ETV Bharat / city

ବୈତରଣୀ ନଦୀରେ ବ୍ରିଜ୍‌ କାମ ବିଳମ୍ବ: କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

author img

By

Published : Nov 26, 2020, 6:27 PM IST

ଏନଏଚ 215ରେ ବୈତରଣୀ ନଦୀ ଉପରେ ହେଉଥିବା ବ୍ରିଜ୍‌ କାମ ବିଳମ୍ବକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଅଧିକ ପଢନ୍ତୁ...

କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏନଏଚ 215ରେ ବୈତରଣୀ ନଦୀ ଉପରେ ହେଉଥିବା ବ୍ରିଜ୍‌ କାମ ବିଳମ୍ବକୁ ନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 4 ଲେନ ବ୍ରିଜ କାନୁପୁର ସ୍ପିଲ ଚାନେଲ କାମ ତ୍ବରାନ୍ବିତ କରିବାକୁ ଚିଠି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବ୍ରିଜ କାମ ତୁରନ୍ତ ଶେଷ କରିବାକୁ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଜିଲ୍ଲାର ଏହି ବହୁ ପ୍ରତୀକ୍ଷିତ ବ୍ରିଜ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ସେ କହିଛନ୍ତି । 2004-05ରୁ ଏହି ବୃହତ ଜଳସେଚନ ପ୍ରକଳ୍ପ ଆରମ୍ଭ ହେଲାଣି । ବୈତରଣୀ ନଦୀ ଉପରେ ଏହି ବ୍ରିଜ ନିର୍ମାଣ ହେଉଛି । ଏଆଇବିପି ଯୋଜନାରେ ଏଥିପାଇଁ ପାଣ୍ଠି ଖର୍ଚ୍ଚ ହେଉଛି । ତେବେ କାମ ସରୁନଥିବାରୁ ଏହାକୁ ଶୀଘ୍ର ସାରିବାକୁ ନବୀନ, ନୀତିନଙ୍କୁ ଚିଠି ଲେଖିଛନ୍ତି ।

ପ୍ରକଳ୍ପ କାମ ଆରମ୍ଭ ସମୟରେ ଏଥିପାଇଁ 40.68 କୋଟି ଟଙ୍କାର ଟେଣ୍ଡର ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ 100.53 କୋଟି କରାଯାଇଛି । ତେବେ ଏଥିପାଇଁ ଏନଏଚଏଆଇ 80 ପ୍ରତିଶତ ଅର୍ଥ ଦେବାକୁ ଥିବାବେଳେ ପ୍ରକଳ୍ପ ପ୍ରଶାସନ ପକ୍ଷରୁ ଅବଶିଷ୍ଟ ଅର୍ଥ ଦେବାକୁ କୁହାଯାଇଥିଲା । ତେବେ ଏନଏଚଏଆଇ ପରବର୍ତ୍ତୀ ରାଶିରେ 80 ପ୍ରତିଶତ ଅର୍ଥ ଦେବାକୁ ରାଜି ହେଉନଥିବାରୁ କାମ ବନ୍ଦ ହୋଇପଡିଥିବା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । ଏହାର ସମାଧାନ କରି ଏହି ପ୍ରକଳ୍ପ ସାରିବାକୁ ସେ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.