ETV Bharat / city

'ପରାଜୟ ଭୟରେ ମିଥ୍ୟା ଆରୋପ ଲଗାଉଛନ୍ତି ସମ୍ବିତ ପାତ୍ର'

author img

By

Published : Sep 28, 2021, 7:12 PM IST

ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର । ଅଧିକ ପଢନ୍ତୁ...

balanga police station blast case reaction of Bjd mla debiprasad mishra
ପରାଜୟ ଭୟରେ ମିଥ୍ୟା ଆରୋପ ଲଗାଉଛନ୍ତି ସମ୍ବିତ ପାତ୍ର

ଭୁବନେଶ୍ବର: ପିପିଲି ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର । ପିପିଲିରେ ହାରିବାକୁ ଯାଉଥିବାରୁ ଫ୍ରଷ୍ଟ୍ରେସନରେ ଅଛନ୍ତି ସମ୍ବିତ ପାତ୍ର । ତେଣୁ ମିଥ୍ୟା ଆରୋପ ଲଗାଉଥିବା ଅଭିଯୋଗ କରିଛନ୍ତି ଦେବୀ ।

ଦେବୀ କହିଛନ୍ତି ଯେ, ଯଦି ବିସ୍ଫୋରଣ ବାବଦରେ ସମ୍ବିତ ପାତ୍ରଙ୍କ ପାଖରେ କିଛି ଠୋସ ପ୍ରମାଣ ଅଛି, ତାହେଲେ ଉପସ୍ଥାପନ କରନ୍ତୁ । ଏଭଳି ଅବାନ୍ତର ଓ ଅପ୍ରାସଙ୍ଗିକ କଥା କହିଲେ କିଛି ଲାଭ ନାହିଁ । ବିସ୍ଫୋରଣରେ ଥାନା ଉଡିଛି । ପୋଲିସ ବିଭାଗ ତଦନ୍ତ କରିବ । ଘଟଣାର ତଦନ୍ତ ପରେ କାରଣ ଜଣାପଡ଼ିବ । ସମ୍ବିତ ପାତ୍ର ଔଷଧ ରାଗରେ ତାଟିଆ କାମୁଡିବା ଠିକ ନୁହେଁ । ବିଜେପି ପରାଜୟର ଆଶଙ୍କାରେ ଏଭଳି କହୁଛି । ଅଭିଯୋଗ କରିବା ବିରୋଧି ଦଳଙ୍କର ଚିରାଚରିତ ଅଭ୍ୟାସ । ଯେଉଁ ଦଳ ନିର୍ବାଚନ ଜିତନ୍ତି । ସେମାନେ ବୁଥ୍ କ୍ୟାପଚର, ଅର୍ଥ ବଳ, ବାହୁ ବଳ କଲେ ବୋଲି ବିରୋଧି ଅଭିଯୋଗ କରନ୍ତି । ବିଜେପି ଲୋକଙ୍କ ମୁଡ୍ ବିଜେଡ଼ି ଆଡକୁ ହେଉଥିବା ଦେଖି ଫ୍ରଷ୍ଟ୍ରେସନରେ ଏ ସବୁ କହୁଛି ।

ସୂଚନାଥାଉକି ଆସନ୍ତା ୩୦ ତାରିଖରେ ପିପିଲିରେ ଅନୁଷ୍ଠିତ ହେବ ଉପନିର୍ବାଚ । ନିର୍ବାଚନ ପୂର୍ବରୁ ହିଁ ବଳଙ୍ଗା ଥାନାରେ ବିସ୍ଫୋରଣ ହୋଇଛି । ଯାହାକୁ ନେଇ ଶାସକ ଦଳକୁ ଜୋରଦାର ଟାର୍ଗେଟ କରିଛି ବିଜେପି । ବିଜୁ ଜନତା ଦଳ ଏଠାରେ ହିଂସାର ରାଜନୀତି କରୁଛି ବୋଲି ବିଜେପି ଅଭିଯୋଗ କରିଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.