ETV Bharat / city

ଏଣିକି ଆଧାର ସଂଯୋଗ କଲେ ହିତାଧିକାରୀଙ୍କୁ ୟଲୋ କାର୍ଡରେ ମିଳିବ ଭତ୍ତା - ଆଧାର ସଂଯୋଗ କଲେ ମିଳିବ ପେନସନ

ଏଣିକି ଆଧାର ସଂଯୋଗ କଲେ ମିଳିବ ପେନସନ । ପେନସନ ହିତାଧିକାରୀଙ୍କ ପାଇଁ ବିଏମସି ପକ୍ଷରୁ ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ । ଆସନ୍ତା ଫେବୃଆରୀରୁ ମିଳିବ ସୁବିଧା । ଅଧିକ ପଢନ୍ତୁ...

Beneficiaries will get pension through Aadhaar
ଏଣିକି ଆଧାର ସଂଯୋଗ କଲେ ହିତାଧିକାରୀଙ୍କୁ ୟେଲୋ କାର୍ଡରେ ମିଳିବ ଭତ୍ତା
author img

By

Published : Dec 27, 2019, 8:33 PM IST

Updated : Dec 27, 2019, 8:46 PM IST

ଭୁବନେଶ୍ବର: ଏଣିକି ଆଧାର ସଂଯୋଗ କଲେ ହିତାଧିକାରୀଙ୍କୁ ମିଳିବ ପେନସନ । ଏନେଇ ବିଏମସି ଓ ଆକ୍ସିସ ବ୍ୟାଙ୍କ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହି ଚୁକ୍ତି ଅନୁସାରେ ଆଧାର ସଂଯୋଗୀକରଣ ପରେ ସେବା ପ୍ରଦାନକାରୀ ଆକ୍ସିସ ବ୍ୟାଙ୍କ ଏକ ସ୍ବତନ୍ତ୍ର ବୈଷୟିକ ପ୍ରକ୍ରିୟା ଆଧାରରେ ହିତାଧିକାରୀଙ୍କୁ ସେମାନଙ୍କର ପେନସନ ଯୋଗାଇ ଦେବ ।

ଏଣିକି ଆଧାର ସଂଯୋଗ କଲେ ହିତାଧିକାରୀଙ୍କୁ ୟେଲୋ କାର୍ଡରେ ମିଳିବ ଭତ୍ତା

ବର୍ତ୍ତମାନ ବିଏମସି ଅଧୀନରେ 21,777 ଯୋଗ୍ୟ ହିତାଧିକାରୀ ବିଭିନ୍ନ ଯୋଜନାରେ ଜଡିତ ଥିବାବେଳେ ଏଥିରୁ ୯୦ ପ୍ରତିଶତ ହିତାଧିକାରୀଙ୍କ ଆଧାର ସଂଯୋଗ ହୋଇସାରିଛି । ସରକାରଙ୍କ ଏହି ନିୟମ ଅନୁସାରେ ଆସନ୍ତା ଫେବୃଆରୀରୁ ଏମାନଙ୍କୁ ଆଧାର ସଂଯୋଗରେ ପେନସନ ଯୋଗାଇ ଦିଆଯିବ । ପୂର୍ବରୁ ହିତାଧିକାରୀମାନେ ଫିଙ୍ଗର ପ୍ରିଣ୍ଟ ମାଧ୍ୟମରେ ନିଜ ଭତ୍ତା ପାଉଥିଲେ । ମାତ୍ର ଏଥର ଆଧାର ସଂଯୋଗ କରାଇ ନିଜ ଭତ୍ତା ପାଇବେ । ତେବେ ଆଜିର ଏହି ସ୍ବାକ୍ଷରିତ ଚୁକ୍ତି ପରେ ପ୍ରତ୍ୟେକଙ୍କୁ ପେନସନ ସ୍ବତନ୍ତ୍ର ପ୍ରକ୍ରିୟାରେ ପ୍ରଦାନ କରି ସାମାଜିକ ସୁରକ୍ଷା ଯୋଜନାରେ ସ୍ବଚ୍ଛତା ବଜାୟ ରଖିବାକୁ ପଦକ୍ଷେପ ନେଇଛନ୍ତି ବିଏମସି କର୍ତ୍ତୃପକ୍ଷ ।

ବିଏମସି ମୁଖ୍ୟ ବିତ୍ତ ଅଧିକାରୀ ଲାବନ୍ୟ ଶବରଙ୍କ ସୂଚନାନୁସାରେ, ବିଏମସି ପକ୍ଷରୁ ସ୍ବଚ୍ଛତାକୁ ଅଗ୍ରାଧିକାର ଦିଆଯାଇ ଏବେ ଆଧାର କାର୍ଡ ସଂଯୋଗୀକରଣ ପରେ ଭତ୍ତା ପ୍ରଦାନ କରାଯିବ । ଯୋଗ୍ୟ ହିତାଧିକାରୀଙ୍କୁ ବିଏମସି ଦ୍ବାରା ୟଲୋ କାର୍ଡ ପ୍ରଦାନ କରିବା ସହିତ ସେମାନଙ୍କର ଆଧାର ସଂଯୋଗ କରି ଆକାଉଣ୍ଟରେ ଭତ୍ତା ଟଙ୍କାକୁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି) ମାଧ୍ୟମରେ ଦିଆଯିବ । ଏଥିପାଇଁ ଆକ୍ସିସ ବ୍ୟାଙ୍କ ସହ ଏମଓୟୁ ସ୍ବାକ୍ଷରିତ ହୋଇଛି । ଆକ୍ସିସ ବ୍ୟାଙ୍କ ଦ୍ବାରା ନିଯୁକ୍ତ ବ୍ୟବସାୟିକ କରେସପଣ୍ଡେଣ୍ଟ ମାନଙ୍କ ଦ୍ବାରା ପ୍ରତ୍ୟେକ ମାସର ନିର୍ଦ୍ଧାରିତ ସମୟ ମଧ୍ୟରେ ଭତ୍ତା ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ଏ ସମ୍ପର୍କିତ ସମସ୍ତ ଖର୍ଚ୍ଚ ଆକ୍ସିସ ବ୍ୟାଙ୍କ ଯୋଗାଇ ଦେବ ।

ସେହିପରି ବିଏମସି ସହ ଆକ୍ସିସ ବ୍ୟାଙ୍କର ଏହି ବୁଝାମଣା ପତ୍ର ବିଭିନ୍ନ ସମୟରେ ହେଉଥିବା ଜାଲିଆତିକୁ ମଧ୍ୟ ରୋକିପାରିବ । ଏ ପ୍ରକ୍ରିୟାରେ ସ୍ବଚ୍ଛତାକୁ ଗୁରୁତ୍ବ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାର ସହାୟତା ପ୍ରଦାନ କରାଯାଇପାରିବ ବୋଲି ଆକ୍ସିସ ବ୍ୟାଙ୍କର କଣ୍ଟ୍ରି ହେଡ୍ ଦେବାର୍ଚ୍ଚନ ମିଶ୍ର କହିଛନ୍ତି ।

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ବିଭିନ୍ନ ଯୋଜନାରେ ବିଏମସି ପକ୍ଷରୁ ହିତାଧିକାରୀଙ୍କୁ ମଧୁବାବୁ ବାର୍ଦ୍ଧକ୍ୟ ପେନସନ ଯୋଜନା ୫୦୦ ଟଙ୍କା, ୮୦ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ୭୦୦ ଟଙ୍କା, ମଧୁବାବୁ ବିଧବା ପେନସନ ଯୋଜନାରେ ୫୦୦ ଟଙ୍କା, ମଧୁବାବୁ ବିକଳାଙ୍ଗ ଯୋଜନା ୫୦୦ ଟଙ୍କା, ୬୦ ପ୍ରତିଶତ ବିକଳାଙ୍ଗଙ୍କୁ ୭୦୦ ଟଙ୍କା, ମଧୁବାବୁ ଅବିବାହିତା ମହିଳା ଯୋଜନାରେ ୫୦୦ ଟଙ୍କା ଦିଆଯିବ । ଅନ୍ୟପକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଅଧୀନରେ ୫୦୦ ଟଙ୍କା ମୋଟ ୨୧,୭୭୭ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଏଣିକି ଆଧାର ସଂଯୋଗ ରେ ମିଳିବ ପେନସନ।ପେନସନ ହିତାଧିକାରୀଙ୍କ ପାଇଁ ବିଏମସିର ସ୍ୱତନ୍ତ୍ର ପଦକ୍ଷେପ।ସାମାଜିକ ସୁରକ୍ଷା ଯୋଜନା ରେ ସ୍ୱଚ୍ଛତା କୁ ଗୁରୁତ୍ୱ।ଆଧାର ସଂଯୁକ୍ତ ହିତାଧିକାରୀଙ୍କୁ ବିଏମସି ଓ ଆକ୍ସିସ ବ୍ୟାଙ୍କ ପକ୍ଷରୁ ମିଳିତ ସେବା।

Body:ଏଣିକି ହିତାଧିକାରୀଙ୍କୁ ଆଧାର ସଂଯୋଗ କଲେ ମିଳିବ ପେନସନ।ଏନେଇ ବିଏମସି ଓ ଆକ୍ସିସ ବ୍ୟାଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ।ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାମାଜିକ ସୁରକ୍ଷା ଯୋଜନାରେ ଯୋଗ୍ୟ ୨୧,୭୭୭ ହିତାଧିକାରୀଙ୍କ ଆଧାର ସଂଯୋଗ ବାଧ୍ୟତାମୂଳକ।ସରକାରଙ୍କ ଏହି ନିୟମ ଅନୁସାରେ ସେମାନଙ୍କୁ ଆଧାର ସଂଯୋଗ କରାଇ ପ୍ରତ୍ୟକଙ୍କ ପେନସନ ସ୍ୱତନ୍ତ୍ର ପ୍ରକ୍ରିୟାରେ ପ୍ରଦାନ କରି ସ୍ୱଚ୍ଛତା ବଜାୟ ରଖିବାରେ ପଦକ୍ଷେପ ନେଇଛନ୍ତି ବିଏମସି କତ୍ତୃପକ୍ଷ।

ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ଏବଂ ବ୍ୟାଙ୍କ ଆକ୍ସିସ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।ଅଦ୍ୟାବଧି ବିଏମସି ଅଧୀନରେ ୨୧,୭୭୭ ବିଭିନ୍ନ ଯୋଜନାରେ ହିତାଧିକାରୀ ଥିବା ବେଳେ ଏଥିରୁ ୯୦ ପ୍ରତିଶତ ହିତାଧିକାରୀଙ୍କ ଆଧାର ସଂଯୋଗ ହୋଇସାରିଛି।ଆଧାର ସଂଯୋଗୀକରଣ ପରେ ସେବାପ୍ରଦାନକରି ଆକ୍ସିସ ବ୍ୟାଙ୍କ ଏକ ସ୍ୱତନ୍ତ୍ର ବୈଷୟିକ ପ୍ରକ୍ରିୟା ଆଧାରାରେ ହିତାଧିକାରୀଙ୍କୁ ସେମାନଙ୍କର ପେନସନ ଯୋଗାଇଦେବା ପାଇଁ ସ୍ୱାକ୍ଷରିତ ହୋଇଛି ବୁଝାମଣା।

ବିଏମସି ମୁଖ୍ୟ ବିତ ଅଧିକାରୀ ଲାବନ୍ୟ ଶବରଙ୍କ ସୂଚନା ଅନୁସାରେ ବିଏମସି ପକ୍ଷରୁ ସ୍ୱଚ୍ଛତାକୁ ଅଗ୍ରାଧିକାର ଦିଆଯାଇ ଏବେ ଆଧାର କାର୍ଡ ସଂଯୋଗୀକରଣ ପରେ ଭତ୍ତା ପ୍ରଦାନ କରାଯିବ।ଯୋଗ୍ୟ ହିତାଧିକାରୀଙ୍କୁ ବିଏମସି ଦ୍ୱାରା ୟେଲୋ କାର୍ଡ ପ୍ରଦାନ କରିବା ସହିତ ସେମାନଙ୍କର ଆଧାର ସଂଯୋଗ କରି ଆକାଉଣ୍ଟ ରେ ଭତା ଟଙ୍କା ଡିବିଟି ମାଧ୍ୟମରେ ଦିଆଯିବ।ଏଥିପାଇଁ ଆକ୍ସିସ ବ୍ୟାଙ୍କ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି।ଆକ୍ସିସ ବ୍ୟାଙ୍କ ଦ୍ୱାରା ନିଯୁକ୍ତ ବ୍ୟବସାୟିକ କରେସପୋଡେଣ୍ଟ ମାନଙ୍କ ଦ୍ୱାରା ପ୍ରତ୍ୟକ ମାସର ନିର୍ଦ୍ଧାରିତ ସମୟ ମଧ୍ୟରେ ଭତା ବଣ୍ଟନ କରାଯିବାର ବ୍ୟବସ୍ତା କରାଯାଇଛି।ଏ ସମ୍ପର୍କିତ ସମସ୍ତ ଖର୍ଚ୍ଚ ଆକ୍ସିସ ବ୍ୟାଙ୍କ ଯୋଗାଇ ଦେବେ।

ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଏଣିକି ଆଧାର ସଂଯୋଗ କଲେ ମିଳିବ ଭତ୍ତା।ଏନେଇ ଆଜି ବିଏମସି ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।ଏହା ଦ୍ୱାରା ବିଭିନ୍ନ ସମୟରେ ହେଉଥିବା ଜାଲିଆତି କୁ ରୋକା ଯାଇ ପାରିବ ।ଏ ପ୍ରକ୍ରିୟାରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାର ସହାୟତା ପ୍ରଦାନ କରାଯାଇପାରିବ ବୋଲି ଆକ୍ସିସ ବ୍ୟାଙ୍କର କଣ୍ଟ୍ରି ହେଡ ଦେବାର୍ଚନ ମିଶ୍ର କହିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ଏହି ସୁବିଧା।ସୂଚନା ଅନୁଯାୟୀ ବିଏମସିରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ବାର୍ଦ୍ଧକ୍ୟ ପେନସନ ଯୋଜନା ୫୦୦ ଟଙ୍କା ୮୦ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ୭୦୦ ଟଙ୍କା,ମଧୁବାବୁ ବିଧବା ପେନସନ ଯୋଜନାରେ ୫୦୦ ଟଙ୍କା, ମଧୁବାବୁ ବିକଳାଙ୍ଗ ଯୋଜନା ୫୦୦ ଟଙ୍କା ,୬୦ ପ୍ରତିଶତ ବିକଳାଙ୍ଗ ଙ୍କୁ ୭୦୦ ଟଙ୍କା, ମଧୁବାବୁ ଅବିବାହିତା ମହିଳା ଯୋଜନାରେ ୫୦୦ ଟଙ୍କା।କେନ୍ଦ୍ର ସରକାରଙ୍କ ପକ୍ଷରୁ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଅଧୀନରେ ୫୦୦ ଟଙ୍କା ମୋଟ ୨୧,୭୭୭ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି।

Conclusion:
Last Updated : Dec 27, 2019, 8:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.