ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଘାଟିକିଆରେ ବୀଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଏଥିସହ ଅଭିଯୁକ୍ତ ନିଜ 6 ବର୍ଷର ଝିଅକୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଛି । ଅଭିଯୁକ୍ତ ସ୍ତ୍ରୀକୁ ହତ୍ୟା କରିବା ସହ ନିଜ ଝିଅର ତଣ୍ଟିକାଟି ହତ୍ୟା ଉଦ୍ୟମ କରିଛି ।
ଯାହା ସୂଚନା ରହିଛି, ଅଭିଯୁକ୍ତଙ୍କ ନାମ ସଞ୍ଜିତ ଦାସ । ତାଙ୍କ ମୃତ ପତ୍ନୀ ହେଉଛନ୍ତି ସରସ୍ବତୀ ଦାସ ଏବଂ ସେ ନର୍ସ ଭାବେ କାମ କରୁଥିଲେ । ସଞ୍ଜିତଙ୍କ ନିୟମିତ ନିଶା ଅଭ୍ୟାସ ଥିଲା । ସେ କିଛି ରୋଜଗାର କରୁନଥିଲେ । ଗତକାଲି(ବୁଧବାର) କୌଣସି କାରଣକୁ ନେଇ ବଚସା ପରେ ସେ ଏଭଳି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି ।