ETV Bharat / city

ଅଧିବେଶନ ପୂର୍ବରୁ ରଣନୀତି, ବିଧାୟକ ଦଳ ବୈଠକ ଅନୁଷ୍ଠିତ

ଆରମ୍ଭ ହୋଇଛି ଶୀତଅଧିବେଶନ । ଅଧିବେଶନ ପୂର୍ବରୁ ସମସ୍ତ ଦଳର ରଣନୀତି ପ୍ରସ୍ତୁତ ହୋଇଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 13, 2019, 11:25 AM IST

ଭୁବନେଶ୍ବର: ବିରୋଧୀ ଯାହା ପ୍ରସଙ୍ଗ ଉଠାଇବେ ସରକାରୀ ଦଳ ତାର ଉତ୍ତର ଦେବାକୁ ପ୍ରସ୍ତୁତ । ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଧିବେଶନ ଏବଂ ଏହି ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ଉପସ୍ଥାପିତ ହେବ । ବିଧାନସଭାରେ ଗଠନମୂଳକ ଆଲୋଚନା ହେଉ । ଆଜି ବିଜେଡି ବିଧାୟକ ଦଳ ବୈଠକ ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସରକାରୀ ଦଳ ନିଜର ରଣନୀତି ନିର୍ଦ୍ଧାରଣ କରିବାକୁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ନବୀନ ବିଧାୟକ ମାନଙ୍କୁ ଗୃହରେ ଉପସ୍ଥିତି ରହି ସବୁ ଆଲୋଚନାରେ ଭାଗ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନ୍ୟପଟେ ବିଜେପି ବିଧାୟକ ଦଳର ବୈଠକ ମଧ୍ୟ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅଧ୍ୟକ୍ଷତା କରିଥିଲେ । ଏଥିରେ ସମସ୍ତ ବିଧାୟକଙ୍କ ସମେତ ଦଳର ସାଧାରଣ ସଂପାଦକ ମାନସ ମହାନ୍ତି ଯୋଗଦେଇଥିଲେ ।

ସେପଟେ କଂଗ୍ରେସ ଓ ବିଜେପି ପକ୍ଷରୁ ଦୁଇଟି ମୁଲତବୀ ନୋଟିସ ଦିଆଯାଇଛି । କଂଗ୍ରେସ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ମୁଲତବୀ ନୋଟିସ ଦେଇଥିବା ବେଳେ ବିଜେପି ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ମୁଲତବୀ ନୋଟିସ ଦେଇଛି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ଭୁବନେଶ୍ୱର () ବିରୋଧୀ ଯାହା ପ୍ରସଙ୍ଗ ଉଠାଇବେ ସରକାରୀ ଦଳ ତାର ଉତ୍ତର ଦେବାକୁ ପ୍ରସ୍ତୁତ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଏବଂ ଏହି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଉପସ୍ଥାପିତ ହେବ । ବିଧାନସଭାରେ ଗଠନମୂଳକ ଆଲୋଚନା ହେଉ । ଆଜି ବିଜେଡି ବିଧାୟକ ଦଳ ବୈଠକ ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଆଜିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସରକାରୀ ଦଳ ନିଜର ରଣନୀତି ନିର୍ଦ୍ଧାରଣ କରିବାକୁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ସେପଟେ ଆଜି କଂଗ୍ରେସ ଓ ବିଜେପି ପକ୍ଷରୁ ଦୁଇଟି ମୁଲତବୀ ନୋଟିସ ଦେଇଛନ୍ତି । କଂଗ୍ରେସ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ମୁଲତବୀ ନୋଟିସ ଦେଇଥିବା ବେଳେ ବିଜେପି ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ମୁଲତବୀ ନୋଟିସ ଦେଇଛି । 
ବାଇଟ - ନବୀନ ପଟନାୟକ, ମୁଖ୍ୟମନ୍ତ୍ରୀ
Visual byte sent in LiveU
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.