ETV Bharat / city

ସ୍ବାମୀ ସ୍ଵରୂପାନନ୍ଦ ସରସ୍ଵତୀଙ୍କୁ ଶ୍ରଦ୍ଧାଞ୍ଜଳି, ଲିଙ୍ଗରାଜଙ୍କ ନିକଟରେ ସମୂହ ଦୀପଦାନ - lingaraj temple bhubaneswar

ଦ୍ବାରିକା ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଜଗଦଗୁରୁ ସ୍ଵରୂପାନନ୍ଦ ସରସ୍ଵତୀଙ୍କୁ ଭୁବନେଶ୍ବରରେ ଶ୍ରଦ୍ଧାଞ୍ଜଳି । ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସାମ୍ନାରେ ଦୀପଦାନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଅଧିକ ପଢ଼ନ୍ତୁ

ମନ୍ଦିରରେ ଦୀପଦାନ କରି ଜଗଦଗୁରୁ ସ୍ଵରୂପାନନ୍ଦ ସରସ୍ଵତୀଙ୍କୁ ଶ୍ରଦ୍ଧାଞ୍ଜଳୀ

author img

By

Published : Sep 22, 2022, 6:59 PM IST

ଭୁବନେଶ୍ବର: ଦ୍ବାରିକା ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଶ୍ରୀଶ୍ରୀ ଜଗଦଗୁରୁ ସ୍ଵରୂପାନନ୍ଦ ସରସ୍ଵତୀଙ୍କୁ ଶ୍ରଦ୍ଧାଞ୍ଜଳି (Tribute to Jagadguru Swaroopanand Saraswati ) । ଆଜି ଜଗଦଗୁରୁ ସ୍ଵରୂପାନନ୍ଦ ସରସ୍ଵତୀଙ୍କର ଏକାଦଶାହ ହୋଇଥିବାବେଳେ, ଲିଙ୍ଗରାଜଙ୍କ ପାଖରେ ତାଙ୍କ ଆତ୍ମାର ସଦଗତି ପାଇଁ ସମୂହ ପ୍ରାର୍ଥନା କରାଯାଇଛି ।

ମନ୍ଦିରରେ ଦୀପଦାନ କରି ଜଗଦଗୁରୁ ସ୍ଵରୂପାନନ୍ଦ ସରସ୍ଵତୀଙ୍କୁ ଶ୍ରଦ୍ଧାଞ୍ଜଳୀ

ତାଙ୍କ ଆତ୍ମାର ସଦଗତି କାମନା କରି ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ମନ୍ତ୍ରୀ, ମନ୍ଦିର ସେବାୟତ ଓ ଆଶ୍ରମର ସାଧୁ ଦୀପଦାନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଓ ତାଙ୍କର ସ୍ମୃତିଚାରଣ କରିଛନ୍ତି । ଜଗଦଗୁରୁ ସ୍ଵରୂପାନନ୍ଦ ସରସ୍ଵତୀ ଜଗତର କଲ୍ୟାଣ ଦିଗରେ ସର୍ବଦା ଈଶ୍ବର ଆରାଧନା କରୁଥିଲେ ।

ହିନ୍ଦୁତ୍ବକୁ ବଜାୟ ରଖିବା ସହ ସଭ୍ୟତା, ସଂସ୍କୃତି ଏବଂ ଆଧ୍ୟାତ୍ମିକ ଚେତନାକୁ ରକ୍ଷା କରିବାରେ ସ୍ବରୂପାନନ୍ଦ ସରସ୍ବତୀଙ୍କ ବଡ଼ ଅବଦାନ ଥିଲା । ତେଣୁ ତାଙ୍କର ମୃତ୍ୟୁ ଆଧ୍ୟାତ୍ମିକ ଜଗତ ପାଇଁ ଏକ ବଡ଼ କ୍ଷତି ବୋଲି ମନ୍ତ୍ରୀ ଅଶୋକ ପଣ୍ଡା ଓ ଲିଙ୍ଗରାଜ ମନ୍ଦିର ସେବାୟତ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.