ETV Bharat / city

ଅଟୋ ଚାଳକଙ୍କ ନିଆରା ଦେଶପ୍ରେମ: ଯାତ୍ରୀଙ୍କୁ ଯୋଗାଇଲେ ମାଗଣା ସେବା - ସ୍ବାଧୀନତା ଦିବସ

ରାଜଧାନୀରେ ଜଣେ ଅଟୋ ଚାଳକ ଅଟୋରେ ଯିବାଆସିବା କରୁଥିବା ଯାତ୍ରୀଙ୍କୁ ଯୋଗାଇଛନ୍ତି ନିଶୁଳ୍କ ସେବା । ଯାହାଫଳରେ ଦେଶପ୍ରେମର ଉଦାହରଣ ପାଲଟିଛନ୍ତି ସେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 15, 2019, 2:28 PM IST

Updated : Aug 15, 2019, 7:10 PM IST

ଭୁବନେଶ୍ବର: ଅଟୋରେ ଯାତ୍ରୀଙ୍କୁ ସେବା ତାହା ବି ମାଗଣାରେ । ସ୍ବାଧୀନତା ଦିବସରେ ଦେଖିବାକୁ ମିଳିଛି ଏଭଳି ନିଆରା ଦୃଶ୍ୟ । ରାଜଧାନୀରେ ଜଣେ ଅଟୋ ଚାଳକ ଅଟୋରେ ଯିବାଆସିବା କରୁଥିବା ଯାତ୍ରୀଙ୍କୁ ଯୋଗାଇଛନ୍ତି ନିଶୁଳ୍କ ସେବା । ଯାହାଫଳରେ ଦେଶପ୍ରେମର ଉଦାହରଣ ପାଲଟିଛନ୍ତି ସେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

କାରଣ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଖୁସିରେ ବିଭୋର ହୋଇ ଏମିତି ସେବା ଯୋଗାଇଛନ୍ତି ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପର ସୁକାନ୍ତ କୁମାର ମଲ୍ଲିକ ।

ରାଜଧାନୀର କଳ୍ପନା ଠୁ ଆରମ୍ଭ କରି ବାଣୀବିହାର, ରସୁଲଗଡ ଠୁ ବରମୁଣ୍ଡାର ଗଳି ଗଳି ଓ ଛକ ଛକ ବୁଲି ସାଧାରଣ ଲୋକଙ୍କୁ ଯୋଗାଇଛନ୍ତି ଏହି ମାଗଣା ସେବା । କେବଳ ସେତିକି ନୁହେଁ ଅଟୋରେ ତ୍ରିରଙ୍ଗାର ତିନି ପତାକା ଓ ମାଗଣା ଅଟୋ ସେବାର ବ୍ୟାନର ମାରି ଚାରିଆଡେ ଘୁରି ବୁଲୁଛନ୍ତି ସୁକାନ୍ତ ।

ଯାହାକୁ ନେଇ ଅନେକ ଲୋକ ତାଙ୍କର ପ୍ରଶଂସା କରିବା ସହ ତାଙ୍କର ଦେଶପ୍ରେମ ପାଇଁ ତାଙ୍କୁ ବହୁତ ଆଶୀର୍ବାଦ ଦେଇଛନ୍ତି ।

କେବଳ ଏବେ ନୁହେଁ ପୂର୍ବରୁ ପିଓକେ ସର୍ଜିକାଲ ଷ୍ଟ୍ରାଇକ ସମୟରେ ବୋଲବମ କାଉଡିଆ ଭକ୍ତଙ୍କୁ ମଧ୍ୟ ଏପରି ସେବା ମାଗଣାରେ ଯୋଗାଇଥିଲେ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ସ୍ବାଧିନତା ଦିବସରେରେ ନିଆରା ଦେଶପ୍ରେମ,
ମାଗଣାରେ ଯାତ୍ରୀ ବୋହିଲେ ଅଟୋ ଚାଳକBody:

ଅଟୋ ଡ୍ରାଇଭରଙ୍କ ଦେଶ ପ୍ରେମ। ମାଗଣାରେ ଯୋଗାଇଲେ ଅଟୋ ସେବା।ବିନା ଭଡାରେ ଯାତ୍ରୀଙ୍କୁ ନେଲେ ଗନ୍ତବ୍ଯ ସ୍ଥଳ। ସ୍ବାଧିନତା ଦିବସରେ ଦେଖିବାକୁ ମିଳିଛି ଏଭଳି ନିଆରା ଦୃଷ୍ଯ।ରାଜଧାନୀରେ ଜଣେ ଅଟୋ ଚାଳକ ଅଟୋରେ ଯିବାଆସିବା କରୁଥିବା ଯାତ୍ରୀଙ୍କୁ ଯୋଗାଇଛନ୍ତି ନିଶ୍ଳୁକ ସେବା। କେବଳ ଦିନକ ପାଇଁ ଦେଶପ୍ରେମର ଉଦାହରଣ ପାଲଟିଛନ୍ତି। କାରଣ କାଶ୍ମିରିରୁ ଧାରା ୩୭୦ ଉଛେଦରେ ଖୁସିରେ ବିଭୋର ହୋଇ ଏମିତି ସେବା ଯୋଗାଇଛନ୍ତି ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପର ସୁକାନ୍ତ କୁମାର ମଲ୍କିକ।

ରାଜଧାନୀର କଳ୍ପନାଠୁ ଆରମ୍ଭ କରି ବାଣିବିହାର,ରସୁଲଗଡଠୁ ବରମୁଣ୍ଡା ଗଳି ଗଳି ଓ ଛକ ଛକ ବୁଲି ସାଧାରଣ ଲୋକଙ୍କୁ ଯୋଗାଇଛନ୍ତି ଏହି ସେବା। କେବଳ ସେତିକି ନୁହେଁ ଅଟୋରେ ତ୍ରିରଙ୍ଗାର ତିନି ପତାକା ଓ ମାଗଣା ଅଟୋ ସେବାର ବ୍ଯାନର ମାରି ଚାରିଆଡେ ଘୁରି ବୁଲିଛନ୍ତି। ଯାହାକୁ ନେଇ ଅନେକ ଲୋକ ତାଙ୍କର ପ୍ରଶଂସା କରିବା ସହ ତାଙ୍କର ଦେଶ ପ୍ରମ ପାଇଁ ତାଙ୍କୁ ବହୁତ ଆଶ୍ରିବାଦ ଦେଇଛନ୍ତି।

କେବଳ ଏବେ ନୁହେଁ ପୁର୍ବରୁ ପିଓକେ ସର୍ଦିକାଲ ଷ୍ଟ୍ରାଇକ ସମୟରେ,ବୋଲବମ କାଉଡିଆ ଭକ୍ତଙ୍କୁ ମଧ୍ଯ ଏପରି ସେବା ମାଗଣାରେ ପୁର୍ବରୁ ଯୋଗାଇଛନ୍ତି ।

Conclusion:ବାଇଟ-ସୁକାନ୍ତ କୁମାର ମଲ୍ଲିକ,ଅଟୋ ଡ୍ରାଇଭର
ବାଇଟ-ଅନାଦି ଚରଣ ମଲ୍ଲିକ,ଅଟୋ ଯାତ୍ରୀ
Last Updated : Aug 15, 2019, 7:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.