ETV Bharat / city

ଇନ୍ସପେକ୍ଟର ରାଜ୍‌ ଭଳି ବ୍ୟବହାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ: BJD

author img

By

Published : Sep 10, 2022, 6:55 PM IST

କେନ୍ଦ୍ରମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ ବିଜେଡ଼ିର କଟାକ୍ଷ । ବିଭନ୍ନ ଜିଲ୍ଲା ଗସ୍ତରେ ଯାଇ ସରକାରୀ ଅଧିକାରୀଙ୍କୁ ତାଗିଗ କରିବାକୁ ନେଇ ପ୍ରତିକ୍ରିୟା ରଖିଲେ ବିଜେଡିର ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା । କେନ୍ଦ୍ରମନ୍ତ୍ରୀମାନେ ଇନ୍ସପେକ୍ଟର ରାଜ ଭଳି ବ୍ୟବହାର କରିବା ଅନୁଚିତ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ଇନ୍ସପେକ୍ଟର ରାଜ ଭଳି ବ୍ୟବହାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ବିଜେଡି

ଭୁବନେଶ୍ବର: କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବା ଲାଗି ଓଡିଶା ଗସ୍ତରେ ଆସିଛନ୍ତି ୭ କେନ୍ଦ୍ରମନ୍ତ୍ରୀ । ବିଭିନ୍ନ ଜିଲ୍ଲା ଗସ୍ତ କରି କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବା ସହ ସରକାରୀ ଅଧିକାରୀଙ୍କୁ ମଧ୍ୟ ତାଗିଦ କରୁଛନ୍ତି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା । କେନ୍ଦ୍ରମନ୍ତ୍ରୀମାନେ ଇନ୍ସପେକ୍ଟର ରାଜ ଭଳି ବ୍ୟବହାର କରିବା ଅନୁଚିତ ବୋଲି ସେ କହିଛନ୍ତି ।

ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବା ସହ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ଓଡିଶା ଗସ୍ତରେ ଆସିଥିବା ୭ କେନ୍ଦ୍ରମନ୍ତ୍ରୀ । ଯୋଜନା ସମୀକ୍ଷା ସହ ସରକାରୀ ଅଧିକାରୀଙ୍କୁ ତାଗିଦ ମଧ୍ୟ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଏହା ସହିତ ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ତେବେ ସରକାରୀ ଅଧିକାରୀମାନଙ୍କୁ ଏଭଳି ବ୍ୟବହାର କରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରା ।

ସେ କହିଛନ୍ତି, "କେନ୍ଦ୍ରମନ୍ତ୍ରୀ ମାନେ ଦେଶର ବିଭିନ୍ନ ରାଜ୍ୟ ଗସ୍ତ କରି କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବା ଭୁଲ କଥା ନୁହେଁ । କିନ୍ତୁ ସେମାନଙ୍କର ସମୀକ୍ଷା ସଚିବାଳୟ ସ୍ତରୀୟ ହେବା ଉଚିତ । କେନ୍ଦ୍ରମନ୍ତ୍ରୀମାନେ ଇନ୍ସପେକ୍ଟର ରାଜ୍ ଭଳି ବ୍ୟବହାର କରିବା ଅନୁଚିତ ।" କେନ୍ଦ୍ରମନ୍ତ୍ରୀମାନେ ତାଙ୍କ ପ୍ରଶାସକମାନଙ୍କ ଉପରେ ଭରସା କରି ପାରୁନାହାନ୍ତି ବୋଲି କହିଛନ୍ତି ବିଧାୟକ ଶଶୀଭୂଷଣ ବେହେରା ।

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ବରରେ ପହଞ୍ଚିଲେ ଆଉ ଦୁଇ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀମାନେ କ୍ଷେତ୍ରୀୟ ପରିଦର୍ଶନ କରିବା ସମୟରେ ଇନ୍ସପେକ୍ଟର ଭଳି ବ୍ୟବହାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, "ରାଜ୍ୟ ବାବଦରେ ମତ ରଖିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଚିନ୍ତା କରିବା ଉଚିତ । ଓଡ଼ିଶାରେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତକୁ ନେଉଛନ୍ତି । ଏହାପରେ ସେହି ଯୋଜନା ଗୁଡ଼ିକର କପି କେନ୍ଦ୍ର ସରକାର କରୁଛନ୍ତି । ମମତା ଯୋଜନାରୁ ଆରମ୍ଭ କରି ଶିକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ ବିଭିନ୍ନ ଯୋଜନାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କଠାରୁ କପି କରିଛନ୍ତି ।" କେନ୍ଦ୍ରମନ୍ତ୍ରୀମାନେ ଏଭଳି ନିଜର ସମୟକୁ ଦୁରୂପଯୋଗ କରିବା ପରି ଲାଗୁଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.