ETV Bharat / city

ଧାନ କିଣାରେ ଅବ୍ୟବସ୍ଥା ପ୍ରସଙ୍ଗ: ବାଚସ୍ପତିଙ୍କ ରୁଲିଂ ପରେ ଗୃହ ସ୍ବାଭାବିକ - ruling speaker

ବାଚସ୍ପତିଙ୍କ ରୁଲିଂ ପରେ ସ୍ବାଭାବିକ ହେଲା ବିଧାନସଭା । 2 ଦିନ ଧରି ଲାଗି ରହିଥିଲା ଅଚଳାବସ୍ଥା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବାଚସ୍ପତିଙ୍କ ରୁଂଲି ପରେ ଗୃହ ସ୍ବାଭାବିକ
ବାଚସ୍ପତିଙ୍କ ରୁଂଲି ପରେ ଗୃହ ସ୍ବାଭାବିକ
author img

By

Published : Feb 25, 2020, 7:48 PM IST

ଭୁବନେଶ୍ବର: ଧାନ କିଣାରେ ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ 2 ଦିନ ଧରି ବିଧାନସଭାରେ ହଟ୍ଟଗୋଳ ଏବଂ ଅଚଳାବସ୍ଥା ଲାଗି ରହିଥିଲା । ବାରମ୍ବାର ଗୃହ ମୁଲତବୀ କରିବାକୁ ପଡିଥିଲା ବାଚସ୍ପତିଙ୍କୁ । ମଙ୍ଗଳବାର ପ୍ରଥମେ ୧୦.୩୦ ରୁ ୧୧.୩୦ ଓ ୧୧.୩୧ରୁ ୧୨.୫୦ ଯାଏ ମୁଲତବୀ ରଖିଥିଲେ ବାଚସ୍ପତି । ଯଦ୍ବାରା ପ୍ରଶ୍ନକାଳ ଓ ଶୂନ୍ୟକାଳ କାର୍ଯ୍ୟକ୍ରମ ହୋଇ ପାରିନଥିଲା । ଫଳରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି ।

ସର୍ବଦଳୀୟ ବୈଠକ ପରେ ବାଚସ୍ପତି କହିଥିଲେ ରାଜ୍ୟରେ ଟୋକନ ମାଧ୍ୟମରେ ଧାନ କିଣା ସମ୍ପର୍କରେ ଯେଉଁ ସମସ୍ୟା ଉପୁଜିଛି ସେ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସମ୍ପୂକ୍ତ ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ଆବଶ୍ୟକ ପଦକ୍ଷେପ ମନ୍ତ୍ରୀ ନେବେ । ପଞ୍ଜୀକୃତ ଚାଷୀଙ୍କ ଧାନ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା କିଣାଯିବ ବୋଲି ବାଚସ୍ପତି ପ୍ରତିଶୃତି ଦେଇଥିଲେ ।

ପରେ ଗୃହକାର୍ଯ୍ୟ ସ୍ବାଭାବି ହୋଇଥିଲା । ଏହାସହ ଗୃହ ସ୍ବାଭାବିକ ଭାବେ ଜାରି ରହିଛି ।

ଭୁବନେଶ୍ବରରୁ ଜ୍ଞନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.