ETV Bharat / city

ଅନ୍ନପୂର୍ଣ୍ଣା ଲୋକାର୍ପିତ, ମାଗଣା ଖାଦ୍ୟ ବାଣ୍ଟିବେ ଅପରାଜିତା ଷଢଙ୍ଗୀ - ଅର୍ଣ୍ଣପୂର୍ଣ୍ଣାର ଲୋକାର୍ପଣ

ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ଭୋକ ଉପବାସରେ ରହୁଥିବା ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇବା ନିମନ୍ତେ ଅନ୍ନପୂର୍ଣ୍ଣାର ଲୋକାର୍ପଣ କରିଛନ୍ତି । ଅଧିକ ପଢନ୍ତୁ...

ଅନ୍ନପୂର୍ଣ୍ଣା ଲୋକାର୍ପିତ, ମାଗଣା ଖାଦ୍ୟ ବାଣ୍ଟିବେ ଅପରାଜିତା ଷଢଙ୍ଗୀ

author img

By

Published : Jan 7, 2021, 4:36 PM IST

ଭୁବନେଶ୍ୱର : ସାଂସଦ ଅପରାଜିତା ଷଢଙ୍ଗୀ ଅନ୍ନପୂର୍ଣ୍ଣାର ଲୋକାର୍ପଣ କରିଛନ୍ତି । ପାଞ୍ଚଟି ସ୍ଵେଚ୍ଛାସେବୀ ସଂଘଠନ ମିଳିତ ଭାବରେ ଏହି କାର୍ଯ୍ୟକ୍ରମ ସମ୍ପାଦନ କରିବେ । କ୍ଷୁଦାମୁକ୍ତ ଓଡିଶା ପରିକଳ୍ପନା ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଭୋକ ଉପବାସରେ ରହୁଥିବା ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇବ ଏହି ଅନ୍ନପୂର୍ଣ୍ଣା ସଂସ୍ଥା ।

ଅନ୍ନପୂର୍ଣ୍ଣା ଲୋକାର୍ପିତ, ମାଗଣା ଖାଦ୍ୟ ବାଣ୍ଟିବେ ଅପରାଜିତା ଷଢଙ୍ଗୀ

ଏଥିରେ ଭୁବନେଶ୍ୱରରେ ଆସନ୍ତାକାଲି ଠାରୁ ଖାଦ୍ୟ ବଣ୍ଟନ କରାଯିବ । ଏଥିପାଇଁ ୭ ଶହରୁ ଅଧିକ ଲୋକଙ୍କୁ ସର୍ଭେ ମାଧ୍ୟମରେ ଚିହ୍ନଟ କରାଯାଇଛି । ୨୦୨୦ରେ ସଂସ୍ଥା ପକ୍ଷରୁ ସର୍ଭେ କରାଯାଇଥିଲା । ମୁଖ୍ୟତଃ ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ଏବଂ ବସ୍ତି ମାନଙ୍କରେ ଥିବା ଅସହାୟ ମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ । ଏହାପରେ ବିଭିନ୍ନ ଜିଲ୍ଲା ଓ ସମ୍ପୂର୍ଣ୍ଣ ରାଜ୍ୟକୁ ଏହି କାର୍ଯ୍ୟକ୍ରମ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ।

ଏଥିରେ ରୋଟାରୀ ସହ ଉମେଶ ଖଣ୍ଡେଲଓ୍ଵାଲ ଫାଉଣ୍ଡେସନ, ୟୁଥ ଫର ଆକ୍ସନ, ସୋ ଆଇ ଆମ ଆଇ ଫାଉଣ୍ଡେସନର ସହଯୋଗରେ ଏହି ଅନ୍ନପୂର୍ଣ୍ଣା ଟ୍ରଷ୍ଟ ଗଠନ କରାଯାଇଛି । ଏହାସହ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା ଯୋଗଦାନ କରିବା ନେଇ ଅପିଲ କରିଛନ୍ତି ସାସଂଦ ଅପରାଜିତା ଷଢଙ୍ଗୀ।

ଗୋଟିଏ ପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଟଙ୍କାରେ ଆହାର ଯୋଜନା ଚାଲିଥିବା ବେଳେ ଭୁବନେଶ୍ୱର ସାସଂଦ ଅପରାଜିତା ଷଢଙ୍ଗୀଙ୍କ ଅନ୍ନପୂର୍ଣ୍ଣାକୁ ନେଇ ଏବେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.