ଭୁବନେଶ୍ବର: ବାତ୍ୟା ଅସାନିକୁ(Cyclone Asani) ନେଇ ସତର୍କ ରହିଛି ଭୁବନେଶ୍ୱର ବିମାନ ବନ୍ଦର । ପ୍ରତି ମୁହୂର୍ତ୍ତରେ ପାଣିପାଗ ବିଭାଗର ଯୋଗାଯୋଗରେ ରହିଛନ୍ତି ବିମାନ ବନ୍ଦର କତ୍ତୃପକ୍ଷ(Bhubaneswar Airport) । ଏୟାରପୋର୍ଟର ଏସଓପି(SOP) ଅନୁଯାୟୀ ଆଗାମୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେହେରା ।
ବାତ୍ୟା ସମୟରେ ପବନର ବେଗ ଓ ରନୱେରେ ବର୍ଷାର ପରିମାଣକୁ ଅନୁଧ୍ୟାନ କରି ବିମାନ ଚଳାଚଳର ନିଷ୍ପତି ନିଆଯିବ ।ତେବେ ବର୍ତ୍ତମାନ ପରିସ୍ଥିତି ଠିକ୍ ଥିବା ବେଳେ ଆସନ୍ତାକାଲି ଏବଂ ବୁଧବାରକୁ ନଜର ରଖାଯାଇଛି । ବିମାନ ଉଡାଣ ସ୍ବାଭାବିକ ରହିଥିବାବେଳେ, ଯାତ୍ରୀଙ୍କ ପାଇଁ କୌଣସି ବିଶେଷ ଘୋଷଣା କରାଯାଇନାହିଁ । ଦୁଇ ଦିନ ପର୍ଯ୍ୟନ୍ତ ପବନର ବେଗ ଓ ବର୍ଷାର ପରିମାଣ ଅଧିକ ହେବା ନେଇ ସୂଚନା ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ