲେଟେଡ୍ ଜୋନକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏନେଇ ସମ୍ବିତ ପାତ୍ରଙ୍କ ବିଭ୍ରାନ୍ତିକର ତଥ୍ୟ ସେବାୟତ ଓ ଜଗନ୍ନାଥପ୍ରେମୀଙ୍କୁ ଅତି ମାତ୍ରାରେ ଆଘାତ ଦେଇଥିବା ସୁଲତା ଟ୍ବିଟ ଯୋଗେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.