ETV Bharat / city

ଗୁରୁଦାୟିତ୍ୱ ମିଳିଛି, ଛାତ୍ରଛାତ୍ରୀଙ୍କ ପାଇଁ କାମ କରିବି କହିଲେ ନୂଆ କୂଳପତି ଗୀତାଞ୍ଜଳୀ - ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନୂଆ କୂଳପତିଙ୍କ ପ୍ରତିକ୍ରିୟା

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନୂଆ କୂଳପତି ହୋଇଛନ୍ତି ପ୍ରଫେସର ଗୀତାଞ୍ଜଳୀ ଦାଶ । ତାଙ୍କୁ ଗୁରୁଦାୟିତ୍ବ ମିଳିଛି ଓ ସେ ଛାତ୍ରଛାତ୍ରୀଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ଗୁରୁ ଦାୟିତ୍ବ ମିଳିଛି, ଛାତ୍ରଛାତ୍ରୀଙ୍କ ପାଇଁ କାମ କରିବି କହିଲେ ଗୀତାଞ୍ଜଳୀ ଦାଶ

author img

By

Published : May 6, 2022, 9:29 PM IST

ଭୁବନେଶ୍ବର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନୂଆ କୂଳପତି ହୋଇଛନ୍ତି ପ୍ରଫେସର ଗୀତାଞ୍ଜଳୀ ଦାଶ । କୂଳପତି ହେବା ପରେ ତାଙ୍କର ପ୍ରତିକ୍ରିୟା ଆସିଛି । କୂଳପତି ଭାବରେ ଚୟନ କରିଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସେ ଧନ୍ୟବାଦ ଦେବା ସହ ଏବେ ତାଙ୍କର ଗୁରୁଦାୟିତ୍ବ ବଢିଛି ବୋଲି କହିଛନ୍ତି । ଜନ୍ମଭୂମିରେ କାମ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଥିବା କହିଛନ୍ତି ନବନିଯୁକ୍ତ କୁଳପତି ଗୀତାଞ୍ଜଳି ।

ଗୁରୁଦାୟିତ୍ବ ମିଳିଛି, ଛାତ୍ରଛାତ୍ରୀଙ୍କ ପାଇଁ କାମ କରିବି କହିଲେ ନୂଆ କୂଳପତି ଗୀତାଞ୍ଜଳୀ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନୂଆ କୂଳପତି ହେବା ପରେ ଗୀତାଞ୍ଜଳି କହିଛନ୍ତି, "କୂଳପତି ଭାବରେ ଚୟନ କରିଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଧନ୍ୟବାଦ । ଏବେ ମୋର ଦାୟିତ୍ବ ବଢିଲା । ଜନ୍ମଭୂମିରେ କାମ କରିବା ପାଇଁ ମୋତେ ଗୁରୁଦାୟିତ୍ବ ମିଳିଛି । ସମସ୍ତଙ୍କୁ ନେଇ ଛାତ୍ରଛାତ୍ରୀଙ୍କ ପାଇଁ କାମ କରିବି । କେବଳ ପାଠ ନୁହେଁ ପିଲାମାନଙ୍କ ମାନସିକ ଏବଂ ବୌଦ୍ଧିକ ବିକାଶ ପାଇଁ ଚେଷ୍ଟା କରିବି । କ୍ୟାମ୍ପସରେ ଶୃଙ୍ଖଳିତ ଏବଂ ଶୈଖିକ ବାତାବରଣ ବଜାୟ ରଖିବା ସହ ଆବଶ୍ୟକ ଭିତ୍ତିଭୂମି ପ୍ରତି ଗୁରୁତ୍ବ ଦିଆଯିବ। ଶିକ୍ଷାଦାନ କ୍ଷେତ୍ରରେ ୩୬ ବର୍ଷର ଅଭିଜ୍ଞତା ରହିଛି। ତାକୁ ପାଥେୟ କରି କାର୍ଯ୍ୟ କରିବି।"

ସେ ଆହୁରି କହିଛନ୍ତି, "ବିଶ୍ବବିଦ୍ୟାଳୟ କିଭଳି ସ୍ବତନ୍ତ୍ର ପରିଚୟ ପାଇବ ଏବଂ ସମସ୍ତେ ଅନୁଷ୍ଠାନକୁ ଜାଣିବେ ତାହାକୁ ସେ ପ୍ରାଥମିକତା ଦେବି । ଏହା ସହ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କିଭଳି ଭାବରେ NAAC ପାଇବ ସେନେଇ ମଧ୍ୟ ଚେଷ୍ଟା କରିବି।"

କିଛି ଦିନ ଭିତରେ ନାକ୍‌ ଟିମ ବିଶ୍ବବିଦ୍ୟାଳୟକୁ ଆସିବେ। ଆସନ୍ତା ୪ ବର୍ଷ ପାଇଁ ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୂଳପତି ଭାବରେ ଆଜି ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.