ETV Bharat / city

ନିର୍ବାଚନ ପାଇଁ ଗଠନ ହୋଇଥିଲା ବିଜୁ ଯୁବ ବାହିନୀ: ବିରୋଧୀଦଳ ନେତା

author img

By

Published : Mar 12, 2021, 7:00 PM IST

ବିଜୁ ଯୁବ ବାହିନୀ ନାମରେ ରାଜକୋଷରୁ କୋଟି କୋଟି ଟଙ୍କା ଆତ୍ମସାତ କରିଛନ୍ତି ସରକାର । ବିଜୁ ଯୁବ ବାହିନୀ କେବଳ ନିର୍ବାଚନରେ ବ୍ୟବହାର ପାଇଁ ଗଠନ କରାଯାଇଥିଲା ବୋଲି ବିରୋଧୀଦଳ ନେତା କହିଛନ୍ତି । ଅଧିକ ପଢନ୍ତୁ...

Biju Yuva Bahini for Election says Oppotion leader Pradipta Nayak
ନିର୍ବାଚନ ପାଇଁ ଗଠନ ହୋଇଥିଲା ବିଜୁ ଯୁବ ବାହିନୀ: ବିରୋଧୀଦଳ ନେତା

ଭୁବନେଶ୍ବର: ବିଜୁ ଯୁବ ବାହୀନିକୁ ନେଇ ପ୍ରତିକ୍ରିୟା ରଖିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । ନିର୍ବାଚନ ପାର ହେବା ପାଇଁ ସରକାର ବିଜୁ ଯୁବ ବାହିନୀ ଗଠନ କରିଥିଲେ । ରାଜକୋଷରୁ ଅର୍ଥ ଲୁଟିଛନ୍ତି ବୋଲି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ନେତା ।

ଆଜି ବିଧାନସଭା ବିଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଛି । ବିଧାନସଭା ଅଧିବେଶନରେ ବିଜୁ ଯୁବ ବାହିନୀକୁ ନେଇ ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇ ପ୍ରଶ୍ନ ଉଠାଇଥିଲେ । ଏହାକୁ ନେଇ ଉତ୍ତର ରଖିଥିଲେ କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରୀ । ଚଳିତ ଆର୍ଥିକ ବର୍ଷରେ ବିଜୁ ଯୁବ ବାହୀନି ପାଇଁ କୌଣସି ବ୍ୟୟ ବରାଦ ହୋଇ ନଥିବା କ୍ରୀଡା ମନ୍ତ୍ରୀ ପ୍ରକାଶ କରିଥିଲେ । ଏହାକୁ ନେଇ ବର୍ଷିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । ନିର୍ବାଚନ ପାର ହେବା ପାଇଁ ବିଜୁ ଯୁବ ବାହିନୀ ଗଠନ କରିଥିଲେ ରାଜ୍ୟ ସରକାର । ରାଜ୍ୟ ରାଜକୋଷରୁ ବିଜୁ ଯୁବ ବାହିନୀ ନାଁରେ କୋଟି କୋଟି ଟଙ୍କା ଲୁଟା ଯାଇଛି । ଯେତିକି ଟଙ୍କା ଖର୍ଚ୍ଚ ହୋଇଛି, ସେତିକି ଟଙ୍କାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହୋଇ ପାରିଥାନ୍ତା ବୋଲି କହିଛନ୍ତି । ଏହା ସହ ସରକାର ନିଜର ଲକ୍ଷ୍ୟ ପୂରଣ ଓ ସ୍ବାର୍ଥ ସାଧନ ପାଇଁ ବିଜୁ ଯୁବ ବାହୀନିରେ ଯୁବକ ମାନଙ୍କୁ ସାମିଲ କରି ପଥଭ୍ରଷ୍ଟ କରିଛନ୍ତି ବୋଲି ବିରୋଧୀ କହିଛନ୍ତି । ଏକ ଯୁବ ସଂଗଠନ ଗଠନ କରି ସରକାର କି ଭଳି କୋଟି କୋଟି ଟଙ୍କା ଆତ୍ମସାତ କରିଛନ୍ତି ।

ସୂଚନା ଥାଉକି ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର 'ବିଜୁ ଯୁବ ବାହିନୀ' ନାମରେ 450 କୋଟି ଟଙ୍କା ବ୍ୟୟବରାଦ କରିଥିଲେ । ଏହାକୁ ଶାସକ ଦଳ ନିଜ ନିର୍ବାଚନର ରଣନୀତି ପାଇଁ ଗଠନ କରିଥିଲେ ବୋଲି ବିରୋଧୀ କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି । ବିଜୁ ବାହିନୀ ନାମରେ ସରକାର ରାଜ୍ୟର ଯୁବକଙ୍କ ଭବିଷ୍ୟତକୁ ନଷ୍ଟ କରିଛନ୍ତି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.