ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, ସୁନ୍ଦରଗଡ଼, ବରଗଡ଼, ନୂଆପଡା, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହାର ପ୍ରଭାବରେ ଥଣ୍ଡା ଜନିତ ରୋଗ ଏବଂ ଅସୁସ୍ଥତା ଅନୁଭୂତ ହୋଇପାରେ, ରାତିରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
10 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ଥଣ୍ଡା ଲହରୀ ଅନୁଭୂତ ହୋଇଛି । ଅନୁଗୋଳ ଠାରେ ଅଧିକ ଶୀତ ଅନୁଭୂତ ହୋଇଥିବାବେଳେ ସୁନ୍ଦରଗଡ଼, ଝାରସୁଗୁଡା, କୋରାପୁଟ ଏବଂ କନ୍ଧମାଳରେ ମଧ୍ୟ ଶୀତ ଲହରୀ ଅନୁଭୂତ ହୋଇଛି ।୧୨ଟି ସହରରେ ପାରଦ ୧୦ ଡ଼ିଗ୍ରୀ ତଳେ ରହିଥିଲା। ସେହି ସହର ଗୁଡିକ ଗୁଡିକ ହେଲା, ଫୁଲବାଣୀ ୪ ଡ଼ିଗ୍ରୀ, ଦାରିଙ୍ଗବାଡି ୫ ଡ଼ିଗ୍ରୀ, ଅନୁଗୁଳ ୫.୬ ଡ଼ିଗ୍ରୀ, କୋରାପୁଟ ୭ ଡ଼ିଗ୍ରୀ, ସୁନ୍ଦରଗଡ ୭ ଡ଼ିଗ୍ରୀ, ଝାରସୁଗୁଡା ୭.୮ ଡ଼ିଗ୍ରୀ, ଭବାନୀପାଟଣା ୮ ଡ଼ିଗ୍ରୀ, କେନ୍ଦୁଝର ୮.୮ ଡ଼ିଗ୍ରୀ, ବାରିପଦା ୯ ଡ଼ିଗ୍ରୀ, ବୌଦ୍ଧ ୯ ଡ଼ିଗ୍ରୀ, ବଲାଙ୍ଗୀର ୯.୨ ଡ଼ିଗ୍ରୀ, ଏବଂ ସୋନପୁର ୯.୪ ଡ଼ିଗ୍ରୀ ଏବଂ ଟୁଇନ ସିଟି କଟକ ୧୧ ଡ଼ିଗ୍ରୀ ଏବଂ ଭୁବନେଶ୍ୱର ଠାରେ ୧୨.୪ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ