ETV Bharat / city

ଓଡିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ, ନବୀନ ଓ ନୀତିଶ ଭେଟଘାଟ ନେଇ ଚର୍ଚ୍ଚା

author img

By

Published : Sep 7, 2022, 4:19 PM IST

Updated : Sep 7, 2022, 4:47 PM IST

2024 ନିର୍ବାଚନ ପୂର୍ବରୁ ନୂଆ ସମୀକରଣ ନେଇ ଜାତୀୟ ରାଜନୀତିରେ ଅଙ୍କକଷା ଚାଲିଛି । ନୀତିଶ କୁମାର ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିପାରନ୍ତି(Bihar CM Nitish Kumar may visit Odisha) ! ଅଧିକ ପଢ଼ନ୍ତୁ

Bihar CM Nitish Kumar may visit Odisha to Meet CM Naveen Patnaik
ଓଡିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ, ନବୀନ ଓ ନୀତିଶ ଭେଟଘାଟ ନେଇ ଚର୍ଚ୍ଚା

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର(Bihar CM Nitish Kumar may visit Odisha) । ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିପାରନ୍ତି(Nitish to meet Naveen rumour) । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭେଟଘାଟ ହୋଇପାରେ । ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ନୀତିଶ କେବେ ଆସିବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏନେଇ ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ ।

NDA ସରକାରଙ୍କ ବିରୋଧରେ ମେଳି ହେଉଛନ୍ତି ବିଭିନ୍ନ ବିରୋଧୀ ଦଳ । 2024 ନିର୍ବାଚନ ପୂର୍ବରୁ ନୂଆ ସମୀକରଣ ନେଇ ଜାତୀୟ ରାଜନୀତିରେ ଅଙ୍କକଷା ଚାଲିଛି । NDAରୁ ବାହାରି ପୁଣିଥରେ ବିହାରର ମୁଖ୍ୟମନ୍ତ୍ରୀ ହେବାପରେ ରାଜନୀତି ଜୋର ଧରିଛି । NDAରେ ସାମିଲ ନଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭେଟୁଛନ୍ତି । ଏନଡିଏ ତଥା ମୋଦୀଙ୍କ କଟ୍ଟର ବିରୋଧୀ ଭାବେ ପରିଚିତ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର୍‌ ଅର୍ଥାତ କେ ଚନ୍ଦ୍ରଶେଖର ରାଓ ପାଟଣା ଯାଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଛନ୍ତି । ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା ମଧ୍ୟ ନୀତିଶଙ୍କୁ ଭେଟିଛନ୍ତି । ସେପଟେ ଦୁଇଦିନ ତଳେ ନୀତିଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଭେଟିଛନ୍ତି ନୀତିଶ । ଏହି କ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତିଶ ଭେଟିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ନୀତିଶ ଭେଟିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ନବୀନ ଓ ନୀତିଶଙ୍କ ମଧ୍ୟରେ ରାଜନୈତିକ ସମ୍ପର୍କ ଭଲ ରହିଥିବାରୁ ଭେଟଘାଟ ସମ୍ଭାବନା ବଢିଯାଇଛି । ପୂର୍ବରୁ ନୀତିଶ ଓଡ଼ିଶା ଆସି ନବୀନ ନିବାସରେ ନବୀନଙ୍କୁ ଭେଟିଛନ୍ତି । 2024 ନିର୍ବାଚନ ପୂର୍ବରୁ ନୀତିଶ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଯେଉଁ ପ୍ରୟାସ ଚଳାଇଛନ୍ତି ସେଥିରେ ନବୀନଙ୍କୁ ସାମିଲ କରିବା ନେଇ ଚର୍ଚ୍ଚା ହେଉଛି । ନବୀନ ବିଜେପି-କଂଗ୍ରେସଠାରୁ ସମଦୂରତା ନୀତିରୁ ବିଚ୍ୟୁତ ହୋଇଥିବା ରାଜନୀତି ସମୀକ୍ଷକ ଆକଳନ କରୁଛନ୍ତି । ଗତ କିଛି ବର୍ଷ ହେଲା ବିଜେଡି ପୁନଃର୍ବାର NDAର ନିକଟତର ହୋଇଥିବା ଚର୍ଚ୍ଚା ହେଉଛି । ଆବଶ୍ୟକ ସମୟରେ NDAକୁ ବିଜେଡି ସହଯୋଗ କରିଆସୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ତେବେ ନୀତିଶ ଓଡ଼ିଶା ଗସ୍ତ ସମ୍ପର୍କରେ କୌଣସି ସୂଚନା ଦେଇନଥିବା ବେଳେ ନବୀନ ମଧ୍ୟ ନୀତିଶଙ୍କୁ ଭେଟିବା ନେଇ କୌଣସି ସୂଚନା ପ୍ରଦାନ କରି ନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 7, 2022, 4:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.