ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ବଦାନ୍ୟତା, ଭୁବନେଶ୍ୱରରେ ପଢିବାକୁ ଡଙ୍ଗରିଆ କନ୍ଧ ଛାତ୍ରଙ୍କ ପାଇଁ କଲେ ବ୍ୟବସ୍ଥା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଦାନ୍ୟତା । ଡଙ୍ଗରିଆ କନ୍ଧ ଛାତ୍ର ସିନା କାଡ଼ରାକାଙ୍କ ଭୁବନେଶ୍ବରରେ ପଢିବାକୁ କଲେ ବ୍ୟବସ୍ଥା । ଅଧିକ ପଢନ୍ତୁ...

author img

By

Published : Oct 6, 2021, 6:59 AM IST

ମୁଖ୍ୟମନ୍ତ୍ରୀଙ୍କ ବଦାନ୍ୟତା; ଭୁବନେଶ୍ୱରରେ ପଢିବାକୁ ଡଙ୍ଗରିଆ କନ୍ଧ ଛାତ୍ର ପାଇଁ କଲେ ବ୍ୟବସ୍ଥା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଦାନ୍ୟତା । ଡଙ୍ଗରିଆ କନ୍ଧ ଛାତ୍ର ସିନା କାଡ଼ରାକାଙ୍କ ଅନୁରୋଧ ରକ୍ଷା କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବରରେ ପଢିବାକୁ କଲେ ବ୍ୟବସ୍ଥା । ସିନା କାଡ଼ରାକା ୟୁନିଟ ୧ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ନାମ ଲେଖାଇ ପାଠ ପଢିବେ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଠାରୁ ସିନା ଆଦେଶ ପତ୍ର ଗ୍ରହଣ କରିଛନ୍ତି ।

ପାଠ ପଢିବାକୁ ମନରେ ଥିଲା ଅଦମ୍ୟ ଇଚ୍ଛା । ବହୁ ଚେଷ୍ଟା ପରେ ନିରାଶ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସହାୟତା ମାଗିଥିଲେ ଛାତ୍ର । ରାୟଗଡା ଜିଲ୍ଲାର ସେର୍କାପାଡ଼ି ଗ୍ରାମର ଡଙ୍ଗରିଆ କନ୍ଧ ଛାତ୍ର ସିନା କାଡ଼ରକା । ନିଜ ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ସେ । କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ହୋଇଗଲା । ଘରର ବଡ ପୁଅ ହିସାବରେ ରୋଜଗାର କରିବା ଉଦ୍ଦେଶ୍ୟରେ ଗୁଜୁରାଟ ଚାଲିଯାଇଥିଲେ । ଫେରିବା ପରେ ନବମ ଶ୍ରେଣୀରେ ନାମ ଲେଖାଇବାକୁ ଚେଷ୍ଟା କରିଥିଲେ । ହେଲେ ବୟସ ଅଧିକ ଥିବା କାରଣରୁ ବେଳେ ବିଦ୍ୟାଳୟରେ ପଢିବା ଲାଗି ମନା କଲେ ପ୍ରଧାନଶିକ୍ଷକ ।

ସିନାଙ୍କ ସ୍କୁଲ ସାର୍ଟିଫିକେଟରେ ବୟସ 18 ଥିବା ବେଳେ ଆଧାର କାର୍ଡରେ ଭୁଲ ବଶତଃ 23 ହୋଇଯାଇଥିବା ଜଣାପଡିଲା । ତେବେ ପାଠ ପଢି ଆଗକୁ ବଢିବାକୁ ସିନାଙ୍କ ରହିଛି ଦୃଢ ମନୋବଳ । ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ହସ୍ତକ୍ଷେପ ପାଇଁ ନିବେଦନ କରିଥିଲେ । ସିନାଙ୍କ ସମସ୍ୟାର ସମାଧାନ ପାଇଁ ତାଙ୍କୁ ଭୁବନେଶ୍ବର ଡକାଯାଇଛି । ସିନାଙ୍କ ସହିତ ତାଙ୍କ ବାପା ଟିନା କାଡ଼ରକା ଓ ଡଙ୍ଗରିଆ କନ୍ଧ ଉନ୍ନୟନ ଏଜେନସିର ରିସର୍ଚ୍ଚ ପର୍ଶନ ଭୁବନେଶ୍ବର ଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସିନାଙ୍କ ସ୍ବପ୍ନ ସାକାର ହୋଇଛି । ଆଗକୁ ପଢିପାରିବେ ଏହି ଆଶା ନେଇ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.