ETV Bharat / city

ଆସନ୍ତାବର୍ଷରୁ 5ଟି ଜିଲ୍ଲାରେ ବର୍ଷା ଉତ୍ସବ - Barsha Utsav

2 ଦିନ ଧରି ଓଡିଶୀର ଛାନ୍ଦେ ଛାନ୍ଦେ ବାନ୍ଧି ହୋଇପଡିଛି ସମ୍ପୂର୍ଣ୍ଣ ରବୀନ୍ଦ୍ର ମଣ୍ଡପ । ଗୁରୁବାର ରାଜ୍ୟ ବାହାରୁ କଳାକାର ଆସି ନୃତ୍ୟ ପରିବେଷଣ କରିବେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 29, 2019, 6:38 AM IST

ଭୁବନେଶ୍ବର: ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା 41ତମ ବର୍ଷା ଉତ୍ସବକୁ ବ୍ୟାପକ କରିବାକୁ ଆୟୋଜକ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାବର୍ଷ ଠାରୁ ଏହା ଭୁବନେଶ୍ବର ଛଡା ଅନ୍ୟ 5ଟି ଜିଲ୍ଲାରେ ଆୟୋଜନ ହେବ । ଏନେଇ ସଭାପତି ସୁରେନ୍ଦ୍ର ଦାଶ ସୂଚନା ଦେଇଛନ୍ତି ।

ଅନ୍ୟପଟେ 2 ଦିନ ଧରି ଓଡିଶୀର ଛାନ୍ଦେ ଛାନ୍ଦେ ବାନ୍ଧି ହୋଇପଡିଛି ସମ୍ପୂର୍ଣ୍ଣ ରବୀନ୍ଦ୍ର ମଣ୍ଡପ । ଗୁରୁବାର ରାଜ୍ୟ ବାହାରୁ କଳାକାର ଆସି ନୃତ୍ୟ ପରିବେଷଣ କରିବେ । ବର୍ଷା ଋତୁର ଆଗମନକୁ ଏମାନେ ଓଡିଶୀ ନୃତ୍ୟରେ ପ୍ରଦର୍ଶନ କରିବେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଉତ୍ସବରେ 8 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ କ୍ଷେତ୍ରରେ ସମ୍ମାନିତ କରାଯାଇଛି । ସାଂସ୍କୃତିକ କ୍ଷେତ୍ରରେ ସୁଚିସ୍ମିତା ମନ୍ତ୍ରୀ, ସେବା କ୍ଷେତ୍ରରେ ସତ୍ୟବ୍ରତ ମହାନ୍ତି, ସଙ୍ଗୀତ କ୍ଷେତ୍ରରେ ଡା. ଆଦ୍ୟଶା ଦାଶ ଓ ଡା. ନଜୀଆ ଅଲମ, ସାହାସିକତା ପାଇଁ କେଲ ଦେବଦତ୍ତ ସ୍ୱାଇଁ ଓ ଦୟାନିଧି ତଣ୍ଟି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅକ୍ଷୟ କୁମାର ପାତ୍ରଙ୍କୁ ସମ୍ମାନିତ କରାଯାଇଛି ।

ଆହୁରି ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ କାର୍ଯ୍ୟକ୍ରମ ପ୍ରତି ଦର୍ଶକଙ୍କ ଉତ୍ସାହ ଓ ଭିଡ ପରିଲକ୍ଷିତ ହୋଇଛି । ବୁଧବାର ବର୍ଷାର ଆଗମନରେ କିଭଳି ଧରାପୃଷ୍ଠରେ ମୟୂର ନାଚ କରିଥାଏ ତାହାକୁ ବେଶ ଚମତ୍କାର ଭାବରେ ଓଡିଶୀ ନୃତ୍ୟରେ ପ୍ରଦର୍ଶନ କରାଯାଇଥିଲା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ସାରା ରାଜ୍ୟ ର ପାଞ୍ଚଟି ଜିଲ୍ଲା ରେ ଏଣିକି ପ୍ରତିବର୍ଷ ବର୍ଷା ଉତ୍ସବ ସଭାପତି ସୁରେନ୍ଦ୍ର ଦାଶ

Body:ଗତ କାଲି ଠାରୁ ଆରମ୍ଭ ହୋଇଥିବା 41 ତମ ବର୍ଷା ଉସବ ଆଗକୁ ସାରା ରାଜ୍ୟ ର ପାଞ୍ଚଟି ଜିଲ୍ଲା ରେ ଏଣିକି ହେବ ବୋଲି ସଭାପତି ସୁରେନ୍ଦ୍ର ଦାଶ, ରାଷ୍ଟ୍ରୀୟ ମହାସଚିବ କହିଛନ୍ତି। ଅନ୍ୟ ପଟେ ଓଡିଶୀ ର ଛାନ୍ଦେ ଛାନ୍ଦେ ସଂପୂର୍ଣ୍ଣ ରବୀନ୍ଦ୍ର ମଣ୍ଡପ ଟି ବାନ୍ଧୀ ହୋଇ ପଡ଼ିଥିବା ବେଳେ ଆସନ୍ତା କାଲି ରାଜ୍ୟ ବାହାର ର କଳାକାର ଆସି ବର୍ଷା ଋତୁ ର ଆଗମନ କୁ ଓଡିଶୀ ନୃତ୍ୟ ରେ ପ୍ରଦର୍ଶନ କରିବେ । ଯେଉଁଥିରେ 8 ଜଣ ବିଶିଷ୍ଟ ବ୍ୟକ୍ତି ଙ୍କୁ ଭିନ୍ନ ଭିନ୍ନ କ୍ଷେତ୍ର ରେ ସାମ୍ନାନିତ କରାଯାଇଛି। ସଂସ୍କୃତିକ କ୍ଷେତ୍ର ରେ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ, ସେବା କ୍ଷେତ୍ର ରେ ଶ୍ରୀ ସତ୍ୟବ୍ରତ ମହାନ୍ତି, ମ୍ୟୁଜିକ କ୍ଷେତ୍ର ରେ ଡ଼ ଆଦ୍ୟସା ଦାଶ,ଓ ଡ଼ ନଜ଼ୀଆ ଅଲମ ,ସାହାସିକତା ପାଇଁ କେଲ ଦେବଦତ୍ତ ସ୍ୱାଇଁ ଓ ଦୟାନିଧି ତଂଟି, ପର୍ୟ୍ୟଟନ ରେ ଶ୍ରୀ ଅକ୍ଷୟ କୁମାର ପାତ୍ର, ଙ୍କୁ ସାମ୍ନାନିତ କରାଯାଇଛି। ଅନ୍ୟ ପଟେ ଆଜି ଠାରୁ ଆହୁରି ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବା ସହ ଆଜି ବର୍ଷା ର ଆଗାମନ ରେ କିଭଳି ଧରାପୃଷ୍ଠ ରେ ମୟୁର ନାଚ କରି ଥାଏ ତାକୁ ବେଶ ଚମତ୍କାର ଭାବରେ ଆଜି ଓଡ଼ିଶୀ ନୃତ୍ୟ ରେ ପ୍ରଦର୍ଶନ କରାଯାଇଥିଲା।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.