ETV Bharat / city

ସାବଧାନ ! କଳା ଫିମ୍ପି ସଂକ୍ରମଣ ଏକ ଘାତକ ରୋଗ

author img

By

Published : Jun 15, 2021, 10:35 PM IST

ସାବଧାନ ! କଳା ଫିମ୍ପି ସଂକ୍ରମଣ ଏକ ଘାତକ ରୋଗ ଅଟେ । ନାକ ଓ ଆଖିର କୋଣ ଲାଲ ପଡ଼ି ଫୁଲିବା ବା ଯନ୍ତ୍ରଣା ହେବା । ମୁହଁ ଓ କପାଳର ଗୋଟିଏ ପଟେ ଯନ୍ତ୍ରଣା ହେବା। ଅଧିକ ପଢନ୍ତୁ...

ସାବଧାନ! କଳା ଫିମ୍ପି ସଂକ୍ରମଣ ଏକ ଘାତକ ରୋଗ
ସାବଧାନ! କଳା ଫିମ୍ପି ସଂକ୍ରମଣ ଏକ ଘାତକ ରୋଗ

ଭୁବନେଶ୍ବର: ନାକ ଓ ଆଖିର କୋଣ ଲାଲ ପଡ଼ି ଫୁଲିବା ବା ଯନ୍ତ୍ରଣା ହେବା । ମୁହଁ ଓ କପାଳର ଗୋଟିଏ ପଟେ ଯନ୍ତ୍ରଣା ହେବା । ନାକରୁ କଳା ସିଂଘାଣି ବାହାରିବା କିମ୍ଵା ଛାତିରେ ଯନ୍ତ୍ରଣା ଓ ନିଃଶ୍ୱାସରେ କଷ୍ଟ ହେବା ଆଦି କଳା ଫିମ୍ପି ସଂକ୍ରମଣର ଲକ୍ଷଣ ଅଟେ । ଏପରି ଲକ୍ଷଣ ଦେଖାଗଲେ ହେଳା ନକରି ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ପରାମର୍ଶ କରନ୍ତୁ ।

ସାବଧାନ! କଳା ଫିମ୍ପି ସଂକ୍ରମଣ ଏକ ଘାତକ ରୋଗ
ସାବଧାନ! କଳା ଫିମ୍ପି ସଂକ୍ରମଣ ଏକ ଘାତକ ରୋଗ
କେଉଁମାନଙ୍କୁ ସଂକ୍ରମଣ ହେବାର ସମ୍ଭାବନା ଅଧିକ?

ଅନିୟନ୍ତ୍ରିତ ମଧୁମେହ, କୋରୋନା କିମ୍ବା ଅନ୍ୟ ରୋଗ ପାଇଁ ଦୀର୍ଘଦିନ ICU ରେ ଥିବା ରୋଗୀ, ଅଙ୍ଗ ପ୍ରତିରୋପଣ ହୋଇଥିବା, ଷ୍ଟିରଏଡ/ ଭରିକୋନାଜୋଲ ଆଦି ଔଷଧ ସେବନ କରୁଥିବା ବ୍ୟକ୍ତି ଓ କର୍କଟ ରୋଗାକ୍ରାନ୍ତ ବ୍ୟକ୍ତି ।

ଏହି ରୋଗ ହେଲେ କେବେ ସନ୍ଦେହ କରିବେ?

ନାକ ଓ ଆଖିର କୋଣ ଲାଲ୍ ପଡି ଫୁଲିବା ବା ଯନ୍ତ୍ରଣା ହେବା, ନାକରୁ କଳା ସିଙ୍ଘାଣି ବାହାରିବା, ଛାତିରେ ଯନ୍ତ୍ରଣା, ନିଶ୍ବାସରେ କଷ୍ଟ ହେବା, ଦାନ୍ତ ଓ ମାଢ଼ିରେ ଯନ୍ତ୍ରଣା ହେବା ଓ ଦାନ୍ତ ହଲିବା । ଚର୍ମରେ ଘା’ ଭଳି ହୋଇ ତା’ଉପରେ କଳା ପଡିବା ଓ ମୁହଁ ଓ କପାଳର ଗୋଟିଏ ପଟେ ଯନ୍ତ୍ରଣା ହେବ।

ଏହି ରୋଗକୁ କିପରି ପ୍ରତିହତ କରିବା?

ସର୍ବଦା ପରିଷ୍କାର ମାସ୍କ ବ୍ୟବହାର କରିବା ଓ ମାଟି ଶିଉଳି କିମ୍ବା ଖତ ଆଦିରେ କାମ କରିବା ବେଳେ ଜୋତା ଗ୍ଲୋବସ ବିନ୍ଧିବା ଆବଶ୍ୟକ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.