ଭୁବନେଶ୍ବର: କୋରୋନା ବଢାଇଛି ଚିନ୍ତା । ଭୁବନେଶ୍ବରରେ ଫସିଛନ୍ତି ବାଂଲାଦେଶୀ ଚାଚା । ୬୫ ବର୍ଷୀୟ ଶେଖ ସାବିଲ ମହମ୍ମଦ ଗତ ୨୭ ଫେବୃଆରୀରେ ଆସିଥିଲେ ଭାରତ । ଆଣ୍ଠୁରେ ସମସ୍ୟା ନେଇ ଚିକିତ୍ସା ପାଇଁ ଭୁବନେଶ୍ବର ଆସିଥିଲେ । ଆଉ ଏବେ ଲକଡାଉନ ଯୋଗୁଁ ଫସି ରହିଛନ୍ତି । ତେବେ ଆସନ୍ତା ୫ ତାରିଖରେ ତାଙ୍କ ଭିସା ଶେଷ ହେଉଥିବାରୁ ସେ ବାଂଲାଦେଶ ଫେରିବାକୁ ଡିସିପି ଅଫିସରେ ଜଣାଇବା ପରେ ତାଙ୍କୁ ଓୟୁଏଟି କ୍ବାରେନଣ୍ଟାଇନ ସେଣ୍ଟରରେ ରଖାଯାଇଛି ।
ନିଜ ଆଣ୍ଠୁ ଚିକିତ୍ସା ପାଇଁ ବାଂଲାଦେଶ ବର୍ଡର ବେନାପୋଲ ଦେଇ ସରକାରୀ ଅନୁମତି କ୍ରମେ ଭାରତ ଆସିଥିଲେ । ପ୍ରଥମେ ପଶ୍ଚିମବଙ୍ଗ ଓ ପରେ ଓଡିଶାର ଭଦ୍ରକର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଗତ ମାର୍ଚ୍ଚ ୨୨ ତାରିଖରେ ଭଦ୍ରକର ଏକ ହସ୍ପିଟାଲକୁ ଆସୁଥିଲେ । ହେଲେ ଟ୍ରେନରେ ଆସିବା ବେଳେ ଶୋଇ ପଡିବା କାରଣରୁ ଭଦ୍ରକ ବଦଳରେ ଭୁବନେଶ୍ବରରେ ପହଞ୍ଚିଥିଲେ।
ସେତେବେଳକୁ ଲକଡାଉନ ପାଇଁ ଟ୍ରେନ ଚଳାଚଳ ବନ୍ଦ ନିର୍ଦ୍ଦେଶ ହୋଇଗଲା । ତେବେ ଚାଚା ଆଉ ଫେରି ନପାରି ଶେଷରେ ରେଳ ଷ୍ଟେସନରେ ରହିଥିଲେ । ତେବେ ଆଗକୁ ୫ ତାରିଖରେ ତାଙ୍କର ଭିସା ଶେଷ ହେବା ନେଇ ଡିସିପି ଅଫିସରେ ଜଣାଇବା ପରେ ତାଙ୍କୁ ଓୟୁଏଟିର ହୋମ କ୍ବାରେନଣ୍ଟାଇନରେ ରଖାଯାଇଛି ଏବଂ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ତେଣୁ ଲକଡାଉନ ଯୋଗୁଁ ପାସପୋର୍ଟ ଅଧିକାରୀଙ୍କ ସହ କଥା ହୋଇଥିବା ବେଳେ ଭିସା ଅବଧି ବଢିବ ବୋଲି ଆଶ୍ବସ୍ଥି ପାଇବା ପରେ ସେ ଏବେ ଚିନ୍ତାମୁକ୍ତ ହୋଇ ଓୟୁଏଟି କ୍ବାରେନଣ୍ଟାଇନ ସେଣ୍ଟରରେ ଅଛନ୍ତି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ