ଭୁବନେଶ୍ବର: ବିଜେଡିର ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। 33ଟି ସାଙ୍ଗଠନିକ ଜିଲ୍ଲା ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଦେଇଛି ଦଳ । ସଭ୍ୟ ସଂଗ୍ରହ ଅଭିଯାନ ଶେଷ ହେବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ୨୧ ତାରିଖରେ ଶେଷ ହୋଇଛି ସଭ୍ୟ ସଂଗ୍ରହ ଅଭିଯାନ। ପ୍ରାୟ ୮୦ ଲକ୍ଷ ସଭ୍ୟ ସଂଗ୍ରହ ହୋଇଛନ୍ତି ବୋଲି ଦଳୀୟ ନେତା ଦାବି କରୁଛନ୍ତି । ପୂର୍ବରୁ ସଦସ୍ୟ ସଂଖ୍ୟା 46 ଲକ୍ଷ ରହିଥିଲା । ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ ତିନି ସପ୍ତାହ ବଢାଇଥିଲେ ସଭାପତି। ନବୀନ ପଟ୍ଟନାୟକ ପୁଣି ଥରେ ଦଳର ସଭାପତି ନିର୍ବାଚିତ ହେବେ।
ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀଙ୍କ ତାଲିକା ହେଉଛି ଅନୁଗୁଳ- ବାଉରୀବନ୍ଧୁ ମହାପାତ୍ର, ବାଲେଶ୍ବର-ପ୍ରଣବ କୁମାର ପଣ୍ଡା, ଭଦ୍ରକ- ଜତିକାନ୍ତ ନାୟକ, ଖୋର୍ଦ୍ଧା- ରଶ୍ମୀରଞ୍ଜନ ବ୍ରହ୍ମ, ମୟୂରଭଞ୍ଜ-କୃଷ୍ଣଚନ୍ଦ୍ର ଦାସ, କୋରାପୁଟ- ନରେନ୍ଦ୍ର କୁମାର ସ୍ବାଇଁ, ରାୟଗଡା ବ୍ରଜସୁନ୍ଦର ନାୟକ, ନୂଆପଡା-ମୂଲଚାନ୍ଦ ଫଣ୍ଡେ, ସମ୍ବଲପୁର-ଆର୍ତ୍ତତ୍ରାଣ ମିଶ୍ର, ସୁବର୍ଣ୍ଣପୁର-ଶରତ ଚନ୍ଦ୍ର ଭୋଇ, ସୁନ୍ଦରଗଡ଼-ପ୍ରଦୀପ ମହାପାତ୍ର, ଭୁବନେଶ୍ବର- ଶେଖ ନିଜାମଉଦ୍ଦିନ, କେନ୍ଦୁଝର- ସଞ୍ଜୟ ମିଶ୍ର, କନ୍ଧମାଳ- ବିରୂପାକ୍ଷ ପଣ୍ଡା, ବଲାଙ୍ଗୀର- ମୋହନଲାଲ ଜୈନ, ବୌଦ୍ଧ- ତପନ କୁମାର ଦଳେଇ, କଟକ- ମନୋରଞ୍ଜନ ଖଟୁଆ, ଦେବଗଡ- କାମାକ୍ଷାପ୍ରସାଦ ଗଙ୍ଗଦେବ, ଜଗତସିଂହପୁର- ଗୌତମ ପାଲିତ, ଝାରସୁଗୁଡା- ସୟେଦ ବେଗ, ଯାଜପୁର-ବାବାଜି ଚରଣ ଦାସ, କଳାହାଣ୍ଡି- ସୁନୀଲ କୁମାର ମୁଣ୍ଡ, କେନ୍ଦ୍ରାପଡା- ଧୀରେନ ସାହୁ, ପୁରୀ-ଶ୍ରୀପ୍ରକାଶ ମିଶ୍ର, ନୟାଗଡ-ଗଙ୍ଗାଧର ପଣ୍ଡା, ମୟୁରଭଞ୍ଜ(ସଦର)- ମଙ୍ଗଳ ସିଂ ମୁଡି, ନବରଙ୍ଗପୁର-ସଚ୍ଚିଦାନନ୍ଦ ସ୍ବାଇଁ, ମାଲକାନଗିରି-ଡମ୍ବୁର ସିସା, ରାଉରକେଲା-ସନ୍ତୋଷ ନାୟକ, ଢେଙ୍କାନାଳ-ଧର୍ମାନନ୍ଦ ବରାଳ, ଗଜପତି-ପନ୍ତଳାପ୍ରସାଦ ରାଓ, ଗଞ୍ଜାମ- ପ୍ରମୋଦ କୁମାର ପାତ୍ର ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ