ETV Bharat / city

ସଟ୍‌ ଡାଉନ୍‌ ପ୍ରଭାବ, ରାଜଧାନୀରେ ରାଜ କରୁଛି ଶୂନ୍ୟତା - ରାଜଧାନୀ ଭୁବନେଶ୍ବରରେ କୋରୋନା

ଯେଉଁ ରାସ୍ତାକୁ କେବେ ଘଟିଏ ଫୁରସତ ମିଳୁନଥିଲା, ସେହି ରାସ୍ତା ଏବେ ପାଲଟିଛି ଶୂନ୍ୟ ପଥ । ନା ଗଡୁଛି ଗାଡି ମଟର ନା ଅଛି ଲୋକଙ୍କ ଗହଳି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ରାଜଧାନୀକୁ 48 ଘଣ୍ଟା ସଟ୍‌ ଡାଉନ୍‌ କରାଯାଇଛି । ସମ୍ପୂର୍ଣ୍ଣ ଖବର ପଢନ୍ତୁ...

ସଡ଼ଡାଉନ ପ୍ରଭାବ, ରାଜଧାନୀରେ ରାଜ କରୁଛି ଶୂନ୍ୟତା

author img

By

Published : Apr 4, 2020, 8:32 AM IST

ଭୁବନେଶ୍ବର: ସଟଡାଉନରେ ନିରବ ହୋଇପଡିଛି ରାଜଧାନୀ । ନା ଆଛି ଲୋକଙ୍କ ଚଳପ୍ରଚଳ ନା ଅଛି ଗାଡିର ଶବ୍ଦ । ରାଜଧାନୀର ଅନୁକୋଣରେ ଭରି ରହିଛି ଶୂନ୍ୟତା । ଯେପରି ରାଜଧାନୀ ପାଲଟିଛି ମରୁଭୂମି । କୋରୋନା ପାଇଁ ରାଜ୍ୟବାସୀଙ୍କ ସ୍ଥିତି ବଜାଇ ରଖିବା ପାଇଁ ଲାକଡାଉନ ସମୟରେ ରାଜ୍ୟ ସରକାର 48 ଘଣ୍ଟା ପର୍ଯ୍ୟନ୍ତ ସଡ଼ଡାଉନ କରିଛନ୍ତି ।

କରୋନାକୁ ନେଇ ରାଜଧାନୀ ଭୁବନେଶ୍ବରରେ ଏକ ବିରଳ ପଦକ୍ଷପ ଦେଖିବାକୁ ମିଳିଛି । ଲାକଡାଉନ ପରେ ସଟଡାଉନ କରାଯାଇଛି । ଓଡ଼ିଶାରେ ଦିନ କୁ ଦିନ ଗୋଟିଏ ପରେ ଗୋଟିଏ କରୋନା ପଜିଟିଭ ବାହାରିବା ପରେ ସରକାର ବିଭିନ୍ନ ପଦକ୍ଷ ଗ୍ରହଣ କରୁଛନ୍ତି । ଯାହା ପାଇଁ ରାଜଧାନୀ ସମେତ ଭଦ୍ରକ, କଟକ ଓ ପୁରୀରେ ମଧ୍ୟ ସଟଡାଉନ କରାଯାଇଛି । ତେବେ ସଟଡାଉନରେ ରାଜଧାନୀର ରାଜରାସ୍ତା ନିରବ ନିସ୍ତବ୍ଧରେ ଭରରହିଛି । ଦେଖିଲେ ଲାଗୁଛି ରାଜଧାନୀ ଯେପରି ମରୀଚିକା ପାଲଟିଯାଇଛି । ଚାରିଆଡେ ଶୂନ୍ୟତା । ନା ଗଡୁଛି ଗାଡି ନା ଲୋକଙ୍କର ଗହଳି । ଏପରି ଦୃଶ୍ୟ ରାଜଧାନୀ ବାସୀଙ୍କ ପାଇଁ ନୂଆ । ଶୁକ୍ରବାର ରାତି 8 ଟାରୁ ରବିବାର ରାତି 8 ଟା ପର୍ଯ୍ୟନ୍ତ ସଡଡାଉନ କରାଯାଇଛି ।

ଏପରି ସ୍ଥଳରେ କରୋନା ମୁକାବିଲାକୁ ନେଇ ସମଗ୍ର ଓଡ଼ିଶାରେ ସଚେତନତା କରାଯାଉଥିବା ବେଳେ ରାଜ୍ୟରେ କିନ୍ତୁ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 20 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ 2 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.