ETV Bharat / city

ନକଲି ଗହଣା ବିକି ଫସିଗଲା ଲୁଟେରା, ମହିଳା ଡିଏସପି ଲୁଟ ଘଟଣାରେ ଏମିତି ମିଳିଲା ସୁରାକ - ଡିଏସପିଙ୍କୁ ଗନ ପଏଣ୍ଟ ଲୁଟ ଘଟଣା

ଖାରବେଳନଗର ଥାନା ମାଷ୍ଟର କ୍ୟାଣ୍ଟିନର ମହିଳା ଡିଏସପିଙ୍କୁ ଗନ ପଏଣ୍ଟ ଲୁଟ ଘଟଣାରେ ପୋଲିସ ହାତରେ ତିନି ଲୁଟେରା। ତେବେ ତିନି ଜଣଙ୍କ ଠୁ 3ଟି ସୁନାଚେନ ସମେତ ଗୋଟିଏ ରିଭଲଭର ଓ 3 ରାଉଣ୍ଡ ଗୁଳି ଓ ମାରଣାସ୍ତ୍ର ସହ ଦୁଇଟି ବାଇକ ଜବତ କରିଛି ପୋଲିସ। ଅଧିକ ଖବର ପଢନ୍ତୁ...

ନକଲି ଗହଣା ବିକି ଫସିଗଲା ଲୁଟେରା; ଡିଏସପି ଲୁଟ ଘଟଣାର ଏମିତି ମିଳିଲା ସୁରାକ
ନକଲି ଗହଣା ବିକି ଫସିଗଲା ଲୁଟେରା; ଡିଏସପି ଲୁଟ ଘଟଣାର ଏମିତି ମିଳିଲା ସୁରାକ
author img

By

Published : Aug 10, 2020, 9:13 PM IST

ଭୁବନେଶ୍ବର: ଖାରବେଳନଗର ଥାନା ମାଷ୍ଟର କ୍ୟାଣ୍ଟିନର ମହିଳା ଡିଏସପିଙ୍କୁ ଗନ ପଏଣ୍ଟ ଲୁଟ ଘଟଣାରେ ପୋଲିସ ହାତରେ ତିନି ଲୁଟେରା। ତିନି ଅଭିଯୁକ୍ତ ହେଲେ ଅଶୋକ ବେହେରା ଓରଫ ନଣ୍ଡା । ଘର ବ୍ରହ୍ମପୁର ଗାନ୍ଧିନଗର । ଦେବରାଜ ଜେନା ଓରଫ ମୁନା, ଘର କୁଲଶେରପାଟନା ପିପିଲି ପୁରୀ ଜିଲ୍ଲାର । ଆଉ ତୃତୀୟ ଅଭିଯୁକ୍ତ ବିଜୟ ସାମନ୍ତରାୟ ଓରଫ ପିଣ୍ଟୁ ଘର ପିପିଲି ପୁରୀ ଜିଲ୍ଲା । ହାଇପ୍ରୋଫାଇଲ ଲୁଟରେ 3 ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ନକଲି ଗହଣା ବିକି ଫସିଗଲା ଲୁଟେରା; ଡିଏସପି ଲୁଟ ଘଟଣାର ଏମିତି ମିଳିଲା ସୁରାକ

ତେବେ ତିନି ଜଣଙ୍କ ଠୁ 3ଟି ସୁନାଚେନ ସମେତ ଗୋଟିଏ ରିଭଲଭର ଓ 3 ରାଉଣ୍ଡ ଗୁଳି ଓ ମାରଣାସ୍ତ୍ର ସହ ଦୁଇଟି ବାଇକ ଜବତ କରିଛି ପୋଲିସ। ତେବେ ସୂଚନା ମୁତାବକ ଗତ 25 ଜୁଲାଇରେ ସରକାରୀ କ୍ବାର୍ଟର ସାମ୍ନାରୁ ମହିଳା ଡିଏସପି ତନୁଜା ମହାନ୍ତିଙ୍କ ମୁଣ୍ଡରେ ଗନ ଲଗାଇ ସୁନା ଚେନ ଓ କାନଫୁଲ ସହ ହାତର ସୁନା ଚୁଡି ନେଇ ଚମ୍ପଟ ମାରିଥିଲେ। ଏନେଇ ଖବର ପାଇ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଲୁଟେରାଙ୍କୁ ଧରିବାକୁ ଭୁବନେଶ୍ବର ଡିସିପି 2ଟି ଟିମ ଗଠନ କରି ଧରିବାକୁ ଅପରେସନ ଆରମ୍ଭ କରିଥିଲେ ।

ଏନେଇ ଗଣମାଧ୍ୟମରେ ଘନ ଘନ ଖବର ପ୍ରସାରଣ ହୋଇଥିଲା। ଭୟରେ ଲୁଟେରାମାନେ ତା ପର ଦିନ ଏକ ସୁନା ଦୋକାନକୁ ଯାଇ ଏକ ଲକେଟ ନେବାକୁ କାନଫୁଲ ଓ ହାତ ଚୁଡିକୁ ବଦଳ ଦେବାକୁ ଚାହୁଁଥିଲେ। ହେଲେ ଦୋକାନୀଟି ଏସବୁ ନକଲି ସୁନା ଏବଂ ଏଥିରେ ସୁନା ପାଣିଦିଆ ଚୁଡି ଥିବାବେଳେ କାନଫୁଲ ଘୋରି ହୋଇଯାଇଥିବା କହିଥିଲା ।

ନକଲି ଗହଣା ବିକି ଫସିଗଲା ଲୁଟେରା; ଡିଏସପି ଲୁଟ ଘଟଣାର ଏମିତି ମିଳିଲା ସୁରାକ
ନକଲି ଗହଣା ବିକି ଫସିଗଲା ଲୁଟେରା; ଡିଏସପି ଲୁଟ ଘଟଣାର ଏମିତି ମିଳିଲା ସୁରାକ

ତେବେ ଦୋକାନୀ କଥା ଶୁଣି ସେମାନେ ସେଇଠୁ ପଳାଇ ଆସିଥିଲେ। ହେଲେ ଦୋକାନୀ ଜଣଙ୍କ ନ୍ୟୁଜରୁ ଜାଣି ଚତୁରତାର ସହ ପୋଲିସକୁ ଖବର ଦେଇଥିଲେ । ପରେ ସିସିଟିଭିରୁ ଲୁଟେରାଙ୍କ ଚେହେରା ଓ ଏବଂ କରିଜ୍ମା ଗାଡିରେ ବୁଲୁଥିବାର ସୁରାକ ପାଇ ଟ୍ରାକ କରିଥିଲା । ଏନେଇ ପୋଲିସ ସୂଚନାରୁ ପିପିଲି ଅଞ୍ଚଳରେ ବୁଲୁଥିବାର ସୁରାକ ପାଇ ଦୁଇଜଣଙ୍କୁ ଧରିଥିଲା। ସେମାନେ ଗୋଟିଏ ବାଇକରେ ବୁଲି ଲୁଟୁଥିଲେ । ଅନ୍ୟ ଏକ ବାଇକରେ ବୁଲାବୁଲି କରୁଥିଲେ ଖବର ପାଇବା ପରେ ମାଷ୍ଟରମାଇଣ୍ଡ ଅଶୋକ ବେହେରା ଯେକି ଭିନ୍ନ ଭିନ୍ନ ସ୍ଥାନରେ ନିଜର ନୂଆ ନୂଆ ନାଁର ପରିଚୟ ଦେଉଥିଲା। ମୋଟ ତିନିଜଣଙ୍କୁ ଗିରଫ କରିଥିଲା ପୋଲିସ। ଆଉ ସେମାନଙ୍କୁ ମହିଳା ଡିଏସପି ଚିହ୍ନଟ କରିବା ପରେ ଗିରଫ କରିଥିଲା କମିଶନରେଟ ପୋଲିସ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.