ETV Bharat / city

ଶନିବାର ଦିନ 10.30 ପର୍ଯ୍ୟନ୍ତ ଗୃହ ମୁଲତବୀ, ବାଚସ୍ପତିଙ୍କ ଉପରକୁ ପେପର ପକାଇଲେ ବିଧାୟକ ତାରା - Budget Session

ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବୀ
ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବୀ
author img

By

Published : Feb 19, 2021, 10:42 AM IST

Updated : Feb 19, 2021, 6:07 PM IST

18:03 February 19

ଶନିବାର ଦିନ 10.30 ପର୍ଯ୍ୟନ୍ତ ଗୃହ ମୁଲତବୀ, ବାଚସ୍ପତିଙ୍କ ଉପରକୁ ପେପର ପକାଇଲେ ବିଧାୟକ ତାରା

ଭୁବନେଶ୍ବର: ଆସନ୍ତାକାଲି ପର୍ଯ୍ୟନ୍ତ ଗୃହମୁଲତବୀ । ବାଚସ୍ପତିଙ୍କ ପୋଡିୟମରେ ଚଢିଗଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି । ଆସନ୍ତାକାଲି ୧୦. ୩୦ ଯାଏ ଗୃହମୁଲତବୀ ।

17:52 February 19

ପ୍ରବଳ ହଟ୍ଟଗଳ ମଧ୍ୟରେ ଗୃହକାର୍ଯ୍ୟ ଜାରି, ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ

ଭୁବନେଶ୍ବର: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ। ସେପଟେ ଗୃହ ମଧ୍ୟ ଭାଗରେ  ଧାନମଣ୍ଡି ଅବ୍ୟବସ୍ଥାକ ନେଇ ବିଜେପି ଓ କଂଗ୍ରେସର ହଟ୍ଟଗୋଳ ଜାରି।

ଅପରାହ୍ନରେ ବାରମ୍ବାର ମୁଲତବୀ ପରେ ଗୃହ କାଯ୍ୟ ଆରମ୍ଭ ହୋଇଛି । ଗୃହ କାର୍ଯ୍ୟ ଆରମ୍ଭରୁ  ବିରୋଧୀ ଭାଙ୍ଗିଲେ ବାଚସ୍ପତିଙ୍କ ସମ୍ମୁଖରେ ଫାଇବର କାଚକୁ ଖସାଇଦେଲେ, ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ । ହାତରେ ବ୍ୟାନର ଧରି ବିରୋଧୀଙ୍କ ପ୍ରତିବାଦ । ହଟ୍ଟଗୋଳ ମଧ୍ୟରେ ଗୃହକାର୍ଯ୍ୟ ଜାରି ।

17:08 February 19

ଅଚଳାବସ୍ଥା ଜାରି, ସପ୍ତମ ଥର ପାଇଁ ହେଲା ଗୃହ ମୁଲତବୀ

ଆଉ ଦଶ ମିନିଟ ବୃଦ୍ଧି ହେଲା ଗୃହ ଅଚଳାବସ୍ଥା । 5.06ରୁ 5.16 ପର୍ଯ୍ୟନ୍ତ ବୃଦ୍ଧି । ଆଜି ଦିନରେ ମୋଟ ସପ୍ତମ ଥର ଗୃହ ହେଲା ଅଚଳ ।

16:12 February 19

ଗୃହରେ ଅଚଳାବସ୍ଥା ଜାରି, ବାଚସ୍ପତି ନେତୃତ୍ବରେ ଚାଲିଛି ସର୍ବଦଳୀୟ ବୈଠକ

ଭୁବନେଶ୍ବର:  ଗୃହରେ ଅଚଳାବସ୍ଥା ଜାରି । ବାଚସ୍ପତି ସୂର୍ଯ୍ୟନାରାୟଣଙ୍କ ନେତୃତ୍ବରେ ଚାଲିଛି ସର୍ବଦଳୀୟ ବୈଠକ  । 4.05 ରୁ 04.25 ପର୍ଯ୍ୟନ୍ତ ଗୃହମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ପୁଣି ବଢିଲା ମୁଲତବି ସମୟ 4.26 ରୁ 4.41 ହୋଇଥିବାବେଳେ ଆଉ 15 ମିନିଟ ବଢାଇଲେ ବଚସ୍ପତି ।  ବର୍ତ୍ତମାନ 4.41 ରୁ 4.56 ପର୍ଯ୍ୟନ୍ତ ଗୃହମୂଲତବି କରିଛନ୍ତି ବାଚସ୍ପତି ।ପୁଣି 10 ମିିନିଟ  ବୃଦ୍ଧି ହେଲା ଗୃହ ମୁଲତବୀ । 4.56 ମିନିଟରୁ 5.06 ମିନିଟ  ପର୍ଯ୍ୟନ୍ତ ଗୃହକୁ ମୁଲତବୀ ବୃଦ୍ଧି କରାଯାଇଛି ।

10:36 February 19

ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବୀ

ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ବର: ବଜେଟ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ପ୍ରଥମେ ଗୃହ ଦିନ 11ଟା 30 ପର୍ଯ୍ୟନ୍ତ ଓ ପରେ 4ଟା ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି । 

ଚାଷୀଙ୍କ ସମସ୍ୟା ସହ ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହୋହଲ୍ଲା ହୋଇଛି । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ପ୍ରତିବାଦ କରିଛନ୍ତି । ଫଳରେ ଗୃହକୁ ପ୍ରଥମେ ଦିନ 11 ଟା 30 ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ । ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ଥରେ ସମାନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିଥିଲେ । ଫଳରେ ଅପରାହ୍ନ 4ଟା ଯାଏ ଗୃହକୁ ମୁଲତବୀ ରଖାଯାଇଛି ।   

ଗୃହ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକ ମାନେ ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ଗାଉନ ପିନ୍ଧି ଗୃହର ମଧ୍ୟଭାଗକୁ ଆସି ନାରବାଜି କରିଥିଲେ । ସେପଟେ ଗୃହରେ ହଟ୍ଟଗୋଳକୁ ନେଇ ପ୍ରତିକ୍ରିୟା ରଖିଲା ବିଜେପି । ମଣ୍ଡିରେ ଧାନ ପଡି ରହିଛି । ଧାନ ଉଠୁନି । କେତେବେଳେ ଟୋକନ କଥା କହୁଛନ୍ତି । କେତେବେଳେ ଦଳୀୟ ନିଷ୍ପତ୍ତି ନେଉଛନ୍ତି । ସେଥିପାଇଁ ଧାନ ଉଠୁନି । ବିଜେପିର ଦାବି ଅବିଳମ୍ବେ ଧାନ ଉଠାଯାଉ ବୋଲି ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ।  

ଏହାସହ ଚାଷୀଙ୍କ ସମସ୍ୟାର ସମାଧାନ କରାଯାଉ । ଦିନରେ ଆଖିରେ ଆଙ୍ଗୁଠି ଗେଞ୍ଜି ବିଜେଡି ସତକୁ ମିଛ, ମିଛକୁ ସତ କରୁଛି ବୋଲି ମଧ୍ୟ ସେ କହିଛନ୍ତି । ସେପଟେ ଏହାର ଜବାବ ଦେଇଛି ବିଜେଡି । ବିଜେଡି ବିଧାୟକ ସରୋଜ ମେହେର କହିଛନ୍ତି,‘ଯେହେତୁ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି । କେନ୍ଦ୍ର ସରକାର କମାଉନାହାଁନ୍ତି ସେଥିପାଇଁ ଏଭଳି ହଟ୍ଟଗୋଳ କରୁଛି ବିଜେପି ।’

ଏହାର କିଛି ଯଥାର୍ଥତା ନାହିଁ । ଧାନ କିଣାକୁ ନେଇ କେନ୍ଦ୍ର ସରକାରଙ୍କ ଯେତିକି ଟାର୍ଗେଟ ରହିଛି ସେ ଟାର୍ଗେଟ ପୂରଣ ହେଲେ ସବୁ ଧାନ ଉଠିଯିବ ବୋଲି ବିଜେଡି ବିଧାୟକ କହିଛନ୍ତି ।  

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Feb 19, 2021, 6:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.