ETV Bharat / city

ରାଜରାସ୍ତାରେ ଆଶାୟୀ ମାଧ୍ୟମିକ ଶିକ୍ଷକ: ବସଉଠ ହେଲେ, ନିଜେ ନିଜେ ଚାପୁଡା ଖାଇଲେ

author img

By

Published : May 12, 2022, 6:13 PM IST

ରାଜରାସ୍ତାରେ ଆଶାୟୀ ମାଧ୍ୟମିକ ଶିକ୍ଷକ ସଂଘ । ରାଜଧାନୀ ଭୁବନେଶ୍ବର ଲୋୟର ପିଏମଜିରେ ୫ ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି ଆଶାୟୀ ମାଧ୍ୟମିକ ଶିକ୍ଷକ ସଂଘ । ଅଧିକ ପଢନ୍ତୁ

ରାଜରାସ୍ତାରେ ଆଶାୟୀ ମାଧ୍ୟମିକ ଶିକ୍ଷକ ସଂଘ ଅଭିନଭ ଆନ୍ଦୋଳନ

ଭୁବନେଶ୍ବର: ରାଜରାସ୍ତାରେ ଆଶାୟୀ ମାଧ୍ୟମିକ ଶିକ୍ଷକ ସଂଘ । ରାଜଧାନୀ ଭୁବନେଶ୍ବର ଲୋୟର ପିଏମଜିରେ ୫ ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି ଆଶାୟୀ ମାଧ୍ୟମିକ ଶିକ୍ଷକ ସଂଘ । ତେବେ ଆଜିର ଆନ୍ଦୋଳନରେ ଏକ ଅଦ୍ଭୂତ ଦୃଶ୍ୟ ଦେଖିବାକୁ ମିଳିଛି ।

ଦାବି ପୂରଣ କରିବା ଲାଗି ଆଶାୟୀ ଶିକ୍ଷକମାନେ ରାଜରାସ୍ତାରେ ଆଣ୍ଠେଇବା ସହ କାନ ଧରି ବସଉଠ ହୋଇଛନ୍ତି । ଏଥିସହ ଚାପୁଡା ମଧ୍ୟ ଖାଇଛନ୍ତି ଆଶାୟୀ ଶିକ୍ଷକ । ଫଳରେ ଏଭଳି ଆନ୍ଦୋଳନ କଲେ ସରକାରଙ୍କ ଦୃଷ୍ଟି ପଡିବ ବୋଲି ଏହିଭଳି ଢଙ୍ଗରେ ଆନ୍ଦୋଳନ କରିଛନ୍ତି ଆଶାୟୀ ଶିକ୍ଷକ ।

ସେହିପରି ଚାକିରୀ କ୍ଷେତ୍ରରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି । ଡିଏସଇ ଦ୍ୱାରା ପରିଚାଳିତ ଚୁକ୍ତିଭିତ୍ତିକ ଶିକ୍ଷକ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରି ନ୍ୟାୟ ଦାବିରେ ଆଶାୟୀ ମାଧ୍ୟମିକ ଶିକ୍ଷକ ସଂଘ ରାଜରାସ୍ତାରେ ଆଣ୍ଠେଇ, କାନ ଧରି, ଚାପୁଡ଼ା ମାରି ଅଭିନବ ଭାବରେ ଧାରଣା ଦେଇଛନ୍ତି । ଦାବି ମୁତାବକ ଏଥିରେ ତୁରନ୍ତ ସରକାର ହସ୍ତକ୍ଷେପ କରି ପରୀକ୍ଷାରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ତଦନ୍ତ କରାଯାଉ ବୋଲି ସଂଘ ଦାବି କରିଛି ।

ଏଥିରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ଦାବି କରିଛି । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ବାହାରେ ପ୍ରଘଟ କରିଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ତରଫରୁ ଦାବି କରାଯାଇଛି । ତ୍ରୁଟିପୂର୍ଣ୍ଣ ପରୀକ୍ଷା ଯୋଗୁଁ ବହୁ ମେଧାବୀ ଆଶାୟୀ ଶିକ୍ଷକ କୃତକାର୍ଯ୍ୟରୁ ବଞ୍ଚିତ ହୋଇଛନ୍ତି ।

ତେଣୁ ତୁରନ୍ତ ଏହି ଆଶାୟୀ ଶିକ୍ଷକମାନଙ୍କୁ ନ୍ୟାୟ ପୂର୍ବକ ଉଚ୍ଚବିଦ୍ୟାଳୟ ଶିକ୍ଷକରେ ହୋଇଥିବା ଦୁର୍ନୀତି ପାଇଁ ବହୁ ମେଧାବୀ ଛାତ୍ରଛାତ୍ରୀ ଚାକିରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ ଭୁବନେଶ୍ୱରର ୯ତାଲା ସମ୍ମୁଖରେ ଧାରଣା ସହ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ଆଶାୟୀ ମାଧ୍ୟମିକ ଶିକ୍ଷକ ସଂଘ ଓ ଓଡିଶା ବଞ୍ଚାଅ ସଂଘ । ଆଶାୟୀମାନେ ନିଯୁକ୍ତି ପକ୍ରିୟାରେ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ଦେଇ ଚାକିରୀ କରୁଥିବା ଅଭିଯୋଗ ହୋଇଛି । ତେଣୁ ଏହି ମହାଦୁର୍ନୀତିରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସମ୍ପୃକ୍ତି ଉପରେ CBI ତଦନ୍ତ କରାଯାଇ ଆଶାୟୀ ଶିକ୍ଷକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଡିଏସଇ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ଓଡିଶା ବଞ୍ଚାଅ ସଙ୍ଘ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.